BBL 2026-27: ଚେନ୍ନାଇରେ ଖେଳାଯିବ ‘ବିଗ୍ ବସ୍‌ ଲିଗ୍‌’ର ପ୍ରଥମ ମ୍ୟାଚ୍

1 month ago 13
ARTICLE AD BOX

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବିଗ୍ ବସ୍ ଲିଗ୍‌ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଆଜି  ବିବିଏଲ୍‌ ଆନୁଷ୍ଠାନିକ ଭାବରେ ଆଗାମୀ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା କରିଛି। ଏଥର  ଉଦଘାଟନୀ ମ୍ୟାଚ୍ ଭାରତରେ ଖେଳାଯିବ। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରୁ ଏହି ଘୋଷଣା କରିଥିଲେ। ପ୍ରଥମ ମ୍ୟାଚ୍ ଡିସେମ୍ବର ୧୨ ତାରିଖରେ ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ଉଦ୍‌ଘାଟନୀ ମ୍ୟାଚ୍‌ରେ ମେଲବର୍ଣ୍ଣ ରେନେଗେଡ୍ସ ଏବଂ ପର୍ଥ ସ୍କର୍ଚର୍ସ ମୁହାଁମୁହିଁ ହେବେ। ଏହି ଐତିହାସିକ ମ୍ୟାଚ୍‌ରେ ମେଲବର୍ଣ୍ଣ ରେନେଗେଡ୍ସ ଘରୋଇ ଦଳ ହେବ। ଭାରତରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବିବିଏଲ୍ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ୍ ପ୍ରଶଂସକ ମଧ୍ୟ ଉତ୍ସାହିତ। ଦେଶରେ କ୍ରିକେଟ୍ କ୍ରେଜ୍ ଦେଖି ଆଶା କରାଯାଉଛି ଯେ ଷ୍ଟାଡିୟମଟି ଦର୍ଶକଙ୍କ ଭିଡ଼ ହେବ।

ୱର୍ଣ୍ଣର ୯ ବର୍ଷ ପରେ ବିବିଏଲ୍‌କୁ ଫେରିଲେ

ଏମ୍‌ସିଜିରେ ଘୋଷଣା 
ଅଷ୍ଟ୍ରେଲିଆ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ। ତାଙ୍କ ସହିତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ପୂର୍ବତନ ଅଧିନାୟକ ଷ୍ଟିଭ୍ ୱା ଏବଂ ପୂର୍ବତନ କ୍ରିକେଟର୍ ଲିସା ସ୍ଥାଲେକର ମଧ୍ୟ ଥିଲେ। ଏସ୍‌ସଜି ଭାରତ ପାଇଁ ଅନେକ ଐତିହାସିକ ବିଜୟର ସାକ୍ଷୀ ହୋଇଛି। ଭାରତରେ ଏକ ବିବିଏଲ୍‌ ମ୍ୟାଚ୍ ଘୋଷଣାକୁ ଦୁଇ ଦେଶ ମଧ୍ୟରେ ଦୃଢ଼ କ୍ରିକେଟ୍ ସମ୍ପର୍କର ପ୍ରତୀକ ଭାବରେ ଦେଖାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.