ASI Murder Case: ପୁଲିସ ଏଏସଆଇ ହତ୍ୟାକାଣ୍ଡ: ଶନିବାର ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ନିହତ

44 minutes ago 1
ARTICLE AD BOX

ଅମୃତସର:ପଞ୍ଜାବ ପୁଲିସ ଏଏସଆଇ ହରଜିତ୍ ସିଂହଙ୍କ ନୃଶଂସ ହତ୍ୟାକାଣ୍ଡ ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିବା ସହ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଶନିବାର ରାତିରେ ପୁଲିସ ସହ ହୋଇଥିବା ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଦୀପକ ସିଂହ ନିହତ ହୋଇଥିବା ବେଳେ ତାର ଅନ୍ୟଜଣେ ସହଯୋଗୀ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ନିହତ ଅଭିଯୁକ୍ତ ଦୀପକ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ଶେହଜାଦ୍ ଭଟ୍ଟି ଏବଂ ତାର ଆତଙ୍କୀ ସଂଗଠନ ସହ ସମ୍ପୃକ୍ତ ଥିବା ନେଇ ପୁଲିସ ସ୍ପଷ୍ଟ କରିଛି।

ଅଭିଯୁକ୍ତଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲା

ପୁଲିସ କମିଶନର ହରମନବୀର ସିଂହ ଗିଲଙ୍କ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୮ ତାରିଖ ଅଧରାତିରେ ଭଗତାନୱାଲା ଶସ୍ୟ ମାଣ୍ଡି ନିକଟରେ ନିୟୋଜିତ ୫୦ ବର୍ଷୀୟ ଏଏସଆଇ ହରଜିତ୍ ସିଂହଙ୍କୁ ଦୁଇଜଣ ଅଭିଯୁକ୍ତ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରଠାରୁ ସିସିଟିଭି ଫୁଟେଜ୍, ଟାୱାର ଡମ୍ପ ଆନାଲିସିସ୍ ଏବଂ ଗୁଇନ୍ଦା ସୂଚନା ଆଧାରରେ ପୁଲିସ ଅଭିଯୁକ୍ତଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲା। ଶନିବାର ରାତି ପ୍ରାୟ ୯ଟା ୪୫ ମିନିଟରେ ଠଣ୍ଡା ରୋଡରେ ନାକାବନ୍ଦୀ ସମୟରେ ପୁଲିସ ଗୋଟିଏ ଆକ୍ଟିଭା ସ୍କୁଟରରେ ଯାଉଥିବା ଦୁଇ ସନ୍ଦିଗ୍ଧଙ୍କୁ ଅଟକିବାକୁ ଚେଷ୍ଟା କରିଥିଲା। ମାତ୍ର ଅଭିଯୁକ୍ତମାନେ ଅଟକିବା ବଦଳରେ ପୁଲିସ ଟିମ୍ ଉପରକୁ ୪ ରାଉଣ୍ଡ ଗୁଳିଚାଳନା କରିଥିଲେ। ପୁଲିସ ଆତ୍ମରକ୍ଷାର୍ଥେ ୬ ରାଉଣ୍ଡ ପାଲଟା ଜବାବି ଗୁଳିଚାଳନା କରିବାରୁ, ଗୋଟିଏ ଗୁଳି ବାଜି ୧୯ ବର୍ଷୀୟ ଅଭିଯୁକ୍ତ ଦୀପକ ସିଂହ ଗୁରୁତର ଆହତ ହୋଇଥିଲା। ତାକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

Cockroach Drone: କକ୍ରୋଚ୍ ଡ୍ରୋନ୍: ରୋବୋଟିକ୍ କୀଟପତଙ୍ଗର ଏକ ସେନା ପ୍ରସ୍ତୁତ କରୁଛି ଇସ୍ରାଏଲ

ତଦନ୍ତରୁ ଅନୁଯାୟୀ, ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ହ୍ୟାଣ୍ଡଲର୍ ସେମାନଙ୍କୁ ପ୍ରଚୁର ଅର୍ଥ ଓ ବେଆଇନ ନିଶାଦ୍ରବ୍ୟ କାରବାରର ପ୍ରଲୋଭନ ଦେଇ ଏହି ହତ୍ୟାକାଣ୍ଡ ଘଟାଇଥିଲା। ନିଜର ଆନୁଗତ୍ୟ ପ୍ରମାଣିତ କରିବା ପାଇଁ କର୍ତ୍ତବ୍ୟରତ ଜଣେ ପୁଲିସ ଅଧିକାରୀଙ୍କୁ ହତ୍ୟା କରି ତାର ଭିଡିଓ ରେକର୍ଡିଂ ପଠାଇବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଭିଯୁକ୍ତମାନେ ଏଏସଆଇଙ୍କୁ ଗୁଳି କରିବା ପରେ ସେହି ସ୍ଥାନର ଭିଡିଓ ସୁଟିଂ କରି ହ୍ୟାଣ୍ଡଲରକୁ ପଠାଇଥିବା ମଧ୍ୟ ପୁଲିସ ଜାଣିବାକୁ ପାଇଛି। ଘଟଣାସ୍ଥଳରୁ ପୁଲିସ ଗୋଟିଏ .୩୦ ବୋର ପିସ୍ତୋଲ, ୨ଟି ମାଗାଜିନ୍, ୮ଟି ଜୀବନ୍ତ ଗୁଳି, ଗୋଟିଏ ମୋବାଇଲ୍ ଫୋନ୍ ଏବଂ ଅପରାଧରେ ବ୍ୟବହୃତ ହୋଣ୍ଡା ଆକ୍ଟିଭା ସ୍କୁଟର ଜବତ କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ନିକଟରେ ଆତଙ୍କବାଦୀ ଘୋଷିତ ହୋଇଥିବା ଶେହଜାଦ୍ ଭଟ୍ଟିର ସଂଗଠନ ''ତେହରିକ୍-ଇ-ତାଲିବାନ୍ ହିନ୍ଦୁସ୍ତାନ'' (ଟିଟିଏଚ୍) ସହ ନିହତ ଦୀପକର ପ୍ରତ୍ୟକ୍ଷ ସମ୍ପର୍କ ରହିଥିଲା। ଦୀପକ ପୂର୍ବରୁ ଏକ ନିଶାଦ୍ରବ୍ୟ ମାମଲାରେ ଜେଲ୍ ଯାଇ ଗତ ଏପ୍ରିଲ ମାସରେ ମୁକୁଟିଥିଲା। ଫେରାର ରହିଥିବା ଅନ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚଢ଼ଉ ଜାରି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.