Baitarani Flood: ଡୋଭାବିଲ ପାଟଣାରେ ପୁଣି ଘାଇ, ବୁଡ଼ିଲାଣି ୨ ପଞ୍ଚାୟତ ସମେତ ଅହିୟାସ ବଜାର

3 days ago 3
ARTICLE AD BOX

ଦଶରଥପୁର: ବୈତରଣୀ ନଦୀରେ ଆସିଛି ନବମ ବନ୍ୟା। ଫଳରେ ଶାଖା ନଦୀ କାଣୀରେ ପୁଣି ସୃଷ୍ଟି ହୋଇଛି ଘାଇ। ଗତ ଜୁଲାଇ ୨୮ ତାରିଖରେ ଦ୍ୱିତୀୟ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ପୁଣି ଆଜି ସକାଳୁ ଭାଙ୍ଗିଯାଇଛି। ଫଳରେ ଦଶରଥପୁର ବ୍ଲକର ତରପଦା, କସପା ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବା ସହ ଅହିୟାସ ବଜାରରେ ପୁଣି ପଶିଛି ବନ୍ୟା ଜଳ। ଲଘୁଚାପ ବର୍ଷା ଗତ ୪ ଦିନ ହେବ ହେଉଥିବାବେଳେ ଆଜି ମଧ୍ୟ ଜାରି ରହିଛି। 

କଲବଲ ହେଉଛନ୍ତି ଲୋକେ

ଏଣୁ ଲୋକେ ନାହିଁନଥିବା କଲବଲ ହେଉଛନ୍ତି। ସୂଚନାଥାଉକି ଏହି ଘାଇଟି ବୈତରଣୀ ନଦୀରେ ଚଳିତ ବର୍ଷ ଦ୍ୱିତୀୟ ବନ୍ୟା ଗତ ଜୁଲାଇ ୨୮ ତାରିଖରେ ଘାଇ ସୃଷ୍ଟି ହୋଇ ପ୍ରାୟ ୪୫ ଦିନ ଧରି ବନ୍ୟା ଜଳ ବାରମ୍ବାର ପ୍ରଭାହିତ ହେଉଥିଲା। ମାତ୍ର ଜଳସମ୍ପଦ ବିଭାଗ ଏହି ଘାଇକୁ ସେପ୍ଟେମ୍ବର ୭ ତାରିଖରେ ବନ୍ଦ କରିବାରେ ସଫଳ ହୋଇଥିଲା। କିନ୍ତୁ ନବମ ବନ୍ୟାରେ ଏହି ଘାଇ ପୁଣି ଭାଙ୍ଗିଦେଇଛି। ଘାଇଟି ବର୍ତମାନ ପ୍ରାୟ ୧୦୦ ଫୁଟ ରୁ ଅଧିକ ଲମ୍ବରେ ଭାଙ୍ଗିଯାଇଛି। ନିମ୍ନମାନର କାର୍ଯ୍ୟ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।

Landslides: ପୁଣି କେ ଆର୍‌ ଲାଇନରେ ଧସିଲା ପଥର; ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.