ARTICLE AD BOX
ନୂଆଦିଲ୍ଲୀ: ଆପଲ୍ର ମାଲିକାନାରେ ଥିବା ଅଡିଓ ବ୍ରାଣ୍ଡ ବିଟ୍ସ ଭାରତ ସମେତ ବିଶ୍ୱ ବଜାରରେ ନୂଆ ଫ୍ଲାଗସିପ୍ ଓଭର୍-ଦ-ଇୟର୍ ହେଡ୍ଫୋନ୍ ବିଟ୍ସ ୩୬୦ ଲଞ୍ଚ କରିଛି। ଏହି ହେଡ୍ଫୋନ୍ରେ ଭଲ ଅଡିଓ କ୍ୱାଲିଟି, ଆଡଭାନ୍ସ୍ଡ ନଏଜ୍ କ୍ୟାନ୍ସେଲେସନ୍, ପର୍ସନାଲାଇଜ୍ଡ ସ୍ପେସିଆଲ୍ ଅଡିଓ ଏବଂ ୩୨ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରି ବ୍ୟାକ୍ଅପ୍ ମିଳୁଛି।
ବିଟ୍ସ ୩୬୦ ଦାମ୍ କେତେ?
ଭାରତରେ ବିଟ୍ସ ୩୬୦ର ଦାମ୍ ୪୨,୯୦୦ ଟଙ୍କା ରଖାଯାଇଛି। ଆମେରିକାରେ ଏହାର ମୂଲ୍ୟ ୩୪୯.୯୯ ଡଲାର। ଏହି ହେଡଫୋନ୍ ବ୍ଲାକ୍, କ୍ଲାଉଡ୍, ପିଙ୍କ ଓ ସ୍କାଏ ରଙ୍ଗରେ ମିଳିବ। ହେଡ୍ଫୋନ୍ ସହିତ ମ୍ୟାଚିଂ ପର୍ଫର୍ମାନ୍ସ ନିଟ୍ ଇୟର୍କପ୍ ଓ ହେଡବ୍ୟାଣ୍ଡ କୁଶନ୍ ମଧ୍ୟ ମିଳୁଛି। ଏହାଛଡ଼ା କମ୍ପାନି ଅଲଗା ଭାବେ କୁଶନ୍ କିଟ୍ସ ମଧ୍ୟ ବିକ୍ରି କରୁଛି।
ପରଫରମାନ୍ସ ନିଟ୍ କୁଶନ୍ କିଟ୍ସର ଦାମ ୬,୯୦୦ ଟଙ୍କାରୁ ଆରମ୍ଭ ହେଉଛି। ଏହା ବ୍ଲାକ୍, କ୍ଲାଉଡ୍, ପିଙ୍କ, ସ୍କାଏ, ନ୍ୟାଭି ଓ ଭଲ୍ଟ ରଙ୍ଗରେ ମିଳିବ। ସେହିପରି ଅଲ୍ଟ୍ରାପ୍ଲସ୍ କୁଶନ୍ କିଟ୍ର ଦାମ୍ ମଧ୍ୟ ୬,୯୦୦ ଟଙ୍କା। ଏହା ବ୍ଲାକ୍ ଓ କ୍ଲାଉଡ୍ ରଙ୍ଗରେ ଉପଲବ୍ଧ ହେବ।
ଆହୁରି ପଢ଼ନ୍ତୁ- 🔴Heavy rain: ଉପକୂଳ, ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ବିଟ୍ସ ୩୬୦ରେ କ’ଣ ରହିଛି?
ବିଟ୍ସ ୩୬୦ରେ ନୂଆ ଅକୁଷ୍ଟିକ୍ ଆର୍କିଟେକ୍ଚର୍ ବ୍ୟବହାର କରାଯାଇଛି। ଏଥିରେ କଷ୍ଟମ୍ ଡିଜାଇନ୍ ଡ୍ରାଇଭର୍, ତିନି-ସ୍ତରୀୟ ଡାଏଫ୍ରାମ୍ ଓ ଡୁଆଲ୍ ନିଓଡିମିୟମ୍ ମ୍ୟାଗ୍ନେଟ୍ ରହିଛି। ଏହା ଫଳରେ ଅଡିଓରେ ଭଲ ଡିଟେଲ୍, ଅଧିକ ଡେପ୍ଥ ଓ କମ୍ ଡିଷ୍ଟର୍ସନ୍ ମିଳିବ ବୋଲି କମ୍ପାନି କହିଛି।
ଏହି ହେଡ୍ଫୋନ୍ରେ ବିଟ୍ସର ଏପର୍ଯ୍ୟନ୍ତର ସବୁଠାରୁ ଆଡ୍ଭାନ୍ସ୍ଡ ଆକ୍ଟିଭ୍ ନଏଜ୍ କ୍ୟାନ୍ସେଲେସନ୍ (ଏଏନ୍ସି) ଦିଆଯାଇଛି। କମ୍ପାନି ଅନୁସାରେ, ବିଟ୍ସ ଷ୍ଟୁଡିଓ ପ୍ରୋ ତୁଳନାରେ ଆକ୍ଟିଭ୍ ଓ ପାସିଭ୍ ନଏଜ୍ କ୍ୟାନ୍ସେଲେସନ୍କୁ ମିଶାଇ ଏଥିରେ ୧.୭୫ ଗୁଣ ପର୍ଯ୍ୟନ୍ତ ଭଲ ନଏଜ୍ କ୍ୟାନ୍ସେଲେସନ୍ ମିଳିବ। ଏଥିରେ ଟ୍ରାନ୍ସପାରେନ୍ସି ମୋଡ୍ ଓ ଆଡାପ୍ଟିଭ୍ ଇକ୍ୟୁ ମଧ୍ୟ ରହିଛି।
