ARTICLE AD BOX
ଭଦ୍ରକ: ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ପୁଣି ସାଳନ୍ଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ ରାଜଘାଟ ପୋଲ ନିକଟରେ ସାଳନ୍ଦୀର ଜଳସ୍ତର ବିପଦ ସଙ୍କେତ ଛୁଇଁଛି। ଏଠାରେ ବିପଦ ସଙ୍କେତ ୧୭ ଫୁଟ ଥିବାବେଳେ ଶୁକ୍ରବାର ସନ୍ଧ୍ୟା ୭ଟା ସୁଦ୍ଧା ଜଳସ୍ତର ୧୬.୮୦ ଫୁଟ ଉପରେ ପ୍ରବାହିତ ହେଉଥିଲା। ସାଳନ୍ଦୀ ଓ ଶାଖା ନାଳିଆ ନଦୀରୁ ବନ୍ୟାଜଳ ମାଡ଼ିଆସିବା ଫଳରେ ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଅର୍ଣ୍ଣପାଳ ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ରାଜମୁକୁନ୍ଦପୁରଠାରେ ଥିବା ପକ୍କା ପୋଲ ସହିତ ଶହଶହ ହେକ୍ଟର ଚାଷଜମି ବୁଡ଼ିଯାଇଛି। ହଦଗଡ଼ ଡ୍ୟାମ୍ରୁ ଜଳ ନିଷ୍କାସନ ଜାରି ରହିଥିବାରୁ ନାଳିଆ ନଦୀର ଉଛୁଳା ପାଣି ଧାମନଗର ବ୍ଲକ୍ର ଇଟାପାଳଠାରେ କୂଳବନ୍ଧ ଡେଇଁ ଗାଁକୁ ପଶିବା ଆରମ୍ଭ କରିଛି। ଗ୍ରାମବାସୀ ବନ୍ଧରେ ବାଲି ବସ୍ତା ପକାଇ ଜଗି ରହିଥିବା ଦେଖିବାକୁ ମିଳିଛି।
Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା
ବଢ଼ୁଛି ବୈତରଣୀ
ବୁଡ଼ିଲା ରାଜମୁକୁନ୍ଦପୁର ପୋଲ
ରାସ୍ତା, ପୋଲ ଉପରେ ୩ ଫୁଟର ପାଣି
ଇଟାପାଳ ନିକଟସ୍ଥ ନଦୀବନ୍ଧରେ ପାଖାପାଖି ୧୫ ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି। ଭଦ୍ରକ ବ୍ଲକ୍ର ହରିପୁର ବିଷ୍ଣୁପୁରବିନ୍ଧା, ଅର୍ଣ୍ଣପାଳ ପଞ୍ଚାୟତର ବିସ୍ତୃତ ଅଞ୍ଚଳ ପାଣି ଘେରରେ ରହିଛି। ବିଷ୍ଣୁପୁରବିନ୍ଧା-ଗୁଜିଦରଡ଼ା ରାସ୍ତା ଏବଂ ରାଜମୁକୁନ୍ଦପୁର ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ଚାଲୁଛି। ଭଦ୍ରକ ସହରର ବାଉଦପୁର, କୁଆଁଶ, ଅସ୍ତଳ, ମଠସାହି, ପୁରୁଣାବଜାର, ଧନାଟୋଲା ଆଦି ଅଞ୍ଚଳ ସମେତ ସହରତଳି ଅଞ୍ଚଳ ଜଳମୟ ହୋଇଯାଇଛି। ବନ୍ୟା ପରେ ବିପନ୍ନ ଏବେ ଘର ସଜାଡ଼ୁଛନ୍ତି। ଏପରି ସ୍ଥିତିରେ ପୁଣି ବନ୍ୟାପାଣି ଆସି ଘରେ ପଶିବାରୁ ଲୋକଙ୍କ ଦୁର୍ଦ୍ଦଶା ଦ୍ବିଗୁଣିତ ହୋଇଛି। ଅନ୍ୟପଟେ ବୈତରଣୀ ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ଛୁଇଁବାକୁ ଯାଉଛି। ଆଖୁଆପଦାଠାରେ ବିପଦ ସଙ୍କେତ ୧୮.୮୬ ମିଟର ଥିବାବେଳେ ଏଠାରେ ୧୮.୮୭ ମିଟରରେ ପ୍ରବାହିତ ହେଉଛି।ନାଳିଆ, ଗେଙ୍ଗୁଟି ଓ ଏହାର ଶାଖା ନଦୀ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ଯୋଗୁଁ ତଳିଆ ଅଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

1 week ago
4


