ARTICLE AD BOX
ବ୍ରହ୍ମଗିରି: ବନ୍ଧୁ ସାଜିଲା ବଇରୀ। ସାମାନ୍ୟ ବଚସାକୁ କେନ୍ଦ୍ର କରି ବନ୍ଧୁଙ୍କୁ ହତ୍ୟା କରି ଦୁଇ ଗିରଫ ହୋଇଛନ୍ତି। ପ୍ରାୟ ଏକ ମାସ ପୂର୍ବେ ଗଡ଼ରୋଡ଼ଙ୍ଗ ଗ୍ରାମରେ ଘଟିଥିବା କୃଷ୍ଣ ବଢ଼େଇ ଓରଫ କୁଶ ଓରଫ କୁଶିଆଙ୍କ ହତ୍ୟାକାଣ୍ଡର ତଦନ୍ତରେ ବ୍ରହ୍ମଗିରି ପୁଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ମୃତକଙ୍କ ଦୁଇ ଜଣ ବନ୍ଧୁଙ୍କୁ ପୁଲିସ ଗିରଫ କରିଛି।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଏକ ମାନବ କଙ୍କାଳ ଉଦ୍ଧାର ହେବା ପରେ ବ୍ରହ୍ମଗିରି ଥାନାରେ ଅପମୃତ୍ୟୁ ମାମଲା ନଂ ୪୨/୨୬ ରୁଜୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ମୃତକଙ୍କ ମା’ ରଙ୍ଗଲତା ବଢ଼େଇଙ୍କ ଅଭିଯୋଗ ଆଧାରରେ ବ୍ରହ୍ମଗିରି ଥାନା କେସ୍ ନଂ ୬୧୦/୨୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ମଦ୍ୟପାନ ଏବଂ ଅଭିଯୁକ୍ତଙ୍କ ଭାଗର ମାଂସକୁ ମୃତକ ଖାଇଦେବା ଘଟଣାକୁ କେନ୍ଦ୍ର କରି ବନ୍ଧୁମାନଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ବଚସା ହତ୍ୟାକାଣ୍ଡର ରୂପ ନେଇଥିବା ତଦନ୍ତରୁ ଜଣାପଡ଼ିଛି।
ମାମଲାର ଅଧିକ ତଦନ୍ତ ଜାରି
ଅଭିଯୁକ୍ତମାନେ ଏକ କଟୁରୀ ସାହାଯ୍ୟରେ କୃଷ୍ଣ ବଢ଼େଇଙ୍କୁ ହତ୍ୟା କରିବା ପରେ ଅପରାଧକୁ ଲୁଚାଇବା ଉଦ୍ଦେଶ୍ୟରେ ଗ୍ରାମ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ତାଙ୍କ ମୃତଦେହକୁ ପୋତି ଦେଇଥିଲେ। ଗିରଫ ଅଭିଯୁକ୍ତ ହେଲେ ହେମନ୍ତ କୁମାର ନାୟକ ଓ ⁠ଚନ୍ଦନ ନାୟକ। ଏଣେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ କଟୁରୀକୁ ଉଦ୍ଧାର କରି ଜବତ କରିଛି ପୁଲିସ। ଘଟଣାସ୍ଥଳରୁ ଗୋଟିଏ ମୋବାଇଲ୍ ବି ଜବତ ହୋଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।
Actress kavya kiran: ଖୁବ୍ ଶୀଘ୍ର ମୁଁ ପୁଣି ଏକ ହିନ୍ଦୀ ସିନେମାରେ ଅଭିନୟ କରିବି: କାବ୍ୟା କିରଣ
ମଦ୍ୟପାନ, କ୍ଷଣିକ କ୍ରୋଧ ଓ ଅସହିଷ୍ଣୁତା କିପରି ଏକ ସାମାନ୍ୟ ବଚସାକୁ ହତ୍ୟାକାଣ୍ଡରେ ପରିଣତ କରି ଏକ ଅମୂଲ୍ୟ ଜୀବନ ନେଇପାରେ, ଏହି ଘଟଣା ତାହାର ଏକ ଦୁଃଖଦ ଉଦାହରଣ ବୋଲି ପୁରୀ ପୁଲିସ୍ କହିଛି।

1 hour ago
1


