ARTICLE AD BOX
ଝରିଗାଁ: ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁସୁମୀ ଗ୍ରାମରେ ଗତକାଲି ମାଆ ଭାଲୁ ଓ ଦୁଇ ଛୁଆ ଭାଲୁ ଆକ୍ରମଣରେ କୁସୁମୀ ଗ୍ରାମର ଛେଳି ଚରାଳି ଫଗନୁ ଗୌଡ଼ଙ୍କ ଦେହାନ୍ତ ହୋଇଥିଲା। ଘଟଣା ପରେ ଝରିଗାଁ ବନ ବିଭାଗ ତୁରନ୍ତ ଘଟଣା ସ୍ଥଳରେ ଗତକାଲି ଠାରୁ ପହଞ୍ଚି ଭାଲୁମାନଙ୍କ ଗତିବିଧି ଉପରେ କଡା ନଜର ରଖିବା ସହ ଭାଲୁ ମାନଙ୍କୁ କାବୁ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।
BJD: ବେଲପାହାଡ଼ ପୌରପାଳିକାରେ ବିଜେଡିକୁ ବଡ଼ ଝଟକା: ଉପନଗରପାଳ ସମେତ ଦୁଇ-ତୃତୀୟାଂଶ କାଉନସିଲରଙ୍କ ଇସ୍ତଫା
ସେହିଭଳି ଝରିଗାଁ ସହ ଉମରକୋଟ ଓ ରାଇଘର ବ୍ଲକ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ନବରଙ୍ଗପୁର ଠାରୁ ମଧ୍ୟ ଗୋଟିଏ ଟିମ ଆସୁଥିବା ସୂଚନା ମିଳିଛି। ତେବେ ଗୋଟିଏ ଭାଲୁ ଜଙ୍ଗଲ ଭିତରୁ ବାହାରି ନିକଟରେ ଥିବା ପୋଖରୀ ଯାଇ ପୁଣି ଜଙ୍ଗଲ ଭିତରକୁ ଦୌଡ଼ି ଯାଇଥିବା ଜଣାପଡିଛି। ସେହିପରି ଭାଲୁ ଆକ୍ରମଣ ଭୟରେ କୁସୁମୀ ଠାରେ ଝରିଗାଁ ଉମରକୋଟ ରାସ୍ତା ବନ୍ଦ ଥିବା ସୂଚନା ମିଳିଛି।
ଆକ୍ରମଣରେ ଶରୀରରୁ ମୁଣ୍ଡ ଅଲଗା
ଏଠାରେ ପ୍ରକାଶ ଯେ କୁସୁମୀ ଗ୍ରାମର ଫଗନୁ ଗୌଡ଼(୩୭) ଓ ଅନ୍ୟ ଦୁଇ ଜଣ ଦେବସିଂ ନେଙ୍ଗୀ ଓ ବନ୍ତ ପୂଜାରୀ ମିଶି କୁସୁମୀ ଗ୍ରାମର ଶ୍ମଶାନ ନିକଟରେ ଛେଳି ଚରାଉ ଥିଲେ। ତେବେ ଦ୍ଵିପ୍ରହର ପ୍ରାୟ ସାଢ଼େ ଗୋଟେ ସମୟ ବେଳେ ଫଗନୁ ହଠାତ ଗୋଟିଏ ମାଈ ଭାଲୁ ଏବଂ ଦୁଇଟି ଛୁଆ ଭାଲୁ ହାବୁଡ଼ରେ ପଡିଯାଇଥିଲେ। ଅନ୍ୟ ଦୁଇ ଜଣ ଛେଳି ଚରାଳି ଭାଲୁ ଆକ୍ରମଣ ଦେଖି ଗାଁ ଭିତରକୁ ଦୌଡ଼ି ଆସି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ଗ୍ରାମର ଲୋକ ଘଟଣା ସ୍ଥଳରେ ପହଞ୍ଚି ଦେଖିବା ବେଳେ ଫଗନୁର ଦେହାନ୍ତ ହୋଇ ଯାଇଥିଲା। ତିନି ଭାଲୁ ଏଭଳି ଆକ୍ରମଣ କରିଛନ୍ତି ଯେ ଫଗନୁର ଶରୀର ସମ୍ପୂର୍ଣ୍ଣ କ୍ଷତବିକ୍ଷତ ହୋଇ ଯାଇଥିବା ବେଳେ ଶରୀରରୁ ମୁଣ୍ଡ ଅଲଗା ହୋଇ ଯାଇଥିଲା।

1 hour ago
1


