Arrested: ଭଦୋଦରାରେ ଜୈଶ-ଏ-ମହମ୍ମଦର ସନ୍ଦିଗ୍ଧ ଆତଙ୍କୀ ଗିରଫ: ବାୟୁସେନା ଘାଟି ଉପରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ

1 hour ago 2
ARTICLE AD BOX

ଅହମଦାବାଦ/ଭଦୋଦରା:  ଭଦୋଦରା ଜିଲ୍ଲାରୁ ଜୈଶ-ଏ-ମହମ୍ମଦର ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ସହ ଗିରଫ କରିଛି ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍)। ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଅଧିକାରୀମାନେ ଜଣାଇଛନ୍ତି ଯେ ଏହି ଗିରଫଦାରୀ ଦ୍ୱାରା ଭଦୋଦରା ସ୍ଥିତ ଭାରତୀୟ ବାୟୁସେନା (ଆଇଏଏଫ୍) ଘାଟି ଉପରେ ଆକ୍ରମଣର ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। 

ଏଟିଏସ୍ ଡିଆଇଜି ସୁନୀଲ ଯୋଶୀଙ୍କ ସୂଚନା ଅନୁଯାୟୀ, ଗୁଇନ୍ଦା ଓ ବୈଷୟିକ ସୂଚନା ଆଧାରରେ ଗୁରୁବାର ରାତିରେ ହାଲୋଲ-ଭଦୋଦରା ରୋଡର ଏକ ହୋଟେଲ ନିକଟରୁ ଅଭିଯୁକ୍ତଙ୍କୁ ଧରାଯାଇଥିଲା। ଗିରଫ ଅଭିଯୁକ୍ତ ଜଣକ ଆସାମର କରିମଗଞ୍ଜ ଅଞ୍ଚଳର ମହମ୍ମଦ ସାହାରୁଲ ଇସଲାମ କବିରୁଦ୍ଦିନ ବୋଲି ଜଣାପଡ଼ିଛି।

ବିଭିନ୍ନ ଦଫାରେ ମାମଲା ରୁଜୁ 
ଅଭିଯୁକ୍ତଙ୍କ ନିକଟରୁ ଏକ ଏକେ-୪୭ ଆସଲ୍ଟ ରାଇଫଲ୍, ୨୩ଟି ଜୀବନ୍ତ ଗୁଳି, ଦୁଇଟି ଖାଲି ଖୋକା, ଜୈଶ-ଏ-ମହମ୍ମଦର ପତାକା, ମୋବାଇଲ ଫୋନ୍ ଏବଂ ସିମ୍ କାର୍ଡ ଜବତ କରାଯାଇଛି। ପଚରାଉଚରା ବେଳେ ସନ୍ଦିଗ୍ଧ ଜଣକ ଭଦୋଦରା ବାୟୁସେନା ଷ୍ଟେସନର ମୁଖ୍ୟ ଫାଟକ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ପାଇଥିବା ସ୍ପଷ୍ଟ ହୋଇଛି ଏବଂ ତାଙ୍କ ଫୋନରୁ ଉକ୍ତ ଘାଟିର ଫଟୋ ମଧ୍ୟ ମିଳିଛି। ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍) ର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

Gold Silver Rate: ସୁନା ଓ ରୁପା ଦରରେ ବଡ଼ ଧରଣର ବୃଦ୍ଧି!

Read Entire Article
LEFT SIDEBAR AD

Hidden in mobile, Best for skyscrapers.