Asian Games: ଜୟଙ୍କୁ ଐତିହାସିକ ସପ୍ଟଟେନିସ୍‌ କାଂସ୍ୟ

5 days ago 6
ARTICLE AD BOX

ଚଳିତ ଏସୀୟ କ୍ରୀଡ଼ା ସଫ୍ଟଟେନିସ୍‌ରେ ଭାରତ ପାଇଁ ଐତିହାସିକ କାଂସ୍ୟ ପଦକ ଜିତିଛନ୍ତି ଜୟ ମୀନା। ବୁଧବାର ପୁରୁଷ ଏକକ‌ ସେମିଫାଇନାଲ୍‌ରେ ଜୟ ୨-୪ (୩-୫, ୧-୪, ୧-୪, ୪-୧, ୬-୪, ୧-୪)ରେ ଜାପାନର ତାକୁୟୁ କୁରୋସାକାଙ୍କଠୁ ହାରି ଯାଇଥିଲେ। ୦-୩ରେ ପଛରେ ପଡ଼ିବା ପରେ ଜୟ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ୨ ଗେମ୍‌କୁ ଜିତି ଆଶା ସଞ୍ଚାର କରିଥିଲେ।‌ ‌

ଭାରତ ପାଇଁ ଜିତିଛନ୍ତି କାଂସ୍ୟ ପଦକ

ହେଲେ ‌ଷଷ୍ଠ ଗେମ୍‌କୁ ଜିତି କୁରୋସାକା ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ସେମିଫାଇନାଲ୍‌ ପୂର୍ବରୁ ଖେଳାଯାଇଥିବା କ୍ବାର୍ଟରଫାଇନାଲ୍‌ରେ ଜୟ ୪-୩ (୦-୪, ୪-୨, ୨-୪, ୪-୨, ୫-୩, ୨-୪, ୭-୫)ରେ ଫିଲିପାଇନ୍ସର ଶେରୱିନ୍‌ ନୁଗୁଇତଙ୍କୁ ହରାଇ ପଦକ ପକ୍କା କରିଥିଲେ। ଏସୀୟ କ୍ରୀଡ଼ା ଇତିହାସରେ ଭାରତର ଏହା ପ୍ରଥମ ସଫ୍ଟଟେନିସ୍‌ ପଦକ।

Asian Games: ଏସୀୟ କ୍ରୀଡ଼ା: ମହିଳା କ୍ରିକେଟ୍‌ରୁ ପ୍ରଥମ ସ୍ବର୍ଣ୍ଣ

Read Entire Article
LEFT SIDEBAR AD

Hidden in mobile, Best for skyscrapers.