ARTICLE AD BOX
ସୋନପୁର: ବୌଦ୍ଧ ଓ ସୁବର୍ଣ୍ଣପୁରଜିଲ୍ଲା ମଧ୍ୟରେ ସଂପର୍କର ସେତୁ ସାଜିଥିବା ବୈଦ୍ୟନାଥ ସେତୁ ରାସ୍ତା ସ୍ଥାନୀୟ ଲୋକଙ୍କ ପାଇଁ କାଳ ସାଜିଥିଲା। ଲୁଟେରାମାନେ ନିୟମିତ ଭାାବରେ ମାରଣାସ୍ତ୍ରଦେଖାଇ ଲୋକଙ୍କୁ ଲୁଟି ଚାଲିଥିଲେ। ଫଳରେ ପଥଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଏଥିରେ ଅତିଷ୍ଠ ହୋଇ କିଛି ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶିମିଳିପଦର ପଞ୍ଚାୟତର ଶତାଧିକ ବାସିନ୍ଦା ସୁବର୍ଣ୍ଣପୁର ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ। ଏପରିକି ଲୁଟେରାଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସୋନପୁର ପୁଲିସ ହାବୁଡ଼ରେ ପଡ଼ିଛନ୍ତି। ହରଡ଼ଖୋଲ-ବୈଦ୍ୟନାଥ ରାସ୍ତାରେ ବନ୍ଧୁକଓ ଭୁଜାଲି ଦେଖାଇ ଜଣେ ଯୁବକଙ୍କୁ ଲୁଟିବା ଅଭିଯୋଗରେ ସୋନପୁର ଥାନା ବୈଦ୍ୟନାଥ ଗ୍ରାମର ଲିମନ ପାଢ଼ୀ(୨୫) ଓ ସୋନପୁର ଥାନା ହରଡ଼ଖୋଲ ଗ୍ରାମର ପ୍ରବୀଣ ମେହେର(୩୧)ଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଦୀପକ ବେହେରା ଫେରାର ଥିବା ଜଣାଯାଇଛି।
ଫେରାର ଅଭିଯୁକ୍ତ ଖୁବ ଶୀଘ୍ର ଧରାପଡ଼ିବ
ଘଟଣା ଅନୁସାରେ ଚଳିତ ମାସ ୧୦ ତାରିଖ ସକାଳ ସାଢ଼େ ଆଠଟାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଲୋକାପଡ଼ା ଗ୍ରାମର ବିକାଶ ସାହୁ(୨୮) କାମ କରିବା ପାଇଁ ସୋନପୁର ଯାଉଥିଲେ। ତିନି ଲୁଟେରା ତାଙ୍କୁ ଦେଖାଇ ଭୟଭୀତ କରି ଅଢ଼େଇ ହଜାର ଟଙ୍କା ଲୁଟି ଦେଇଥିଲେ। ଏନେଇ ସୋନପୁର ଥାନାରେ ଅଭିଯୋଗ ହେବା ପରେ କେସ ନଂ ୩୨୩/୧୧.୯.୨୦୨୬ ମାମଲା ରୁଜୁ କରି ଏସଆଇ ଆରକେ ବାରିକ ତଦନ୍ତ କରୁଥିଲେ। ଅଭିଯୁକ୍ତଙ୍କ ପାଖରୁ ତିନିଟି ମୋବାଇଲ ଫୋନ, ୧ ଲକ୍ଷ ୬୦ ହଜାର ଟଙ୍କା ଓ ଗୋଟିଏ ବାଇକ(ଓଡି-୩୧-ଏଲ-୪୬୭୦) ଜବତ ହୋଇଛି। ଫେରାର ଅଭିଯୁକ୍ତ ଖୁବ ଶୀଘ୍ର ଧରାପଡ଼ିବ ବୋଲି ପୁଲିସ କହିଛି।
Cattle Rescue: ଗୋରୁ ବୋଝେଇ ପିକ୍ଅପ୍ ଜବତ, ୯ ଗୋରୁ ଉଦ୍ଧାର; ଚାଳକ ଓ ହେଲପର ଅଟକ

1 week ago
7


