Bhagavad Gita: ଆପଣ ବାରମ୍ବାର ଅପମାନିତ ହୋଉଛନ୍ତି କି? ଜାଣନ୍ତୁ ଗୀତାରେ କ'ଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ

1 hour ago 1
ARTICLE AD BOX

ଜୀବନରେ ଅନେକ ସମୟରେ ଆମକୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡ଼େ, ଯେଉଁଠି କେହି ବାରମ୍ବାର ଅପମାନିତ କରନ୍ତି। ଏହା କର୍ମକ୍ଷେତ୍ର ହେଉ କି ପାରିବାରିକ ସମ୍ପର୍କ, ଏପରି ଆଚରଣ ମନରେ ଦୁଃଖ ଓ କ୍ରୋଧ ସୃଷ୍ଟି କରିଥାଏ। ତେବେ ଏଭଳି ସମୟରେ ରାଗିଯାଇ ତୁରନ୍ତ ପ୍ରତିକ୍ରିୟା ଦେବା ପରିବର୍ତ୍ତେ ଧୈର୍ଯ୍ୟ ଓ ବିବେକର ସହାୟତା ନେବା ଉଚିତ। ଭଗବଦ୍ ଗୀତାର ଏକ ଶ୍ଳୋକ ମଧ୍ୟ ଏହି ଶିକ୍ଷା ଦେଇଥାଏ।

ଗୀତାର ଶ୍ଳୋକ-
ଭଗବଦ୍ ଗୀତାର ଦ୍ୱିତୀୟ ଅଧ୍ୟାୟର ୬୩ତମ ଶ୍ଳୋକରେ ଭଗବାନ ଶ୍ରୀକୃଷ୍ଣ କ୍ରୋଧର ପରିଣାମ ବିଷୟରେ ବୁଝାଇଛନ୍ତି।

“କ୍ରୋଧାଦ୍ଭବତି ସମ୍ମୋହଃ ସମ୍ମୋହାତ୍ସ୍ମୃତିବିଭ୍ରମଃ।
ସ୍ମୃତିଭ୍ରଂଶାଦ୍ ବୁଦ୍ଧିନାଶୋ ବୁଦ୍ଧିନାଶାତ୍ପଣଶ୍ୟତି॥”

ଏହାର ଅର୍ଥ ହେଉଛି, କ୍ରୋଧରୁ ମୋହ ସୃଷ୍ଟି ହୁଏ, ମୋହରୁ ସ୍ମୃତିଭ୍ରମ ଏବଂ ସ୍ମୃତିଭ୍ରମରୁ ବୁଦ୍ଧିର ନାଶ ହୁଏ। ବୁଦ୍ଧି ନଷ୍ଟ ହେଲେ ମଣିଷର ପତନ ଘଟେ। ଅର୍ଥାତ୍, କ୍ରୋଧର ବଶବର୍ତ୍ତୀ ହୋଇ ମଣିଷ ଅନେକ ସମୟରେ ଭୁଲ୍ ନିଷ୍ପତ୍ତି ନେଇଥାଏ।

ଅପମାନିତ ହେଲେ କ’ଣ କରିବେ?

କେହି ବାରମ୍ବାର ଅପମାନିତ କଲେ ପ୍ରଥମେ ନିଜକୁ ଶାନ୍ତ ରଖିବା ସହ ପରିସ୍ଥିତିକୁ ବୁଝିବା ଜରୁରୀ। ଆବଶ୍ୟକସ୍ଥଳେ ନିଜ ମତ ସ୍ପଷ୍ଟ ଭାବେ ରଖି ଅନ୍ୟ ବ୍ୟକ୍ତିଙ୍କୁ ତାଙ୍କ ଆଚରଣ ଗ୍ରହଣୀୟ ନୁହେଁ ବୋଲି ଜଣାଇବା ଉଚିତ। ଏହାସହ ଅପମାନଜନକ ବ୍ୟବହାର ଜାରି ରହିଲେ ସେହି ବ୍ୟକ୍ତିଙ୍କଠାରୁ ଦୂରତା ବଜାୟ ରଖିବା ଭଲ।ତେବେ ଶାନ୍ତ ରହିବାର ଅର୍ଥ ଅନ୍ୟାୟକୁ ସହିଯିବା ନୁହେଁ। ଆତ୍ମସମ୍ମାନ ବଜାୟ ରଖିବା ସହ ଧୈର୍ଯ୍ୟ ଓ ବିବେକର ସହାୟତାରେ ଉପଯୁକ୍ତ ପଦକ୍ଷେପ ନେବା ହିଁ ଭଗବଦ୍ ଗୀତାର ଏହି ଶିକ୍ଷାର ମୁଖ୍ୟ ସନ୍ଦେଶ।

Shardiya Navratri: ନବରାତ୍ରୀର ୬ଷ୍ଠ ଦିବସ: ମା'ଙ୍କର କାତ୍ୟାୟନୀ ବେଶ

Read Entire Article
LEFT SIDEBAR AD

Hidden in mobile, Best for skyscrapers.