Asian Champions Trophy: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି: ଭାରତ ମାଟିରେ ଖେଳିବ ପାକିସ୍ତାନ

2 weeks ago 11
ARTICLE AD BOX

ଚଣ୍ଡିଗଡ଼: ଆସନ୍ତା ମାସରେ ପଞ୍ଜାବରେ ହେବାକୁ ଥିବା ଏଏଚଏଫ୍‌ ପୁରୁଷ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନ ଅଂଶଗ୍ରହଣ କରିବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ସୋମବାର ଏହା ସ୍ପଷ୍ଟ କରିଛନ୍ତି। ବହୁପକ୍ଷୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ମାଟିରେ ଦୁଇ ଦେଶ ଖେଳିପାରିବେ ବୋଲି କେନ୍ଦ୍ର ସରକାରଙ୍କ ନୀତି ରହିଛି। ଅକ୍ଟୋବର ୨୭ରୁ ନଭେମ୍ବର ୫ ପର୍ଯ୍ୟନ୍ତ ଜଲନ୍ଧର ଓ ମୋହାଲିରେ ଏହି ପ୍ରତିଯୋଗିତା ଖେଳାଯିବ। ନଭେମ୍ବର ୫ରେ ମୋହାଲିରେ ଫାଇନାଲ୍‌ ଖେଳାଯିବ।

୨୦୨୫ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ନଥିଲା

ଭାରତ, ପାକିସ୍ତାନ ସମେତ ଚୀନ୍‌, ଜାପାନ, ମାଲେସିଆ ଓ କୋରିଆ ଅଂଶଗ୍ରହଣ କରିବେ। ଓମାନ ଓ ବାଂଲାଦେଶକୁ ରିଜର୍ଭ ଦଳ ଭାବେ ରଖାଯାଇଛି। ଭାରତ ଏହି ପ୍ରତିଯୋଗିତାର ଡିଫେଣ୍ଡିଂ ଚାମ୍ପିଅନ୍‌ ଅଛି। ୨୦୨୩ (ଚେନ୍ନାଇ) ଓ ୨୦୨୪ ( ହୁଲୁନବୁଇର, ଚୀନ) ରେ ଭାରତ ଲଗାତାର ଦୁଇଥର ଏହି ଟାଇଟଲ ଜିତିଥିଲା। ତେବେ ୨୦୨୫ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ନଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.