ARTICLE AD BOX
ଭଦ୍ରକ (ହରିହର ନାୟକ): ୫ଏକର ପରିମିତି ଭଦ୍ରକର ଐତିହାସିକ ନେହରୁ ଷ୍ଟାଡିଅମକୁ ନେଇ ପୁଣି ଏକ ବିବାଦ ସୃଷ୍ଟି ହୋଇଛି। ଷ୍ଟାଡିଅମ୍ର ମରାମତି ଓ ଉନ୍ନତୀକରଣ ନିମନ୍ତେ କାର୍ଯ୍ୟଚାଲୁଛି। ଏହି ସମୟରେ, ପ୍ରତିବାଦ ସତ୍ବେ ଠିକାଦାରଙ୍କ ପୋକଲିନ୍ ଷ୍ଟାଡିଅମ୍ ପରିସରରେ ଥିବା ୧୨ଟି କ୍ରୀଡ଼ାସଂଘର କାର୍ଯ୍ୟାଳୟକୁ ଭାଙ୍ଗି ମାଟିରେ ମିଶାଇଦେଇଛି। ଏହା ବିରୋଧରେ ଜିଲ୍ଲା ଅଲିମ୍ପିକ୍ ସଂଘର କର୍ମକର୍ତ୍ତାମାନେ ଥାନାରେ ଏତଲା ଦେଇଛନ୍ତି।
/filters:format(webp)/sambad/media/media_files/2026/09/13/bhadrak-stadium1-2026-09-13-17-57-38.jpg)
ଜିଲ୍ଲା ଅଲମ୍ପିକ ସଂଘର ସମ୍ପାଦକ ଶୁଭେନ୍ଦୁ ରାୟମହାପାତ୍ର କହିଛନ୍ତି, କ୍ରୀଡା ସଂଘର ଅଫିସ ଆସବା ପତ୍ର , ନଥ୍ପତ୍ର, ଖେଳାଳିଙ୍କ ମେଡାଲ ମେମେଣ୍ଟୋ, ସାର୍ଟିଫିକେଟ ଆଦିର ପତ୍ତା ନାହିଁ। ଏହାକୁ ଚୋରାଇ ନିଆଯାଇଛି। ଚୋରି ହୋଇଥିବା ୧୦ ଲକ୍ଷ ଟଙ୍କାର ଆସବାସପତ୍ର ସମେତ ଖେଳ ଉପକରଣ ଓ ଖେଳାଳିଙ୍କ ସାମଗ୍ରୀ କେଉଁଠି ଅଛି ଠିକାଦାର ସୂଚନା ଦେଉନାହାନ୍ତି। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷେ, ସଂଘର ଅଭିଯୋଗ ଉପରେ କୌଣସି ମାମଲା ରୁଜୁ ହୋଇନାହିଁ। କେବଳ ଅନୁଧ୍ୟାନ ଚାଲିଛି ବୋଲି ଟାଉନ୍ ଥାନା ପକ୍ଷରୁ ସୂଚନା ଦିଆଯାଇଛି।
/filters:format(webp)/sambad/media/media_files/2026/09/13/bhadrak-stadium2-2026-09-13-17-57-51.jpg)
ସୂଚନାଯୋଗ୍ୟ, ପୂର୍ବରୁ ବିଭିନ୍ନ କ୍ରୀଡ଼ା ସଂଘର ଅଫିସ ଘର ଉଚ୍ଛେଦକୁ ବିରୋଧ କରାଯାଇଥିଲା। ଏନେଇ ଗତ ଜୁଲାଇ ୧୫ ତାରିଖରେ ପ୍ରଶାସନ ପକ୍ଷରୁ ଏକ ବୈଠକ କରାଯାଇଥିଲା। ଉକ୍ତ ବୈଠକରେ କ୍ରୀଡା ସଂଘ ଘର ଉଚ୍ଛେଦ କରାଗଲେ ବି ସେମାନଙ୍କୁ ପୁନଃ ଥଇଥାନ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଏଥିସହ ଉନ୍ନତିକରଣ ପ୍ରକଳ୍ପର କାର୍ଯ୍ୟକାରିତା ଲାଗି ବିଭିନ୍ନ କ୍ରୀଡା ସଂଘର ପ୍ରତିନିଧ୍ ଓ ଜିଲା ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି କ୍ରୀଡ଼ାବିତ୍ମାନେ ଅଭିଯୋଗ କରିଛନ୍ତି।
Competition: ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା: ଭଦ୍ରକ ଜିଲ୍ଲାରେ ୪୪୧୩ ପ୍ରତିଯୋଗୀ
କ୍ରୀଡ଼ାପ୍ରେମୀମାନେ ଅଭିଯୋଗ କରିଛନ୍ତି, ଏହି ଷ୍ଟାଡିଅମର ଜମି ହେଉଛି ଭଦ୍ରକ ହାଇସ୍କୁଲର। କିନ୍ତୁ ଏହାକୁ ବିଭିନ୍ନ ସମୟରେ ସରକାରୀ ଓ ବେସରକାରୀ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଷ୍ଟାଡିଅମ ଉନ୍ନତି ନାଁରେ ଗତ ସରକାରର ଶେଷାବସ୍ଥାରେ ଓ ଏବର ସରକାରର ପ୍ରଥମାଦ୍ଧରେ ଠିକାଦାରଙ୍କୁ ଲକ୍ଷଲକ୍ଷ ଟଙ୍କାର ବିଲ୍ ପଇଠ ହୋଇଥିଲେ ବି ସେମିତି କିଛି ଉନ୍ନତି ନଜରକୁ ଆସି ନଥିଲା। ଏପରିକି ଷ୍ଟାଡିଅମରେ ଜିଲ୍ଲା ପ୍ରଶାସନ ସ୍ଵାଧୀନତା ଦିବସ ପାଳନ କରିପାରିନାହିଁ।

2 weeks ago
12

