Asian Games: କବାଡ଼ି: ପୁରୁଷ ଦଳ ଗ୍ରୁପ୍‌ ଟପର

4 days ago 5
ARTICLE AD BOX

ଆଇଚି: ୮ ଥରର ସ୍ବର୍ଣ୍ଣ ବିଜେତା ଭାରତୀୟ ପୁରୁଷ କବାଡ଼ି ଦଳ ଚଳିତ ଏସୀୟ କ୍ରୀଡ଼ାରେ ଅପରାଜେୟ ସହ ଗ୍ରୁପ୍‌-ଏ’ର ଶୀର୍ଷ ସ୍ଥାନ ଦଖଲ କରିଛି। ଗୁରୁବାର ନିଜର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୩୭-୨୧ରେ ଚାଇନିଜ୍‌ ତାଇପେକୁ ପରାସ୍ତ କରି ଦେଇଛି। ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରି ସାରିଥିବାରୁ ପଦକ ପକ୍କା ହୋଇଥିଲେ ଭାରତ ନବମ ସ୍ବର୍ଣ୍ଣ ଲକ୍ଷ୍ୟରେ ରହିଛି। ପୂର୍ବରୁ ୩ରୁ ୩ ଜିତି ପୂରା ଆତ୍ମବିଶ୍ବାସରେ ଥିବା ଭାରତ ପ୍ରଥମାର୍ଦ୍ଧରେ ୨ ଅଲ୍‌ଆଉଟ୍‌ ସହ ୨୩-୧୧ରେ ଚାଇନିଜ୍‌ ତାଇପେକୁ ପଛରେ ରଖିଥିଲା। 

ତାଇପେକୁ ଅଲ୍‌ଆଉଟ୍‌ କରି ଦେଇଥିଲେ ଭାରତୀୟ ରେଡର୍‌

ମଧ୍ୟାନ୍ତର ପରେ ଚାଇନିଜ୍‌ ତାଇପେ ବୋନସ୍‌ ପଏଣ୍ଟ୍‌ ହାସଲ କରି ନେଇଥିଲା। ହେଲେ ଏହାପରେ ଭାରତୀୟ ରେଡର୍‌ମାନେ ଆକ୍ରମଣ କରି ତାଇପେକୁ ଚାପରେ ରଖିବା ସହ ଅଲ୍‌ଆଉଟ୍‌ କରି ଦେଇଥିଲେ। ଶେ‌ଷରେ ଭାରତ ୩ ବୋନସ ଓ ୬ ଅଲ୍‌ଆଉଟ୍‌ ସହ ମୋଟ ୩୭ ପଏଣ୍ଟ୍‌ ପାଇଥିଲା। ସେହିଭଳି ଚାିନିଜ୍‌ ୯ ବୋନସ ଓ ୨ ସୁପର ଟ୍ୟାକଲ ସହ ୨୧ ପଏଣ୍ଟ୍‌ ପାଇ ପରାଜୟ ବରଣ କରିଥିଲା

ଦ୍ବିଶତକ ମ୍ୟାଚ୍‌ ଖେଳିଲେ ବିବେକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.