ARTICLE AD BOX
ଅନୁଗୋଳ/ଆଠମଲ୍ଲିକ: ବିଜେଡିରୁ ମହେନ୍ଦ୍ର ସାହୁଙ୍କୁ ନିଲମ୍ବନ ପରେ ଆଠମଲ୍ଲିକ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ସୋମବାର ବିଜେଡି ପକ୍ଷରୁ ମହେନ୍ଦ୍ର ସାହୁଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା ବେଳେ ଆଜି ବିଜେଡି ଛାଡ଼ିଛନ୍ତି ଆଠମଲ୍ଲିକ ନଗରପାଳ ଆଶାକୁମାରୀ ସାହୁ। ତାଙ୍କ ସହ ଉପନଗରପାଳ ଓ ୫ ଜଣ କାଉନ୍ସିଲର ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳ ଭିତରେ ଏମିତି ବିଦ୍ରୋହ ବିଜେଡି ରାଜନୀତିକୁ ଦୋହଲାଇ ଦେଇଛି। କଲେଜ ନିର୍ବାଚନରେ ଦଳ ବିରୋଧୀ କାମ କରିଥିବା ଦର୍ଶାଇ ବିଜେଡି ମହେନ୍ଦ୍ର ସାହୁଙ୍କୁ ନିଲମ୍ବିତ କରିଥିଲା। ଦଳର ସାଧାରଣ ସଂପାଦକ ବିଜୟ ନାୟକ ଏନେଇ ଗତକାଲି ଧାଡ଼ିକିଆ ନିର୍ଦେଶାନାମା ଜାରି କରିଥିଲେ। ଏହି ଖବର ଆଠମଲ୍ଲିକରେ ପହଞ୍ଚିବା ପରେ ଦଳର ବହୁ ନେତା ଓ କର୍ମୀ ଖୋଲାଖୋଲି ଅସନ୍ତୋଷ ଝାଡ଼ିଥିଲେ। ଏପରିକି ସେମାନେ ଦଳ ଛାଡ଼ିବା ପାଇଁ ଧମକ ଦେଇଥିଲେ। ଆଉ ଆଠମଲ୍ଲିକ ଏନ୍ଏସିର ନଗରପାଳ ଆଶାକୁମାରୀ ସାହୁ, ଉପନଗରପାଳ ଗଦାଧର ସ୍ବାଇଁ ଓ ୫ ଜଣ କାଉନ୍ସିଲର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା କାଉନ୍ସିଲରମାନେ ହେଲେ ସିଲି ମୁଣ୍ଡା, ଇବ୍ରାହିମ୍ ଖାଁ, ପ୍ରୀତି ନାୟକ, ଇନ୍ଦ୍ରାଣୀ ସାହୁ ଓ ମଞ୍ଜରୀ ଦନ୍ତା। ଏହା ସହିତ ପୂର୍ବତନ ନଗରପାଳ ସୁଦାମ ସାହୁ, ପୂର୍ବତନ ବିଜେଡି ଏନ୍ଏସି ସଭାପତି କବୀନ୍ଦ୍ର ଦାସ, ପ୍ରଦୀପ କୁମାର ଦାସ ବି ଦଳ ଛାଡ଼ିଛନ୍ତି। ଏନେଇ ଆଶାକୁମାରୀ ସାହୁ କହିଛନ୍ତି, ପ୍ରିୟନେତା ମହେନ୍ଦ୍ର ସାହୁଙ୍କୁ ଦଳରୁ ନିଲମ୍ବନ କରାଯାଇଥିବାରୁ ସେ ଓ ଦଳର ଅନ୍ୟ ନେତାମାନେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଉପନଗରପାଳ ଓ ଅନ୍ୟ କାଉନ୍ସିଲରମାନେ ମଧ୍ୟ ସମାନ କଥା ଦୋହରାଇଛନ୍ତି। ସେମାନେ ଇସ୍ତଫାପତ୍ର ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିବା କହିଛନ୍ତି।
SIR: ଭୋଟର ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଭରିବା ବାଧ୍ୟତାକୁ ଚ୍ୟାଲେଞ୍ଜ: ମିଥ୍ୟା ଘୋଷଣା ପାଇଁ ଦଣ୍ଡର ଆଶଙ୍କା
ମହେନ୍ଦ୍ର ସାହୁଙ୍କ ନିଲମ୍ବନ ଆଦେଶକୁ ବିରୋଧ
ବିଧାୟକ କହିଲେ, ପ୍ରଭାବ ପଡ଼ିବନି
Neglect: ‘ଇନ୍ଦ୍ରାବତୀ-ଭାରତମାଳା ଆମ ପାଇଁ ଦୁଃଖ, ଆମକୁ ଉଚ୍ଚଜାଗାରେ ଥଇଥାନ କର’
ଆଠମଲ୍ଲିକ ଏନ୍ଏସି ବିଜେଡି ହାତରେ ରହିଥିଲା ବେଳେ ଦଳ ଏଠାରେ ୧୧ଟି ୱାର୍ଡରୁ ୯ଟି ୱାର୍ଡରେ ବିଜୟୀ ହୋଇଥିଲା। ଏଥିରୁ ଜଣେ କାଉନ୍ସିଲରଙ୍କ ପରଲୋକ ହୋଇଛି। ବାକି ୮ ଜଣ କାଉନ୍ସିଲରଙ୍କ ମଧ୍ୟରୁ ୬ ଜଣ ଇସ୍ତଫା ଦେବା ପରେ ବିଜେଡି ଏଠାରେ ସଂଖ୍ୟାଲଘୁ ହୋଇଯାଇଛି। ଏଣୁ, ତାଳଚେର ପୌରପାଳିକା ପରେ ଆଠମଲ୍ଲିକ ଏନ୍ଏସି ବିଜେଡି ହାତରୁ ଯାଇଛି। ହେଲେ ଏହା ଦଳରେ ପ୍ରଭାବ ପକାଇବ ନାହିଁ ବୋଲି ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ କହିଛନ୍ତି। ସେ କହିଛନ୍ତି, ଦଳ ବିରୋଧୀ କାର୍ଯ୍ୟ ପାଇଁ ମହେନ୍ଦ୍ର ସାହୁଙ୍କୁ ଦଳର ରାଜ୍ୟ ସଭାପତି ନିଲମ୍ବନ କରିଛନ୍ତି। ଏହାର ପ୍ରତିବାଦରେ ଅନ୍ୟମାନେ ଇସ୍ତଫା ଦେବା ଠିକ୍ ନୁହେଁ। ଏନେଇ ଦଳ ଉଚିତ ନିଷ୍ପତ୍ତି ନେବ ବୋଲି ସେ ପ୍ରକାଶ କରିଛନ୍ତି।

1 hour ago
1


