Badminton World C’ships:: ବିଶ୍ବ ବ୍ୟାଡ୍‌ମିଣ୍ଟନ୍: କ୍ବାର୍ଟରରେ ତ୍ରିଶା-ଗାୟତ୍ରୀ

1 hour ago 2
ARTICLE AD BOX

ଭାରତୀୟ ମହିଳା ଯୁଗଳ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଏଠାରେ ଚାଲିଥିବା ବିଶ୍ବ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

: ବିଶ୍ବ ବ୍ୟାଡ୍‌ମିଣ୍ଟନ୍: କ୍ବାର୍ଟରରେ ତ୍ରିଶା-ଗାୟତ୍ରୀ

ନୂଆଦିଲ୍ଲୀ: ଭାରତୀୟ ମହିଳା ଯୁଗଳ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଏଠାରେ ଚାଲିଥିବା ବିଶ୍ବ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରିକ୍ବାର୍ଟରଫାଇନାଲ୍‌ରେ ତ୍ରିଶା ଓ ଗାୟତ୍ରୀ ସିଧାସଳଖ ୨୧-୧୬, ୨୧-୧୨ରେ ସପ୍ତମ ମାନ୍ୟତାପ୍ରାପ୍ତ ଜାପାନର ରିନ ଇୱାନାଗା ଓ କିଏ ନାକାନିଶିଙ୍କୁ ପରାସ୍ତ କରିଥିଲେ। ଏହି ଅଣମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ଏବେ ବିଶ୍ବ ପଦକଠୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛନ୍ତି। ତ୍ରିଶା ଓ ଗାୟତ୍ରୀ ୨୦୨୨ ଓ ୨୦୨୩ରେ ଲଗାାତର ଅଲ୍‌ଇଂଲଣ୍ଡ ଓପନ୍‌ର ସେମିଫାଇନାଲ୍‌ ପହଞ୍ଚିଥିଲେ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏମାନେ ମଧ୍ୟ କାଂସ୍ୟ ଜିତିଥିଲେ ଏବଂ ଗତ ବର୍ଷ ବିଶ୍ବ ମାନ୍ୟତାରେ ଶୀର୍ଷ ୧୦ ମଧ୍ୟରେ ରହିଥିଲେ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.