Award: ମୃତ୍ୟୁ ମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ବଳରାମ: ମିଳିଲା ଜିଲ୍ଲା ସ୍ତରୀୟ ସମ୍ମାନ

1 hour ago 1
ARTICLE AD BOX

କଲ୍ୟାଣସିଂହପୁର:ରାୟଗଡ଼ାଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ମଧ୍ୟରେ ମାନବିକତା, ସାହସ ଓ କର୍ତ୍ତବ୍ୟନିଷ୍ଠାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଉଦାହରଣ ସାମ୍ନାକୁ ଆସିଥିଲା। ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣର ଶିକାର ହୋଇଥିବା ଜଣେ ଫେଲୋଶିପ୍‌ ଯୁବତୀଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରିବାରେ ନିୟମଗିରି ଅଞ୍ଚଳ ପାର୍ସାଲି ପଞ୍ଚାୟତ ଭାଲେରୀ ଗାଁର ଯୁବକ ବଳରାମ ବାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।

ଘଟଣାଟି ଘଟିଥିଲା ୧୫ ଜୁନରେ

ଘଟଣାଟି ଘଟିଥିଲା ୧୫ ଜୁନରେ ଏଥି ମଧ୍ୟରେ ଆଜିକୁ ଦୁଇମାସ ବିତି ଯାଇଛି ଏହି କ୍ରମରେ ଆଜି ୮୦ତମ ସ୍ୱାଧୀନତା ଦିବସ ଅବସରରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଓ ଅରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ବଳରାମ ବାଗଙ୍କୁ ଜିଲ୍ଲା ସ୍ତରୀୟ ସମ୍ମାନରେ ସମ୍ମାନିତ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ବଳରାମ ବାଗ ଭାଇ ଯେଉଁ ସାହସ,ମାନବିକତା ଓ ନିଷ୍ଠାର ସହିତ ଜଣେ ଅସହାୟ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଆଗକୁ ଆସିଥିଲେ ତାହା ସତରେ ଉଚ୍ଚ ପ୍ରଶଂସନୀୟତା ତାଙ୍କ କାର୍ଯ୍ୟ ଆମକୁ ମହାନ ସନ୍ଥ ଭୀମ ଭୋଇଙ୍କ ଅମର ବାଣୀ ମନେ ପକାଇଦେଲା ମୋ’ଜୀବନ ପଛେ ନର୍କେ ପଡ଼ିଥାଉ,ଜଗତ ଉଦ୍ଧାର ହେଉ ବୋଲି ମତ ପ୍ରକାଶ କରିଛନ୍ତି ।

OCS: ଓସିଏସ୍ ପରୀକ୍ଷା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ବୟାନ: ପରୀକ୍ଷାରେ ଦୁର୍ନୀତି ଓ ଅନିୟମିତତା ହେଲେ କାର୍ଯ୍ୟାନୁଷ୍ଠାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.