Bank Theft Attempt ଏସ୍‌ବିଆଇ ବ୍ୟାଙ୍କ୍‌ରେ ପଶିଲେ ଚୋର: କିଛି ପାଇଲେନି, ଫେରିଗଲେ

1 hour ago 1
ARTICLE AD BOX

କୁତ୍ରା:  କୁତ୍ରା ବସଷ୍ଟାଣ୍ଡ ନିକଟସ୍ଥ ସତ୍ୟ ବାର୍ଲାଙ୍କ ଏସବିଆଇ ମିନି ବ୍ୟାଙ୍କ ତଥା ଗ୍ରାହକ ସେବା କେନ୍ଦ୍ରରେ ଶନିବାର ବିଳମ୍ବିତ ରାତିରେ ଚୋରି ଉଦ୍ୟମ ହୋଇଥିବା ଜଣାପଡ଼ିଛି। ଜଣେ ଦୁର୍ବୃତ୍ତ ମିନି ବ୍ୟାଙ୍କର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ ମଧ୍ୟ ଟଙ୍କା ନପାଇ ନିରାଶ ହୋଇ ଫେରିଯାଇଥିବା ଜଣାପଡ଼ିଛି। 

Bank Theft Attempt: ଲହଣ୍ଡା ୟୁକୋ ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ

ସିସିଟିଭି ଫୁଟେଜ୍‌ ଅନୁସାରେ, ଶନିବାର ରାତିରେ ଚୋର ଜଣକ ଗ୍ରାହକ ସେବା କେନ୍ଦ୍ରର ତାଲା ଭାଙ୍ଗି ଭିତରକୁ ପଶିଥିଲା। ତେବେ ସେଠାରେ ଟଙ୍କା କିମ୍ବା କିଛି ମୂଲ୍ୟବାନ ସାମଗ୍ରୀ ମିଳିନଥିଲା। ଫଳରେ ଚୋରଜଣକ ବିଫଳ ହୋଇ ଫେରିଯାଇଥିଲେ। ଫେରିବା ପୂର୍ବରୁ ଦୁର୍ବୃତ୍ତ ଜଣକ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ଖୋଲି ଦେଇଥିବା ଜଣାପଡ଼ିଛି।

Jharkhand gang: ବ୍ୟାଙ୍କ ଲୁଟ୍‌ ପଛରେ ଝାଡ଼ଖଣ୍ଡ ଗ୍ୟାଙ୍ଗ

ଘଟଣା ଜଣାପଡ଼ିବା ପରେ ଗ୍ରାହକ ସେବା କେନ୍ଦ୍ର ମାଲିକ ସତ୍ୟ ବାର୍ଲା କୁତ୍ରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରିବା ସହ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତକୁ ଚିହ୍ନଟ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ କୁତ୍ରା ବିଜୁ ମାର୍କେଟ କମ୍ପ୍ଲେକ୍ସରେ ମଧ୍ୟ ୪ ଦୋକାନରେ ଚୋରି ଘଟଣା ଘଟିଥିଲା। ସେହି ଘଟଣାର ଦୃଶ୍ୟ ମଧ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୋରମାନେ ଗିରଫ ହୋଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୁଲିସର ରାତ୍ରିକାଳୀନ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। 

The manager: ସାହସ ଦେଖାଇଲେ ମ୍ୟାନେଜର୍‌: ବ୍ୟାଙ୍କ ଲୁଟ୍‌ ଉଦ୍ୟମ ବିଫଳ

ଗୋଟିଏ ଚୋରି ଘଟଣାର ଚର୍ଚ୍ଚା ଥମିନଥିବା ବେଳେ ପୁଣି ଏକ ଚୋରି ଉଦ୍ୟମ ଘଟଣା ସାମ୍ନାକୁ ଆସିବା ପରେ କୁତ୍ରା ଅଞ୍ଚଳରେ ଚିନ୍ତା ବଢ଼ିଛି। ଏଭଳି ଘଟଣାକୁ ରୋକିବା ସହ ପୂର୍ବ ଚୋରି ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଶୀଘ୍ର ଧରିବା ପାଇଁ ପୁଲିସ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.