ARTICLE AD BOX
ନୂଆଦିଲ୍ଲୀ: ସୋମାଲିଆରେ ଜଳଦସ୍ୟୁମାନେ ଏକ ଇନ୍ଧନ ଜାହାଜ ଅପହରଣ କରିଥିବାବେଳେ ଜଣେ ଭାରତୀୟ ନାବିକଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ପରେ ସୋମାଲିଆ ସୁରକ୍ଷା ବାହିନୀ ଟ୍ୟାଙ୍କରଟିକୁ ନିଜ ନିୟନ୍ତ୍ରଣକୁ ନେବାରେ ସଫଳ ହୋଇଛନ୍ତି। ପୁଣ୍ଟଲ୍ୟାଣ୍ଡ ସାମୁଦ୍ରିକ ପୁଲିସ ଫୋର୍ସ (ପିଏମ୍ପିଏଫ୍) କହିଛି ଯେ, ମଙ୍ଗଳବାର ୩ ପାକିସ୍ତାନୀ, ଜଣେ ଭାରତୀୟ ଓ ଜଣେ ମ୍ୟାମାର ନାଗରିକଙ୍କର ମୃତ୍ୟୁ ହୋଇଛି।
ଆହୁରି ପଢନ୍ତୁ :India vs West Indies 2nd ODI: ଗିଲ୍ଙ୍କ ପରେ ଶତକ ହାସଲ କଲେ ରୋହିତ ଶର୍ମା
ପାଲାଉ ପତାକା ବହନ କରୁଥିବା ଏହି ଟ୍ୟାଙ୍କର ଏମ୍ଟି ଅନର ୨୫କୁ ଜଳଦସ୍ୟୁଙ୍କ କବଳରୁ ମୁକ୍ତ କରିବା ପାଇଁ ସୁରକ୍ଷାବାହିନୀଙ୍କୁ ବଡ଼ଧରଣର ଅପରେସନ କରିବାକୁ ପଡ଼ିଥିଲା। ଏହି ଘଟଣାରେ ୩ ପାକିସ୍ତାନୀ ଓ ଜଣେ ଭାରତୀୟ ନାବିକ ଆହତ ହୋଇଛନ୍ତି। ସୋମାଲି ଜଳଦସ୍ୟୁଙ୍କ ନିପାତ ପାଇଁ ପିଏମ୍ପିଏଫ୍କୁ ଦାୟୀ କରାଯାଇଥିବାବେଳେ ନାବିକମାନଙ୍କର କିପରି ମୃତ୍ୟୁ ହେଲା, ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇନାହିଁ।
ଆହୁରି ପଢନ୍ତୁ :Rahul Gandhi: ରାହୁଲ ଗାନ୍ଧୀଙ୍କୁ କସାବ ସହ ତୁଳନା: ପୂର୍ବତନ ବାୟୁସେନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ
ୟୁରୋପୀୟ ସଂଘର ନୌସେନା ବାହିନୀ ୟୁନାଭଫର୍ ଅନୁଯାୟୀ, ଜାହାଜଟି ୧୮,୫୦୦ ବ୍ୟାରେଲ ଇନ୍ଧନ ନେଇ ସୋମାଲିଆର ରାଜଧାନୀ ମୋଗାଡିସୁ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏପ୍ରିଲ ୨୧ରେ ଅପହରଣ କରାଯାଇଥିଲା। ଏଥିରେ ପ୍ରାୟ ୧୭ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନୀ ନାଗରିକ। ବିବିସି ସୋମାଲି ତଥ୍ୟ ଅନୁସାରେ, ଜାହାଜରେ ୧୦ ପାକିସ୍ତାନୀ, ୪ ଇଣ୍ଡୋନେସିଆ ଏବଂ ଭାରତ, ଶ୍ରୀଲଙ୍କା ଓ ମ୍ୟାମାରର ଜଣେ ଲେଖାଏଁ ନାଗରିକ ଥିଲେ।
ଆହୁରି ପଢନ୍ତୁ :Flydubai flight: ଫ୍ଲାଏଦୁବାଇ ବିମାନରେ ଆତଙ୍କ : ତାବୁକ୍ରେ ଅବତରଣ, ୧୮୦ ଯାତ୍ରୀ ସୁରକ୍ଷିତ
ଟ୍ୟାଙ୍କରଟି ବର୍ତ୍ତମାନ ସୁରକ୍ଷିତ ଅଛି। ଅନ୍ୟପକ୍ଷରେ, ସୋମାଲିଆ ଜଳଦସ୍ୟୁମାନେ ମଙ୍ଗଳବାର ପୁଣ୍ଟଲ୍ୟାଣ୍ଡର କାର୍କାର୍ ଅଞ୍ଚଳରେ ଟୋଗୋ ପତାକା ବହନ କରୁଥିବା ଅନ୍ୟ ଏକ ଟ୍ୟାଙ୍କରକୁ ଅଟକ ରଖିଥିଲେ। ପରେ ଏହାକୁ ମୁକ୍ତ କରିଥିଲେ। ଏମ୍ଟି ୟୁରେକାରେ ଥିବା ୮ ଜଣ ମିଶରୀୟ ଓ ୪ ଭାରତୀୟ ନାବିକଙ୍କୁ ମୁକ୍ତ କରିବା ପରେ ଜାହାଜରେ ଭଙ୍ଗାରୁଜା କରିଥିଲେ ଏବଂ ଏହାର କିଛି ଅଂଶରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।

53 minutes ago
1


