Asian Games: ପୁରୁଷ ଓ ମହିଳା ସ୍କିଟ୍‌ ଦଳକୁ କାଂସ୍ୟ

5 days ago 6
ARTICLE AD BOX

ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ ଭାରତର ଉଭୟ ପୁରୁଷ ଓ ମହିଳା ସ୍କିଟ୍‌ ଦଳ କାଂସ୍ୟ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଭବତେଗ ସିଂହ ଗିଲ୍‌, ମୈରାଜ ଅହମଦ ଖାନ ଓ ଅନନ୍ତଜିତ ସିଂହ ନାରୁକାଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ ୩୪୬ ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ରହି କାଂସ୍ୟ ଜିତିଥିଲା। କତର (୩୫୩) ଓ କୁଏତ (୩୪୮) ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ପାଇଥିଲେ। ଭାରତ ପକ୍ଷରୁ ଅନନ୍ତଜିତ ୧୧୯ ପଏଣ୍ଟ ପାଇ ବ୍ୟକ୍ତିଗତ ବର୍ଗର ଫାଇନାଲ୍‌ରେ ପହଞ୍ଚିଛନ୍ତି। ତେବେ ମୈରାଜ (୧୧୬) ଓ ଭବତେଗ (୧୧୧) ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଛନ୍ତି।

ଫାଇନାଲ୍‌ରୁ ବଞ୍ଚିତ ହୋଇଛନ୍ତି ମାହେଶ୍ବରୀ

ସେହିପରି ରାଇଜା ଧିଲନ, ମାହେଶ୍ବରୀ ଚୌହାନ ଓ ପରିନାଜ ଧଲିୱାଲଙ୍କୁ ନେଇ ଗଠିତ ଭାରତୀୟ ମହିଳା ଦଳ ୩୩୧ ସ୍କୋର୍‌ ସହ ତୃତୀୟ ସ୍ଥାନରେ ରହିଥିଲା। ଚୀନ୍‌ (୩୫୭) ଗେମ୍‌ ରେକର୍ଡ ସହ ସ୍ବର୍ଣ୍ଣ ଜିତିଥିଲା ବେଳେ କାଜାଖସ୍ତାନ (୩୩୭) ରୌପ୍ୟ ପଦକ ପାଇଛି। ମୋଟ ୧୨୫ ପଏଣ୍ଟରୁ ପରିନାଜ ଓ ରାଇଜା ୧୧୧ ପଏଣ୍ଟ୍‌ ଲେଖାଏଁ ପାଇ ଯଥାକ୍ରମେ ଅଷ୍ଟମ ଓ ନବମ ସ୍ଥାନରେ ରହି ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ମାହେଶ୍ବରୀ ୧୦୯ ପଏଣ୍ଟ୍‌ ପାଇ ଫାଇନାଲ୍‌ରୁ ବଞ୍ଚିତ ହୋଇଛନ୍ତି। ଚଳିତ ଏସୀୟ କ୍ରୀଡ଼ାରେ ବନ୍ଧୁକଚାଳନାରୁ ଭାରତ ଏପର୍ଯ୍ୟନ୍ତ ୭ (୪ ରୌପ୍ୟ, ୩ କାଂସ୍ୟ) ପଦକ ପାଇସାରିଲାଣି।
ଅନ୍ୟପକ୍ଷରେ ମହିଳା ୧୦ ମିଟର ଏୟାର ପିସ୍ତଲରେ ଭାରତ ଖାଲି ହାତରେ ଫେରିଛି। ଯୁଗଳ ଅଲିମ୍ପିକ୍ସ ପଦକ ବିଜୟିନୀ ମନୁ ଭାକର ବ୍ୟକ୍ତିଗତ ବର୍ଗରେ ପଞ୍ଚମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଛନ୍ତି। ୨୪ ବର୍ଷୀୟା ମନୁ ୫୭୯ ପଏଣ୍ଟ ସହ ଫାଇନାଲ୍‌ରେ ପହଞ୍ଚିଥିଲେ। ହେଲେ ଫାଇନାଲ୍‌ରେ ସେ ୧୮୧.୮ ପଏଣ୍ଟ୍‌ ପାଇ ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲେ।

Agreement: ଗ୍ରିନଲ୍ୟାଣ୍ଡରେ ନିର୍ମାଣ ହେବ ଆମେରିକାର ସାମରିକ ଘାଟି: ପ୍ରତିରକ୍ଷା ଚୁକ୍ତିନାମାରେ ସ୍ୱାକ୍ଷର କଲେ ଟ୍ରମ୍ପ

ଏହି ଇଭେଣ୍ଟରେ ଭାଗ ନେଇଥିବା ଦୁଇ ଭାରତୀୟ ଈଶା ସିଂହ (୫୭୨ ପଏଣ୍ଟ୍‌) ପଞ୍ଚଦଶ ଏବଂ ସୁରୁଚି ସିଂହ (୫୬୮) ୨୬ତମ ସ୍ଥାନରେ ରହି ଫାଇନାଲ୍‌ରେ ପହଞ୍ଚିପାରି ନଥିଲେ। ଦଳଗତରେ ଭିଏତ୍‌ନାମଠୁ ଇନର ୧୦ଏସ୍‌ କାଉଣ୍ଟ୍‌ରେ ପଛରେ ପଡ଼ି ଭାରତ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଛି। ଉଭୟ ଦଳ ସମାନ ୧୭୧୯ ସ୍କୋର୍‌ କରିଥିଲେ। ତେବେ ୧୦ ମିଟର ଏୟାର ପିସ୍ତଲରେ ବିଫଳ ହେବା ପରେ ମନୁ ଏବେ ୨୫ ମିଟର ପିସ୍ତଲ ଇଭେଣ୍ଟରୁ ପଦକ ଆଶା ରଖିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.