Asian Games: ସ୍କ୍ବାସ୍‌ କ୍ବାର୍ଟରରେ ଦୁଇ ଭାରତୀୟ ତନ୍ବୀ-ଅନାହାତ ଲଢ଼େଇ

4 days ago 5
ARTICLE AD BOX

‌ଆଇଚି: ଚଳିତ ଏସୀୟ କ୍ରୀଡ଼ା ମହିଳା ସ୍କ୍ବାସ୍‌ ଏକକ ବର୍ଗ କ୍ବାର୍ଟରଫାଇନାଲ୍‌ରେ ଦୁଇ ଭାରତୀୟ ଖେଳାଳି କନିଷ୍ଠ ବିଶ୍ବ ବିଜୟିନୀ ଅନାହାତ ସିଂହ ଓ ତନ୍ବୀ ଖାନ୍‌ ମୁହାଁମୁହିଁ ହେବେ। ଫଳରେ ଏହି ଇଭେଣ୍ଟ୍‌ରେ ଭାରତର ଗୋଟିଏ ପଦକ ନିଶ୍ଚିତ ହୋଇଛି। ଗୁରୁବାର ପ୍ରିକ୍ବାର୍ଟରଫାଇନାଲ୍‌ରେ ଅନାହାତ ୩-୦ (୧୧-୪, ୧୧-୫, ୧୧-୭)ରେ ସିଙ୍ଗାପୁରର ୱାଇ ଇନ୍‌ ଆଉ ୟିଓଙ୍ଗଙ୍କୁ ଏବଂ ତନ୍ବୀ ୩-୧‌ (୫-୧୧, ୧୧-୪, ୧୧-୫, ୧୩-୧୧)ରେ ସିଙ୍ଗାପୁରର ୱାଇ ୟାନ୍‌ ଆଉ ୟିଓଙ୍ଗଙ୍କୁ ପରାସ୍ତ କରିଥିଲେ। ପୁରୁଷ ଏକକରେ ଅଭୟ ସିଂହ ଓ ବୀର ଚୋଟରାନୀ କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଛନ୍ତି।

ଭାରତର ଗୋଟିଏ ପଦକ ନିଶ୍ଚିତ

ଅଭୟ ୩-୦ (୧୧-୫, ୧୧-୬, ୧୧-୦)ରେ ଶ୍ରୀଲଙ୍କାର ରବିନ୍ଦୁ ଲାକଶ୍ରୀଙ୍କୁ ଏବଂ ବୀର ୩-୨ (୧୧-୯, ୮-୧୧, ୧୧-୬, ୧୫-୧୭, ୧୧-୬)ରେ ମାଲେସିଆର ସଞ୍ଜୟ ଜୀଭାଙ୍କୁ ହରାଇଥିଲେ। କ୍ବାର୍ଟରଫାଇନାଲ୍‌ରେ ଅଭୟ ଓ ବୀର ଯଥାକ୍ରମେ ଜାପାନର ରିଉନୋସୁକେ ଓ ପାକିସ୍ତାନର ଇର୍ଫାନ ମହମ୍ମଦଙ୍କୁ ଭେଟିବେ। ଦୁଇ ଭାରତୀୟ ଯୋଡ଼ିଙ୍କ ମଧ୍ୟରେ ଖେଳାଯାଇଥିବା ମିଶ୍ରିତ ଯୁଗଳ ପ୍ରିକ୍ବାର୍ଟରଫାଇନାଲ୍‌ରେ ଭେଟେରାନ ଜ୍ୟୋତ୍ସ୍ନା ଚିନାପ୍ପା ଓ ଭେଲାଭାନ ସେନ୍ଥିଲକୁମାର ୧୧-୭, ୧୧-୧୦ରେ ସୂରଜ ଚାନ୍ଦ ଓ ଶାମୀନା ରିଆଜଙ୍କୁ ହରାଇଥିଲେ। ଶୁକ୍ରବାର ଏହି ଏସୀୟ ପ୍ରତିଯୋଗିତା କାଂସ୍ୟ ବିଜୟିନୀ ଭାରତୀୟ ଯୋଡ଼ି କ୍ବାର୍ଟରଫାଇନାଲ୍‌ରେ ଫିଲିପାଇନ୍ସର ଡେଭିଡ୍‌ ପେଲିନୋ ଓ ଜେମିକା ଆରିବାଦୋଙ୍କୁ ‌ଭେଟିବେ।

ଚାଇନିଜ୍‌ ତାଇପେକୁ ପରାସ୍ତ କରି ଦେଇଛି ଭାରତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.