ARTICLE AD BOX
ଭୁଟାନରେ ଶନିବାର ୪.୯ ତୀବ୍ରତାର ଭୂମିକମ୍ପ ହୋଇଥିବାବେଳେ ଏହାର ପ୍ରଭାବରେ ଆସାମ ସମେତ ସମଗ୍ର ଉତ୍ତର-ପୂର୍ବ ଭାରତରେ ଝଟ୍କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁଯାୟୀ, ଭୁଟାନର ଗେଲପୋଜିଂଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା
/sambad/media/media_files/2025/07/19/earth-2025-07-19-09-26-40.jpg)
ଗୁଆହାଟୀ: ଭୁଟାନରେ ଶନିବାର ୪.୯ ତୀବ୍ରତାର ଭୂମିକମ୍ପ ହୋଇଥିବାବେଳେ ଏହାର ପ୍ରଭାବରେ ଆସାମ ସମେତ ସମଗ୍ର ଉତ୍ତର-ପୂର୍ବ ଭାରତରେ ଝଟ୍କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁଯାୟୀ, ଭୁଟାନର ଗେଲପୋଜିଂଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା।
ଅପରାହ୍ଣ ୪ଟା ୧ ମିନିଟ ସମୟରେ ୫ କିଲୋମିଟର ଗଭୀରତାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଆସାମ ସମେତ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଝଟ୍କା ଅନୁଭୂତ ହୋଇଥିଲା। ତେବେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ। ସମ୍ଭାବ୍ୟ ପରବର୍ତ୍ତୀ ଝଟ୍କା ଉପରେ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ଭୁଟାନ ଭୂମିକମ୍ପର ତିନି ଦିନ ପୂର୍ବରୁ ନେପାଳରେ ଦୁଇଥର ମଧ୍ୟମ ଧରଣ ଭୂକମ୍ପ ଅନୁଭୂତ ହୋଇଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
7


