Balangir ITI Principal Caught ଚାକିରି ଛଡ଼େଇ ନେବି ବୋଲି ଧମକ ଦେଇ ନେଉଥିଲେ ୩୦,୦୦୦ ଟଙ୍କା ଲାଞ୍ଚ, ଧରାପଡ଼ିଗଲେ ବଲାଙ୍ଗୀର ଆଇଟିଆଇ ଅଧ୍ୟକ୍ଷ

1 hour ago 2
ARTICLE AD BOX

ଭୁବନେଶ୍ବର:ବଲାଙ୍ଗୀର ସରକାରୀ ଆଇଟିଆଇର ଜଣେ ପ୍ରଶିକ୍ଷକ ଓ ଅତିଥି ପ୍ରଶିକ୍ଷକଙ୍କ ନିୟମିତ ଦରମା ଓ ଚାକିରି ବଜାୟ ରଖିବାକୁ ୩୦ହଜାର ଟଙ୍କା ଲାଞ୍ଚ ନେଇ ଅନୁଷ୍ଠାନର ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ଧରାପଡ଼ିଛନ୍ତି। 

IT Use in Anti-Corruption Drive ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬: ଭିଜିଲାନ୍‌ସ ଧରପଗଡ଼ରେ ଏଣିକି ବଢ଼ିବ ଆଇଟିର ପ୍ରୟୋଗ
ଭିଜିଲାନ୍‌ସ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଅଭିଯୁକ୍ତ ଅଧ୍ୟକ୍ଷଜଣକ ଅନୁଷ୍ଠାନର ୯ ଜଣ ପ୍ରଶିକ୍ଷକଙ୍କ ନିୟମିତ ଦରମା ପ୍ରଦାନ କରିବାକୁ ମୋଟ ୧,୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହା ନଦେଲେ ସେମାନଙ୍କୁ ଚାକରିରୁ ବାହାର କରିଦେବାକୁ ଧମକ ଦେଉଥିଲେ।  ଅନ୍ୟ କୌଣସି ଉପାୟ ନପାଇ ପ୍ରଶିକ୍ଷକମାନେ ଭିଜିଲାନ୍‌ସ ଥାନାରେ ଲିଖିତ ଅଭିଯୋଗ କରିଥିଲେ।  

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ: ୧ ଲକ୍ଷ ୧୯ ହଜାର ୫୦୦ ଟଙ୍କା ଜବତ
ଲାଞ୍ଚୁଆ ଆଇଟିଆଇ ଅଧ୍ୟକ୍ଷଙ୍କୁ ଧରିବାକୁ ଭିଜିଲାନ୍‌ସ ଟିମ୍‌ ଯୋଜନା କରିଥିଲା। ବଲାଙ୍ଗୀର ରେଳ ଷ୍ଟେସନରେ ଅଭିଯୋଗକାରୀଙ୍କଠାରୁ ମୋଟ ୧,୧୫,୦୦୦ ଟଙ୍କା ଲାଞ୍ଚ ଦାବିର ଏକ କିସ୍ତି ଭାବରେ ୩୦,୦୦୦ ଟଙ୍କା ନେଉଥିବା ବେଳେ ଶ୍ରୀ ଦଳବେହେରାଙ୍କୁ ରଙ୍ଗେହାତ ଧରିଥିଲେ।

Vigilance raid ପୁଣି ଭିଜିଲାନ୍‌ସ ଜାଲରେ କୋଇଡ଼ାର ପୂର୍ବତନ ରେଞ୍ଜନର ପ୍ରସନ୍ନ କୁମାର
ଏହି ସଂକ୍ରାନ୍ତରେ, ସମ୍ବଲପୁର ଭିଜିଲାନ୍ସ ଥାନା କେସ୍ ନଂ-୨୨ ତା: ୦୫.୧୧.୨୦୨୬, ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ର ଧାରା ୭ ଅଧୀନରେ ମାମଲା ରୁଜୁ କରାଯାଇଛି।

 Vigilance: ଭିଜିଲାନ୍‌ସ ଜାଲରେ କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ, ଦୁଇଟି ଫାର୍ମ ହାଉସ୍‌, ୩୨ଟି ପ୍ଲଟ୍‌, ୩୦୦ ଗ୍ରାମ ସୁନା ଅଳଙ୍କାର ଓ ୫.୪୮ଲକ୍ଷ ନଗଦ ଠାବ
ଏହି ଧରପଗଡ଼ ପରେ ଅଧ୍ୟକ୍ଷଙ୍କ ଆୟବହିର୍ଭୂତ ସମ୍ପତ୍ତି (DA) ମାମଲାର ଯାଞ୍ଚ ପାଇଁ ଶ୍ରୀ ଦଳବେହେରାଙ୍କ ବାସଭବନ, କାର୍ଯ୍ୟାଳୟ ଆଦି ତିନିଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ପରବର୍ତ୍ତୀ ସମୟରେ ଆୟବହିର୍ଭୁତ ସମ୍ପତ୍ତି ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯିବ ବୋଲି ଭିଜିଲାନ୍‌ସ ବିଭାଗ କହିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.