Bauxite mine lease: ବକ୍ସାଇଟ୍‌ ଖଣି ଲିଜ୍‌ ବାତିଲ ପାଇଁ ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସଚେତନ ନାଗରିକ

1 hour ago 2
ARTICLE AD BOX

ଭୁବନେଶ୍ବର: ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଦିଆଯାଇଥିବା ବକ୍ସାଇଟ୍‌ ଖଣିଗୁଡ଼ିକର ଲିଜ୍‌ ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବି କରାଯାଇଛି। ରାଜ୍ୟର ସଚେତନ ନାଗରିକ ଅମିୟ ଭୂଷଣ ତ୍ରିପାଠୀ, ସଞ୍ଜୀବ ହୋତା, ଅରବିନ୍ଦ ବେହେରା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ଶରତ କୁମାର ପାଲିତା, ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି କରିଥିଲେ। ସେମାନେ କହିଛନ୍ତି, ମାତ୍ରଧିକ ଖଣିଜ ଉତ୍ତୋଳନ ଯୋଗୁଁ ଜଙ୍ଗଲ, ଜୈବବିବିଧତା ଏବଂ ଜଳସମ୍ପଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ସମ୍ପଦ ନଷ୍ଟ ହେବ। କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଓ ରାୟଗଡ଼ାର ସିଜିମାଳି ବକ୍ସାଇଟ୍‌ ଖଣିର ଲିଜ୍‌ ବାତିଲ କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। 

Kathatiye jajabara: କଥାଟିଏ-ଯାଯାବର: ରାଜା ଓ ବିଦୂଷକ

କର୍ଲାପାଟ ବକ୍ସାଇଟ୍‌ ଖଣି କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟରେ ରହିଛି। ସେଠାରୁ ବାହାରିଥିବା ଝରଣା ‘ସାଗୋଡ଼ା’ ଓ ‘ବଡ଼ ନାଳ’ ଭଳି ନଦୀ ସ୍ଥାନୀୟ ଜଳ ଉତ୍ସକୁ ସମୃଦ୍ଧ କରୁଛି। କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡିର ପୂର୍ବଘାଟ ପର୍ବତମାଳାରେ ବକ୍ସାଇଟ୍‌ ଖନନର ସମୀକ୍ଷା ଆବଶ୍ୟକ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି।କୋରାପୁଟ ଜିଲ୍ଲାର କାଶୀପୁର ଶାଶୂ-ବୋହୂ ମାଳି, ନାରାୟଣପାଟଣାର କର୍ଣ୍ଣକୋଣ୍ଡା ଓ ନନ୍ଦପୁର ତହସିଲର ଅନ୍ୟାନ୍ୟ ଅଞ୍ଚଳରେ ବକ୍ସାଇଟ୍ ଖଣି ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କର୍ଣ୍ଣକୋଣ୍ଡା, ସିଜିମାଳି ଓ କୁତ୍ରୁମାଳି ବକ୍ସାଇଟ୍‌ ଖଣିକୁ ବିଭିନ୍ନ ସଂସ୍ଥାକୁ ଆବଣ୍ଟନ କରାଯାଇଛି।

Bank account: ପିଏମ୍‌ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା

କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ସେରୁବନ୍ଧ ଖଣିକୁ ମଧ୍ୟ ଆବଣ୍ଟନ କରାଯାଇଛି। କୋଡ଼ିଙ୍ଗାମାଳିରୁ ମଧ୍ୟ ବକ୍ସାଇଟ୍‌ ବିଭିନ୍ନ କାରଖାନାକୁ ଯୋଗାଇ ଦିଆଯାଉଛି। ପୂର୍ବଘାଟ ପର୍ବତମାଳାରେ ଏଭଳି ବ୍ୟାପକ ଖଣି ଖନନର ପରିବେଶଗତ ଓ ସାମାଜିକ ପ୍ରଭାବ ବେଶ ଚିନ୍ତାଜନକ ବୋଲି ନାଗରିକମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ପଶ୍ଚିମରେ ଗନ୍ଧମାର୍ଦ୍ଦନଠାରୁ ଦକ୍ଷିଣରେ ଦେଓମାଳୀ ପର୍ଯ୍ୟନ୍ତ ଖଣି କାର୍ଯ୍ୟ ଆଦିବାସୀ ସମୁଦାୟର ଜୀବନଜୀବିକାକୁ ପ୍ରଭାବିତ କରୁଥିବାରୁ ସେମାନେ ତାହାକୁ ବିରୋଧ କରିଆସୁଛନ୍ତି। ଗ୍ରାମସଭାରେ ସମ୍ମତି ହାସଲ କରିବା ପାଇଁ ବଳ ଓ ଚାପ ପ୍ରୟୋଗ କରାଯାଉଛି। ଜୈବବିବିଧତାରେ ପରିପୂର୍ଣ୍ଣ ଅଞ୍ଚଳକୁ ଖଣି ପାଇଁ ଖୋଲି ଦିଆଯାଉଛି। ଜୈବବିବିଧତାପୂର୍ଣ୍ଣ ତଥା ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଖଣି କାର୍ଯ୍ୟ ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ। ଏହି ଧାରାରେ ରୋକ ଲଗାଇବାକୁ ସେମା‌ନେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.