BJP unit: ପୌରାଞ୍ଚଳ ବିଜେପିରେ ବଢ଼ୁଛି କନ୍ଦଳ: ମଣ୍ଡଳ ସଭାପତିଙ୍କ ବିରୋଧରେ ଥାନାକୁ ଗଲେ ପ୍ରଭାରୀ

7 hours ago 2
ARTICLE AD BOX

ନୟାଗଡ଼: ନୟାଗଡ଼ ପୌରାଞ୍ଚଳରେ ବିଜେପି ମଧ୍ୟରେ ଦିନକୁ ଦିନ କନ୍ଦଳ ତୀବ୍ର ହେବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ, ମାମଲା ଟାଉନ୍‌ ଥାନାରେ ପହଞ୍ଚିଛି। କେବଳ ସେତିକି ‌ନୁହେଁ ବିଜେପି ନେତା ତଥା ପୌରାଞ୍ଚଳରେ ଦଳର ପ୍ରଭାରୀ ଦାୟିତ୍ବରେ ଥିବା ନାସିର ଅହମ୍ମଦଙ୍କ ଅଭିଯୋଗ ଆଧାରରେ ପୁଲିସ ପୁରୁଣା ସହରର ଦଳର ମଣ୍ଡଳ ସଭାପତି ଦେବୀ ପ୍ରସାଦ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ଦେବୀଙ୍କ ନାଁରେ ପୁଲିସ ଆଇଟି ଆକ୍ଟ ୬୭, ବିଏନ୍‌ଏସ୍ ୨୯୬ ଓ ବିଏନ୍‌ଏସ୍ ୩୫୧ (୨)ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦଳର ଆଉ ଜଣେ ଛାତ୍ର ନେତା ବଳଭଦ୍ର ପାତ୍ରଙ୍କ ନାଁରେ ମଧ୍ୟ ଆର୍ମସ୍ ଆକ୍ଟ ୨୫, ୨୭, ବିଏନଏସ୍ ୧୨୬ (୨), ବିଏନ୍‌ଏସ୍ ୨୯୬, ବିଏନ୍‌ଏସ୍ ୩୦୩ (୨) ଓ ବିଏନ୍‌ଏସ୍ ୩୫୧ (୩) ଧାରାରେ ମାମଲା ରୁଜୁ ହୋଇଛି। ଏହି ଘଟଣା ଏବେ ନୟାଗଡ଼ ସହରରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ନାସିର ଥାନାରେ କରିଥିବା ଅଭିଯୋଗ ମୁତାବକ, ପୁରୁଣା ସହରର ଦେବୀ ପ୍ରସାଦ ଫେସ୍‌ବୁକରେ ତାଙ୍କୁ ଅତ୍ୟନ୍ତ ଅପମାନଜନକ, ଅଶ୍ଳୀଳ ଓ ଅଶୋଭନୀୟ ଭାଷା ବ୍ୟବହାର କରି ଗାଳିଗୁଲଜ କରୁଛନ୍ତି। ଏହାସହ ସେ ଜୀବନରେ ମାରି ଦେବା ପାଇଁ ତାଙ୍କୁ ଧମକ ଦେଉଛନ୍ତି। ପୁରୁଣା ସହରକୁ ଆସିଲେ ତାଙ୍କୁ ଗୁଳିମାରି ହତ୍ୟା କରିବାକୁ ଦେବୀ ଫୋନ୍‌ରେ ଧମକ ଦେଉଥିବା ଅଭିଯୋଗ ହୋଇଛି।

Supremecourt: ହିନ୍ଦୀରେ ‘ଜନ ସୂଚନା ସେବା’ ଆରମ୍ଭ କରିବେ ସୁପ୍ରିମ୍‌କୋର୍ଟ

ଏଣୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ସେହିପରି ବଳଭଦ୍ରଙ୍କ ନାଁରେ ମାଧବ ସାହୁ ନାମକ ଆଉ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି। ମାଧବଙ୍କ ଅଭିଯୋଗ ମୁତାବକ, ସ୍ଥାନୀୟ ରାଜବାଟୀ ନିକଟ ବରଗଛ ନିକଟରେ ସେମାନେ ଛିଡ଼ା ହୋଇଥିବା ବେଳେ ବଳଭଦ୍ର ହାତରେ ବନ୍ଧୁକ ଧରି ସେଠାରେ ପହଞ୍ଚି ନାସିରଙ୍କୁ ଖୋଜିବା ସହ ଗାଳିଗୁଲଜ କରିଥିଲା। ଏହାର ପ୍ରତିବାଦ କରିବାରୁ ବଳଭଦ୍ର ସମସ୍ତଙ୍କୁ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ‌ଦେଇଥିଲେ। ଏ ସମସ୍ତ ଅଭିଯୋଗରେ କେତେ ସତ୍ୟତା ରହିଛି, ତାହା ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଯିବ। ମାତ୍ର ଅସଲରେ ଏହି ଘଟଣାର ପ୍ରଚ୍ଛଦପଟରେ ନେତାମାନଙ୍କ ମଧ୍ୟରେ ପଦ ପଦବି ଓ କ୍ଷମତାକୁ ନେଇ ‌ବହୁଦିନ ଧରି ଛକାପଞ୍ଝା ଲାଗି ରହିଥିବା ଜଣାପଡ଼ିଛି। ପୂର୍ବରୁ ଦେବୀଙ୍କ ‌କିଛି ସୋସିଆଲ୍‌ ମିଡିଆ ପୋଷ୍ଟରୁ ଏହା ପ୍ରମାଣିତ ହୋଇଛି। ପୁରୁଣା ସହରରେ ଥିବା ତିନିଟି ୱାର୍ଡରେ ଦେବୀ ଓ ବଳଭଦ୍ରଙ୍କର ଦବଦବା ରହିଛି। ଛାତ୍ର ଓ ଯୁବକମାନଙ୍କୁ ଏକାଠି କରିବା ପାଇଁ ସେମାନେ ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି। ନୟାଗଡ଼ ପୌରାଞ୍ଚଳରେ ପ୍ରଭାରୀ ଭାବେ ନାସିରଙ୍କୁ ଦାୟିତ୍ବ ମିଳିବା ପରେ ରାଜନୀତିରେ ଦେବୀ ଓ ବଳଭଦ୍ର ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ସେମାନେ ନାସିରଙ୍କ ଅଧୀନ କାର୍ଯ୍ୟ କରିବୁ ନାହିଁ କି ନିର୍ଦ୍ଦେଶକୁ ମାନିବୁ ନାହିଁ ବୋଲି ଖୋଲାଖୋଲି ଭାବେ କହୁଛନ୍ତି। ବହୁଦିନ ଧରି ଏହି ନେତାମାନଙ୍କ ମଧ୍ୟରେ କୁହୁଳିଥିବା ପୁଞ୍ଜିଭୂତ ଅସନ୍ତୋଷର ସମାଧାନ କରା ନଗଲେ, ଆଗାମୀ ଦିନରେ ବିଜେପି ପାଇଁ ପରିସ୍ଥିତି ଜଟିଳ ହୋଇପଡ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

BJP president: ନୂଆଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବଢ଼ିଲା ଚର୍ଚ୍ଚା

Read Entire Article
LEFT SIDEBAR AD

Hidden in mobile, Best for skyscrapers.