ARTICLE AD BOX
ମୁମ୍ବାଇ: ଆହତ ଥିଲେ ମଧ୍ୟ ଖେଳାଳିଙ୍କୁ ଖେଳିବାକୁ ବାଧ୍ୟ କରୁଛନ୍ତି ଆଇପିଏଲ୍ ଦଳ। ଯାହା ଫଳରେ ଭାରତୀୟ କ୍ରିକେଟର୍ଙ୍କ ଆଘାତ ଜନିତ ସମସ୍ୟା ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ପ୍ରତିବର୍ଷ ଏହି ତାଲିକା ବଢ଼ିବଢ଼ି ଚାଲିଥିଲା ବେଳେ କିଛି ପ୍ରତିଭାବାନ ଖେଳାଳିଙ୍କ କ୍ୟାରିୟର ମଧ୍ୟ ସଙ୍କୁଚିତ ହୋଇଯାଉଛି। ଫ୍ରାଞ୍ଚାଇଜ୍ଙ୍କ ଚାପ ଏବଂ ଆର୍ଥିକ ସ୍ୱାର୍ଥ ଯୋଗୁଁ ଅନେକ ଭାରତୀୟ ଖେଳାଳି ଆହତ ଅବସ୍ଥାରେ ମଧ୍ୟ ଆଇପିଏଲ୍ ଖେଳୁଛନ୍ତି। ପରେ ସେମାନଙ୍କୁ ବିସିସିଆଇର ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସିଲେନ୍ସ (ସିଓଇ)କୁ ପଠାଯାଉଛି। ଫଳରେ ଖେଳାଳିଙ୍କ ପୁନର୍ବାସ ଏବଂ ଫିଟନେସ୍ ଫେରାଇ ଆଣିବାରେ ସିଓଇ ଫିଜିଓଙ୍କ ପାଇଁ ଅଧିକ କଷ୍ଟକର ହେଉଛି। ଏଭଳି ତଥ୍ୟ ପଦାକୁ ଆସିବା ପରେ ବିସିସିଆଇର ଚିନ୍ତା ବଢ଼ିଛି। ଆଗାମୀ ସମୟରେ ଏଭଳି ସମସ୍ୟା ଦୂର କରିବା ଲାଗି ବୋର୍ଡ ସ୍ବତନ୍ତ୍ର ଖସଡ଼ା ଓ ନୀତିନିୟମ ପ୍ରଣୟ କରିବାକୁ ଯାଉଥିବା ଜଣାପଡ଼ିଛି। ବିସିସିଆଇର ଜଣେ ଅଧିକାରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, ସଂପ୍ରତି ମାତ୍ରାଧିକ କ୍ରିକେଟ୍ ଖେଳାଯାଉଛି। ମଣିଷ ଶରୀରର ମଧ୍ୟ ଏକ ସୀମା ରହିଛି। ବିଶେଷକରି ବୟସ୍କ ଖେଳାଳିଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଟିକିଏ ଅଧିକ ରହିଛି। ଅତ୍ୟଧିକ ବ୍ୟବହାରଜନିତ ଓ ବୟସାଧିକ ପ୍ରଭାବ ପାଇଁ ସେମାନେ କେବେ ସୁସ୍ଥ ହେବେ, ତାହା ଅନୁମାନ କରିବା କଷ୍ଟକର ହୋଇପଡ଼ୁଛି।।
Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ
ପ୍ରକାଶଥାଉ କି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳର ଦେଖା ଦେଇଥିବା ଖେଳାଳିଙ୍କ ଆଘାତ ଜନିତ ସମସ୍ୟା ପରେ ଏହି ମାମଲା ଅଧିକ ଚର୍ଚ୍ଚାକୁ ଆସିଛି। ଆହତ ଖେଳାଳିଙ୍କ ତାଲିକାରେ ସାଇ ସୁଦର୍ଶନ ସାମିଲ ହେବା ବିସିସିଆଇ ନୂଆ ଆହ୍ବାନ ବି ସୃଷ୍ଟି କରିଛି। ଶ୍ରୀଲଙ୍କା ‘ଏ’ ବିପକ୍ଷ ଦୁଇଟି ‘ଏ’ ଟେଷ୍ଟରେ ଲଗାତାର ଦୁଇଟି ଶତକ ହାସଲ କରିଥିବା ସୁଦର୍ଶନଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିଲା। ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ନହେବାରୁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ୍ ଦିଆଯାଇଛି। ସଂପ୍ରତି ସେ ବେଙ୍ଗାଲୁରୁ ସିଓଇରେ ପୁନର୍ବାସ ପ୍ରକ୍ରିୟାରେ ସାମିଲ ଅଛନ୍ତି। ସେହିଭଳି ଯଶପ୍ରୀତ୍ ବୁମ୍ରା, ହର୍ଷିତ ରାଣା, ନୀତୀଶ କୁମାର ରେଡ୍ଡୀ ଓ ୱାସିଂଟନ ସୁନ୍ଦର ମଧ୍ୟ ଆହତ ଥିବାରୁ ଶତପ୍ରତିଶତ ଫିଟ୍ନେସ୍ ଫେରି ପାଇବାକୁ ସଂଘର୍ଷ ଜାରି ରଖିଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ବେଳେ ବାମ ଆଣ୍ଠୁରେ ଆଘାତ ପାଇଥିବା ବୁମ୍ରା ଏପର୍ଯ୍ୟନ୍ତ ସୁସ୍ଥ ହୋଇନଥିବାରୁ ଶ୍ରୀଲଙ୍କା ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଜମ୍ମୁ-କଶ୍ମୀରର ୨୯ ବର୍ଷୀୟ ପେସର ଆକ୍ବିବ ନବିଙ୍କୁ ଭାରତୀୟ ଟେଷ୍ଟ ଦଳକୁ ଡାକରା ମିଳିଛି।
Flood in Bhadrak: କମୁଛି ସାଳନ୍ଦୀ-ବୈତରଣୀର ବନ୍ୟାଜଳ, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା
ଅନ୍ୟପକ୍ଷରେ ହର୍ଷିତ ରାଣା ଡାହାଣ ଆଣ୍ଠୁର ଲିଗାମେଣ୍ଟ ଆଘାତ ଓ ଅସ୍ତ୍ରୋପଚାର ପରେ ଫେରିଥିଲେ। ଏହାପରେ ତାଙ୍କ ବାମ ଜଙ୍ଘ ମାଂସପେଶୀରେ ସମସ୍ୟା ସୃଷ୍ଟି ହୋଇଛି। ଏହି କାରଣରୁ ସେ ୨୦୨୬ ଟ୍ବେଣ୍ଟି-୨୦ ବିଶ୍ୱକପ୍ ଓ ଆଇପିଏଲ୍ରୁ ମଧ୍ୟ ବଞ୍ଚିତ ହୋଇଥିଲେ। ନୀତିଶ କୁମାର ରେଡ୍ଡୀ ବାମ ଜଂଘର ଆଘାତରୁ ସୁସ୍ଥ ହେଉଛନ୍ତି। ଜୁନ୍ରେ ଆଫଗାନିସ୍ତାନ ବିପକ୍ଷ ଘରୋଇ ଦିନିକିଆ ସିରିଜ୍ ସମୟରେ ସେ ଆହତ ହୋଇଥିଲେ। ଅନ୍ୟପକ୍ଷରେ ହାମ୍ଷ୍ଟ୍ରିଙ୍ଗ୍ ଆଘାତ କାରଣରୁ ୱାଶିଂଟନ ସୁନ୍ଦର ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଆକାଶ ଦୀପ ମଧ୍ୟ ପିଠି ଯନ୍ତ୍ରଣା ଯୋଗୁଁ ଦଳରୁ ଦୂରରେ ଅଛନ୍ତି। ଅଧିନାୟକ ଶୁବମନ ଗିଲ୍ଙ୍କ ଫିଟନେସ୍କୁ ନେଇ ମଧ୍ୟ କିଛିଟା ଚିନ୍ତା ରହିଥିଲା। ଅଭ୍ୟାସ ସମୟରେ ଡାହାଣ ହାତର ଆଙ୍ଗୁଠିରେ ଆଘାତ ପାଇବା ପରେ ଶ୍ରୀଲଙ୍କା କ୍ରିକେଟ୍ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍ର ପ୍ରଥମ ଦିନ ଗିଲ୍ ପଡ଼ିଆକୁ ଓହ୍ଲାଇନଥିଲେ। ତେବେ ଦ୍ବିତୀୟ ପାଳିରେ ବ୍ୟାଟିଂକୁ ଆସିବା ପରେ ତାଙ୍କୁ ନେଇ ଥିବା ଦ୍ବନ୍ଦ୍ବ ଅପାତତଃ ଦୂର ହୋଇଛି। ଏହି ବଢୁଥିବା ଆହତ ସମସ୍ୟା ମଧ୍ୟରେ ସିଓଇ ଦଳୀୟ ପରିଚାଳନା ଓ ଚୟନ କମିଟି ମଧ୍ୟରେ ସମନ୍ୱୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ସିଓଇ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଖେଳାଳିଙ୍କ ଫିଟନେସ୍ ଓ ପୁନର୍ବାସକୁ ନେଇ ଦଳୀୟ ପରିଚାଳନା ମଣ୍ଡଳି, ସପୋର୍ଟ ଷ୍ଟାଫ୍ ଏବଂ ଚୟନ କମିଟି ମଧ୍ୟରେ ଉତ୍ତମ ସମନ୍ୱୟ ରହିଥିବା ଦାବି କରିଛନ୍ତି।

5 days ago
4