ସ୍ପେସିଆଲ୍ ଅଡିଓ ଓ କଲିଂ ଫିଚର୍
ବିଟ୍ସ ୩୬୦ରେ ପର୍ସନାଲାଇଜ୍ଡ୍ ସ୍ପେସିଆଲ୍ ଅଡିଓ ସହ ଡାଏନାମିକ୍ ହେଡ୍ ଟ୍ରାକିଂ ଫିଚର୍ ମଧ୍ୟ ଦିଆଯାଇଛି। ଏଥିପାଇଁ ହେଡ୍ଫୋନ୍ର ବାମ ଇୟର୍କପ୍ରେ ଆକ୍ସେଲେରୋମିଟର୍ ଓ ଜାଇରୋସ୍କୋପ୍ ରହିଛି। ଏହାସହ ଡଲ୍ବାଏ ଆଟ୍ମୋସ୍ର ସପୋର୍ଟ ମଧ୍ୟ ମିଳୁଛି।
କଲ୍ ପାଇଁ ହେଡ୍ଫୋନ୍ରେ ମୋଟ ୯ଟି ଡିଜିଟାଲ୍ ଏମ୍ଇଏମ୍ଏସ୍ ମାଇକ୍ରୋଫୋନ୍ ରହିଛି। ଏଥିରୁ ୮ଟି ଏଏନ୍ସି ପାଇଁ ଏବଂ ୩ଟି ଭଏସ୍ ପିକଅପ୍ ପାଇଁ ବ୍ୟବହାର ହୁଏ। ବିମ୍ଫର୍ମିଂ ମାଇକ୍ରୋଫୋନ୍ ଭଏସ୍ କ୍ଲାରିଟିକୁ ଆହୁରି ଭଲ କରିବାରେ ସାହାଯ୍ୟ କରେ।
ଆହୁରି ପଢ଼ନ୍ତୁ- Emergency Landing: ଇଞ୍ଜିନ୍ ଖରାପ ଯୋଗୁଁ ଚେନ୍ନାଇରେ ବିମାନର ଜରୁରୀକାଳୀନ ଅବତରଣ
ଆଇଫୋନ୍ ଓ ଆଣ୍ଡ୍ରଏଡ୍ ଉଭୟରେ ଚାଲିବ
କନେକ୍ଟିଭିଟି ପାଇଁ ବିଟ୍ସ ୩୬୦ରେ ବ୍ଲୁଟୁଥ୍ ୫.୩ ଦିଆଯାଇଛି। ଆପଲ୍ ୟୁଜର୍ଙ୍କ ପାଇଁ ୱାନ୍-ଟଚ୍ ପେୟାରିଂ, ଅଟୋମେଟିକ୍ ସ୍ବିଚିଂ, ଅଡିଓ ସେୟାରିଂ, ହ୍ୟାଣ୍ଡସ୍-ଫ୍ରି ସିରି, ପର୍ସନାଲାଇଜ୍ଡ ସ୍ପେସିଆଲ୍ ଅଡିଓ ଓ ଫାଇଣ୍ଡ ମାଇଁ ଭଳି ଫିଚର୍ ମିଳିବ। ଆଣ୍ଡ୍ରଏଡ୍ ୟୁଜର୍ଙ୍କ ପାଇଁ ଫାଷ୍ଟ ପେୟାର୍, ଅଡିଓ ସ୍ବିଚ୍ ଓ ଫାଇଣ୍ଡ ହବ୍ ସପୋର୍ଟ ରହିଛି।
୩୨ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରି
ବିଟ୍ସ ୩୬୦ର ବ୍ୟାଟେରି ମଧ୍ୟ ଏହାର ଏକ ବଡ଼ ବିଶେଷତା। ଏଏନ୍ସି ଓ ପର୍ସନାଲାଇଜ୍ଡ ସ୍ପେସିଆଲ୍ ଅଡିଓ ଅନ୍ ଥିଲେ ଏହା ୩୨ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରିବ। ମାତ୍ର ୫ ମିନିଟ୍ ଚାର୍ଜ କଲେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିହେବ।
ଏଥିରେ ଆଇପିଏକ୍ସ୪ ରେଟିଂ ମଧ୍ୟ ରହିଛି। ଅର୍ଥାତ୍ ସାଧାରଣ ପାଣି ଛିଟା ଓ ଝାଳରୁ ହେଡଫୋନ୍କୁ ସୁରକ୍ଷା ମିଳିବ।
ଅଧିକ ଦେଖନ୍ତୁ-

5 days ago
5


