Asia Cup Cricket: ଦୁବାଇରେ ଆରମ୍ଭ ହେବ ମହିଳା ଏସିଆ କପ୍‌ କ୍ରିକେଟ୍‌

1 hour ago 1
ARTICLE AD BOX

ଦୁବାଇ: ମହିଳା ଏସିଆ କପ୍‌ କ୍ରିକେଟ୍‌ ଶୁକ୍ରବାରଠୁ ଦୁବାଇରେ ଆରମ୍ଭ ହେବ। ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ୮ ଦଳ ଭାରତ ସହ ବିଜେତା ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ, ଥାଇଲାଣ୍ଡ, ହଂକଂ, ଚୀନ୍‌, ୟୁଏଇ ଓ ଇଣ୍ଡୋନେସିଆ ଅଂଶଗ୍ରହଣ କରୁଛନ୍ତି। ୨୦୨୪ ଫାଇନାଲ୍‌ରେ ଶ୍ରୀଲଙ୍କାଠୁ ହାରିଥିବା ଭାରତ ଏଥର ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି। ଚଳିତ ସଂସ୍କରଣରେ ଭାରତ ଗ୍ରୁପ୍‌-ଏ’ରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ, ହଂକଂ ଓ ଥାଇଲାଣ୍ଡ ସହ ରହିଛି। ଭାରତ ରବିବାର ପାକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଶୁକ୍ରବାର ଉଦ୍‌ଘାଟନୀ ମୁକାବିଲାରେ ଥାଇଲାଣ୍ଡ ଓ ହଂକଂ ମୁହାଁମୁହିଁ ହେବେ।

Advertisment

Read Entire Article
LEFT SIDEBAR AD

Hidden in mobile, Best for skyscrapers.