Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପାଇଁ ଭାରତ ‘ଏ’ ଦଳରେ ଅଭିଷେକ, ସୂର୍ଯ୍ୟବଂଶୀ

52 minutes ago 2
ARTICLE AD BOX

ମୁମ୍ବାଇ: କତରର ଦୋହାଠାରେ ଚଳିତ ମାସ ୧୯ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ତିଳକ ବର୍ମାଙ୍କ ନେତୃତ୍ବରେ ଘୋଷିତ ଏହି ଦଳରେ ବିସ୍ଫୋରକ ଓପନର ଅଭିଷେକ ଶର୍ମା ଓ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ରଜତ ପଟିଦାରଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଥିବାବେଳେ ରିଙ୍କୁ ସିଂହ, ପ୍ରଭସିମରନ ସିଂହ ଓ କୁମାର କୁଶାଗ୍ର ଦଳରେ ଅଛନ୍ତି। ପ୍ରିନ୍ସ ଯାଦବ, ଅର୍ସଦ ଖାଁ, ହର୍ଷିତ ରାଣା ବୋଲିଂ ଆକ୍ରମଣ ସମ୍ଭାଳିବେ। ନଭେମ୍ବର ୨୦ରେ ଭାରତ ନିଜର ପ୍ରଥମ ମ୍ୟାଚ୍‌ ନେପାଳ ବିପକ୍ଷରେ ଖେଳିବାକୁ ଥିବାବେଳେ ଦ୍ବିତୀୟ ମ୍ୟାଚ୍‌ରେ ନଭେମ୍ବର ୨୨ରେ ପାକିସ୍ତାନ ‘ଏ’କୁ ଏବଂ ନଭେମ୍ବର ୨୪ରେ ୟୁଏଇକୁ ଭେଟିବ।

ଆହୁରି ପଢନ୍ତୁ :Iran US Conflict: ଆମେରିକା ଚାହିଲେ ଦୁଇ ଦିନ ମଧ୍ୟରେ ଖୋଲିବ ହର୍ମୁଜ୍: ଇରାନ

ଭାରତୀୟ ଦଳ: ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ପ୍ରଭସିମରନ ସିଂହ (ୱିକେଟ୍‌କିପର), ତିଳକ ବର୍ମା (ଅଧିନାୟକ), ରଜତ ପଟିଦାର (ଉପଅଧିନାୟକ), ରିଙ୍କୁ ସିଂହ, କୁମାର କୁଶାଗ୍ର (ୱିକେଟ୍‌କିପର), ସୂର୍ଯ୍ୟାଂଶ ସେଡଗେ, ଶେହବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିଆନ, ହର୍ଷିତ ରାଣା, ପ୍ରିନ୍ସ ଯାଦବ ଓ ଅର୍ଶଦ ଖାନ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.