BJP: ଉତ୍ତରପ୍ରଦେଶରେ ବିଜେପି ପାଇଁ ଆସନ ବଣ୍ଟନ ଚ୍ୟାଲେଞ୍ଜ

6 hours ago 4
ARTICLE AD BOX

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଆସନ ବଣ୍ଟନକୁ ନେଇ ବିଜେପି ପାଇଁ ଅଡ଼ୁଆ ବଢ଼ିଛି। ଏନ୍‌ଡିଏରେ ଥିବା ଚାରି ସହଯୋଗୀ ଦଳ ନିଷାଦ ପାର୍ଟି, ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍‌ବିଏସ୍‌ପି), ଅପନା ଦଳ (ଏସ୍‌) ଏବଂ ରାଷ୍ଟ୍ରୀୟ ଲୋକଦଳ (ଆର୍‌ଏଲ୍‌ଡି) ଗତ ନିର୍ବାଚନ ତୁଳନାରେ ଅଧିକ ଆସନ ଦାବି କରିଛନ୍ତି। ନିଜ ଦଳର ଆଶାୟୀ ଓ ବର୍ତ୍ତମାନର ବିଧାୟକଙ୍କ ଅସନ୍ତୋଷକୁ ଏଡ଼ାଇ ସହଯୋଗୀଙ୍କ ଦାବି ପୂରଣ କରିବା ବିଜେପି ପାଇଁ ବଡ଼ ଆହ୍ୱାନ ହୋଇଛି।

ଆହୁରି ପଢନ୍ତୁ :Police Station IIC Suspended ବିନା ବ୍ୟବଚ୍ଛେଦରେ ଶବକୁ ଛାଡ଼ି ମଞ୍ଚେଶ୍ବର ଥାନା ଅଧିକାରୀ ନିଲମ୍ବିତ

ସୋମବାର ଲକ୍ଷ୍ନୌରେ ବିଜେପିର କୋର୍‌ କମିଟି ବୈଠକରେ ଆସନ ବଣ୍ଟନ ପ୍ରସଙ୍ଗ ଆଲୋଚନା ହୋଇଥିଲା। ନିଷାଦ ପାର୍ଟି ମୁଖ୍ୟ ସଞ୍ଜୟ ନିଷାଦ ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବା ବେଳେ ଏସ୍‌ବିଏସ୍‌ପି ମୁଖ୍ୟ ଓମ୍‌ପ୍ରକାଶ ରାଜଭର ବିଜେପି ନେତୃତ୍ୱଙ୍କ ସହ ଆଲୋଚନା ପାଇଁ ଅନୁରୋଧ କରିଛନ୍ତି। ଅପନା ଦଳ (ଏସ୍‌) ନେତ୍ରୀ ଅନୁପ୍ରିୟା ପଟେଲ ମଧ୍ୟ ଏନ୍‌ଡିଏରେ ନିଜ ଦଳର ଆସନ ସଂଖ୍ୟା ବଢ଼ାଇବାକୁ ଦାବି କରିଛନ୍ତି। ଆର୍‌ଏଲ୍‌ଡି ମୁଖ୍ୟ ଜୟନ୍ତ ଚୌଧୁରୀ ମଧ୍ୟ ଅଧିକ ଆସନ ଚାହୁଛନ୍ତି।

ଆହୁରି ପଢନ୍ତୁ :Arjun Singh: ‘ଡିସେମ୍ବର ୧୬ ସୁଦ୍ଧା ବାଂଲାଦେଶ ଦଖଲ କରିବୁ’

୨୦୨୨ ନିର୍ବାଚନରେ ବିଜେପି ୩୭୬ଟି ଆସନରେ ଲଢ଼ିଥିଲା। ଅପନା ଦଳ (ଏସ୍‌) ୧୭ଟି ଆସନରୁ ୧୨ଟିରେ ଜିତିଥିବା ବେଳେ ନିଷାଦ ପାର୍ଟି ୧୦ଟି ଆସନରେ ଲଢ଼ି ୬ଟିରେ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ଆର୍‌ଏଲ୍‌ଡି ସେତେବେଳେ ସମାଜବାଦୀ ପାର୍ଟି ମେଣ୍ଟରେ ରହି ୩୩ଟି ଆସନରୁ ୮ଟି ଜିତିଥିଲା। ଏସ୍‌ବିଏସ୍‌ପି ୧୯ଟି ଆସନରେ ଲଢ଼ି ୬ଟିରେ ବିଜୟୀ ହୋଇଥିଲା।

ଆହୁରି ପଢନ୍ତୁ :Whatsapp: ହ୍ୱାଟସ୍‌ଆପ୍‌ ଆଣିଲା ନୂଆ ଫିଚର୍: ଦୁଇ ସପ୍ତାହ ପୂର୍ବରୁ କରିପାରିବେ ମେସେଜ୍ ସିଡ୍ୟୁଲ୍

ଏହି ସମୀକରଣ ମଧ୍ୟରେ ସଂରକ୍ଷଣ ଦାବି ମଧ୍ୟ ଆସନ ବଣ୍ଟନକୁ ଜଟିଳ କରିଛି। ନିଷାଦ ପାର୍ଟି ମୁଖ୍ୟ ସଞ୍ଜୟ ନିଷାଦ ନିଷାଦ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବି ଉଠାଇ ଆସୁଛନ୍ତି। ଏସ୍‌ବିଏସ୍‌ପି ମଧ୍ୟ ପଛୁଆ ବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗରେ ଚାପ ପକାଉଛି। ଆଜମଗଡ଼ର ଅତରୌଲିଆ ଓ ଦିଦାରଗଞ୍ଜ, ଜୌନପୁରର ଶାହଗଞ୍ଜ ଆଦି ଆସନ ଉପରେ ଏକାଧିକ ସହଯୋଗୀ ଦଳ ଦାବି କରୁଛନ୍ତି। ବିଜେପି ରାଜ୍ୟ ସଭାପତି ପଙ୍କଜ ଚୌଧୁରୀ କହିଛନ୍ତି ଯେ ସହଯୋଗୀ ଦଳଗୁଡ଼ିକ ସହ ସମ୍ମାନଜନକ ଭାବେ ଆଲୋଚନା ଚାଲିଛି ଏବଂ ଖୁବ୍‌ଶୀଘ୍ର ସମସ୍ତଙ୍କ ସହମତିରେ ଆସନ ବଣ୍ଟନ ସୂତ୍ର ବାହାରିବ। ତେବେ ସହଯୋଗୀଙ୍କ ଆଶା ଓ ନିଜ ଦଳର ନେତାଙ୍କ ଦାବି ମଧ୍ୟରେ ସମନ୍ୱୟ ରକ୍ଷା କରିବା ବିଜେପି ନେତୃତ୍ୱ ପାଇଁ ମୁଖ୍ୟ ପରୀକ୍ଷା ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.