Ayodhya Ram Temple: ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ହେରଫେର ଅଭିଯୋଗ: ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖ ଓ ଫରେନ୍ସିକ୍ ଅଡିଟ୍ ଦାବି କଲା କଂଗ୍ରେସ

1 day ago 3
ARTICLE AD BOX

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସମସ୍ତ ଆର୍ଥିକ ହିସାବ କିତାବ ସାର୍ବଜନୀନ କରିବା ସହ ମନ୍ଦିର ଚାନ୍ଦା ଓ ଦାନ ଅର୍ଥ ହେରଫେର ଅଭିଯୋଗର ତଦନ୍ତ ପରିସରକୁ ବୃଦ୍ଧି କରିବା ପାଇଁ କଂଗ୍ରେସ ବୁଧବାର ଦାବି କରିଛି। କେବଳ ଗିରଫ ହୋଇଥିବା ୮ ଜଣ କର୍ମଚାରୀଙ୍କ ମଧ୍ୟରେ କାର୍ଯ୍ୟାନୁଷ୍ଠାନକୁ ସୀମିତ ନରଖି, ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ନଜରଦାରିରେ ଏହାର ନିରପେକ୍ଷ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ଦାବି କରିଛି। ସୋସିଆଲ ମିଡିଆ ''ଏକ୍ସ''ରେ ଏକ ପୋଷ୍ଟ କରି କଂଗ୍ରେସ ମହାସଚିବ ଜୟରାମ ରମେଶ "ଚାନ୍ଦା ଚୋରି, ଆସ୍ଥା ଧୋଖା" ଆଖ୍ୟା ଦେଇ ବିଜେପି, ଆରଏସ୍ଏସ୍ ଏବଂ ବିଶ୍ୱ ହିନ୍ଦୁ ପରିଷଦର ନେତାମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। 

ହେରଫେର ଦାୟିତ୍ୱରୁ ଖସିପାରିବେ ନାହିଁ
ମନ୍ଦିର ନିର୍ମାଣ, ଟ୍ରଷ୍ଟ ପରିଚାଳନା, ଦାନ ଅର୍ଥ ସଂଗ୍ରହ, ଗଣତି ଏବଂ ବ୍ୟାଙ୍କରେ ଜମା କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟପନ୍ଥାରେ ଏହି ସଂଗଠନଗୁଡ଼ିକର ଲୋକମାନେ ନିୟୋଜିତ ଥିବାରୁ ସେମାନେ ଏହି ହେରଫେର ଦାୟିତ୍ୱରୁ ଖସିପାରିବେ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି। ଜୟରାମ ରମେଶ ଦର୍ଶାଇଛନ୍ତି ଯେ, ୨୦୨୧ ମସିହାରେ ଆରଏସଏସର ପ୍ରାକ୍ତନ ଆକାଉଣ୍ଟସ୍ ପ୍ରଭାରୀ ମହିପାଳ ସିଂହ ଏହି ଅନିୟମିତତା ବିଷୟରେ ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟ ଏବଂ ଗୋପାଳ ରାଓଙ୍କୁ ଅବଗତ କରାଇଥିଲେ। ମାତ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବଦଳରେ ଓଲଟି ମହିପାଳ ସିଂହଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଥିଲା। 

ଅଭିଯୁକ୍ତ କରିବା ପରିବର୍ତ୍ତେ ସାକ୍ଷୀ
ସେହିପରି ମନ୍ଦିର ନିର୍ମାଣ କାର୍ଯ୍ୟରେ ଜଡ଼ିତ ସୁପରଭାଇଜର କମିଶନ୍ ଦାବିର ଅଡିଓ ରେକର୍ଡିଂ ଦେବା ପରେ ମଧ୍ୟ ଚମ୍ପତ ରାୟ କୌଣସି ପଦକ୍ଷେପ ନନେବା ଏବଂ ବିଶେଷ ତଦନ୍ତକାରୀ ଦଳ (ଏସଆଇଟି) ତାଙ୍କୁ ଅଭିଯୁକ୍ତ କରିବା ପରିବର୍ତ୍ତେ ସାକ୍ଷୀ କରିବା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ଚାନ୍ଦା ଗଣତି କକ୍ଷରେ କୋଟି କୋଟି ଟଙ୍କାର କାରବାର ହେଉଥିବା ସତ୍ତ୍ୱେ ସେଠାରେ କର୍ମଚାରୀ ନିଯୁକ୍ତି ପାଇଁ କୌଣସି ପାରଦର୍ଶୀ ବିଜ୍ଞାପନ ବା ସାକ୍ଷାତକାର କରାଯାଇନଥିବା କଂଗ୍ରେସ ଅଭିଯୋଗ କରିଛି।

ଲୁଚିଲେ ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣା ଉପରେ କାହିଁକି ନୀରବ ଅଛନ୍ତି ବୋଲି ରମେଶ ପ୍ରଶ୍ନ କରିଛନ୍ତି। ଭଗବାନ ଶ୍ରୀରାମଙ୍କ ନାମରେ ସଂଗୃହିତ ସମସ୍ତ ଚାନ୍ଦା, ନଗଦ ଅର୍ଥ, ଜମି ଏବଂ ସୁନା-ରୂପାର ସମ୍ପୂର୍ଣ୍ଣ ଆନୁଷ୍ଠାନିକ ଫରେନ୍ସିକ୍ ଅଡିଟ୍ ରିପୋର୍ଟ ଦେଶବାସୀଙ୍କ ସମ୍ମୁଖରେ ସାର୍ବଜନୀନ କରିବାକୁ ଦଳ ଦାବି କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.