ARTICLE AD BOX
ନୂଆଦିଲ୍ଲୀ: କାର୍ ବଜାରରେ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳିଛି। ପାରମ୍ପରିକ ପେଟ୍ରୋଲ ଓ ଡିଜେଲ ଚାଳିତ କାର୍ ବଦଳରେ ଅଧିକରୁ ଅଧିକ ସଂଖ୍ୟାରେ ଗ୍ରାହକ ବିକଳ୍ପ ଇନ୍ଧନ କିମ୍ବା ଶକ୍ତିରେ ଚାଲୁଥିବା ଗାଡ଼ି କିଣିବାକୁ ପସନ୍ଦ କରୁଛନ୍ତି। ଚଳିତ ବର୍ଷ ଅଗଷ୍ଟରେ ବିକ୍ରି ହୋଇଥିବା ମୋଟ୍ କାର୍ ମଧ୍ୟରୁ ୪୨ ପ୍ରତିଶତ ହେଉଛି ସିଏନ୍ଜି, ହାଇବ୍ରିଡ୍ ଓ ଇଲେକ୍ଟ୍ରିକ ଯାନ (ଇଭି)।
ପ୍ରଥମ ଥର ପାଇଁ ସ୍ବଚ୍ଛ ଇନ୍ଧନରେ ଚାଲୁଥିବା କାର୍ ଭାଗ ପେଟ୍ରୋଲ୍ କାର୍(୪୧ ପ୍ରତିଶତ)ଠାରୁ ଅଧିକ ହୋଇଛି। ଗତବର୍ଷ ଅଗଷ୍ଟରେ ମୋଟ୍ କାର୍ ବିକ୍ରିରେ ପେଟ୍ରୋଲ ଚାଳିତ କାର୍ ଭାଗ ୪୬ ପ୍ରତିଶତ ଥିଲା ବୋଲି ଇକ୍ବିରସ୍ ସିକ୍ୟୁରିଟିଜ୍ ରିପୋର୍ଟରୁ ଜଣାପଡ଼ିଛି। ଏହି ବର୍ଷକ ମଧ୍ୟରେ ସିଏନ୍ଜି କାର୍ର ଭାଗ ୨୧ ପ୍ରତିଶତରୁ ବଢ଼ି ୨୫ ପ୍ରତିଶତ ହୋଇଛି।ଗତବର୍ଷ ଜିଏସ୍ଟି ଢାଞ୍ଚାରେ ସଂସ୍କାର ଅଣାଯିବା ପରେ ଗାଡ଼ି ବିକ୍ରିରେ ବୃଦ୍ଧି ହୋଇଛି।
ଚଳିତ ବର୍ଷ ଅଗଷ୍ଟରେ ବିକ୍ରି ୧୬ ପ୍ରତିଶତ ବଢ଼ିଛି। ଏହି ମାସରେ ଇଭି ବିକ୍ରି ୫୨ ପ୍ରତିଶତ ବୃଦ୍ଧି ପାଇ ୩୦,୭୦୦ରେ ପହଞ୍ଚିଛି। ଫଳରେ ଇଭି ସାନ୍ଦ୍ରତା ୫.୯ ପ୍ରତିଶତରୁ ବଢ଼ି ୭.୭ ପ୍ରତିଶତ ହୋଇଛି। ଇକ୍ବିରସ୍ ସିକ୍ୟୁରିଟିଜ୍ ଏହାର ରିପୋର୍ଟରେ ଜଣାଇଛି ଯେ ଇ୨୦ ପେଟ୍ରୋଲ୍କୁ ନେଇ ଲୋକମାନଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିବାରୁ ସେମାନେ ବିକଳ୍ପ ଇନ୍ଧନରେ ଚାଲୁଥିବା ଗାଡ଼ି ପ୍ରତି ଆକର୍ଷିତ ହୋଇଛନ୍ତି।
ଅକ୍ଟୋବରରେ ଦୁଇଚକିଆ ଇଭି ବିକ୍ରି ୮୫% ବଢ଼ିଲା
ଇଭି କାର୍ ନିର୍ମାତାଙ୍କ ମଧ୍ୟରେ ଟାଟା ମୋଟର୍ସର ବଜାର ଅଂଶ ଅଗଷ୍ଟରେ ସର୍ବାଧିକ ୪୩ ପ୍ରତିଶତ ବଢ଼ଛି। ଜେଏସ୍ଡବ୍ଲ୍ୟୁ ଏମ୍ଜି ମୋଟର୍ସର ବଜାର ଅଂଶ ୧୫ ପ୍ରତିଶତକୁ ହ୍ରାସ ପାଇଛି। ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ବଜାର ଅଂଶ ୨୧ ପ୍ରତିଶତକୁ ଖସିଆସିଛି। ମାରୁତି ସୁଜୁକି ଇଭି ବଜାରର ୫ ପ୍ରତିଶତ ଅଂଶ ହାସଲ କରିଛି। ଦିଲ୍ଲୀ ଦେଶର ସବୁଠୁ ବଡ଼ ଇଭି କାର୍ ବଜାର ଭାବେ ଉଭା ହୋଇଛି। ସେଠାରେ ଇଭି କାର୍ ସା୍ଦ୍ରତା ୧୯ ପ୍ରତିଶତ ଭଳି ଉଚ୍ଚଚ୍ତରରରେ ରହିଛି।

3 weeks ago
10


