ARTICLE AD BOX
ନାଉଗାଁ/ତିର୍ତ୍ତୋଲ/ରଘୁନାଥପୁର: ଅର୍ଥ ହଡ଼ପ ଅଭିଯୋଗରେ ଗତ ୧୨ ତାରିଖରେ ଗିରଫ ହୋଇଥିବା ତିର୍ତ୍ତୋଲ ତହସିଲର ପୂର୍ବତନ ବରିଷ୍ଠ ରାଜସ୍ବ ସହାୟକ ଭଂଜକିଶୋର ବେହେରାଙ୍କର ନିଜସ୍ବ ଘର ରଘୁନାଥପୁର ବ୍ଲକ ପାଟେଣିଗାଁ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇ ପ୍ରାୟ ୩ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରାଯାଇଛି। ଚଢ଼ଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ଏହି ଚଢ଼ଉରେ ପାଟେଣିଗାଁରେ ଥିବା ୭୭୫୦ ବର୍ଗଫୁଟର ତିନି ମହଲା ଓ ୨୨ଶହ ବର୍ଗପୁଟର ଏକ ଦୁଇମହଲା କୋଠାଘର ଠାବ କରାଯାଇଛି। ସେହିପରି ଘରୁ ୨୧୦ଗ୍ରାମ ସୁନା ଏବଂ ୫.୫୬ ଲକ୍ଷ ଟଙ୍କାର ଆସବାବପତ୍ର ଭିଜିଲାନ୍ସ ଟିମ୍ ଠାବ କରିଛି। ତାଙ୍କର ବ୍ୟାଙ୍କରେ ୧୨.୬ ଲକ୍ଷ ଟଙ୍କାର ଜମାରାଶି ରହିଥିବା ବେଳେ ଗୋଟିଏ ଚାରିଚକିଆ ଗାଡ଼ି ଅଛି। ଏହା ସହିତ ତାଙ୍କର ଏକ ୮୪୦୦ ବର୍ଗଫୁଟର ଏକ ଟେଣ୍ଟ ହାଉସ ରହିଛି। ୨୦୧୯ ମସିହାରେ ଏଥିପାଇଁ ପ୍ରାୟ ୩୦.୪୪ ଲକ୍ଷ ଟଙ୍କାର ଆସବାବପତ୍ର କିଣାଯାଇଥିଲା।
Chrome valley: କ୍ରୋମ୍ ଉପତ୍ୟକାରେ ବୁଡ଼ିଗଲାଣି ଟ୍ରକ୍ ବ୍ୟବସାୟ!
୭୭୫୦ ବର୍ଗଫୁଟର ୩ ମହଲା, ୨୨ ଶହ ବର୍ଗଫୁଟ୍ର ୨ ମହଲା ଘର, ୮୪୦୦ ବର୍ଗଫୁଟ୍ର ଟେଣ୍ଟ ହାଉସ
୨୧ ଭରି ସୁନା, ୧୨.୬ ଲକ୍ଷର ଜମାରାଶି
ସୂଚନା ଅନୁଯାୟୀ ୨୦୧୧-୧୨ ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ତିର୍ତ୍ତୋଲ ବ୍ଲକ ଅଫିସରେ ହୋଇଥିବା ଅନିୟମିତାର ଯାଞ୍ଚ ସମୟରେ ସରକାରୀ ଦରମା ରେଜିଷ୍ଟର ଓ ଡିସବର୍ସାଲ ରେକର୍ଡ ମନଗଢ଼ା ଭାବରେ ପ୍ରସ୍ତୁତ କରାଯାଇ ଅର୍ଥ ହଡ଼ପ କରାଯାଇଥିବା ଜଣାପଡ଼ିଛି। ଆଜି କଟକ ଭିଜିଲାନ୍ସ ଟିମ୍ ଏକକାଳୀନ ରଘୁନାଥପୁର ବ୍ଲକ ପାଟେଣିଗାଁରେ ଥିବା ଘର, ତିର୍ତ୍ତୋଲ ବ୍ଲକ, ନାଉଗାଁ ତହସିଲ, ରଘୁନାଥପୁର ବ୍ଲକର ସାନକୋରକରା ପ୍ରମୁଖ ସ୍ଥାନର ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କା ହେରଫେର ହୋଇଥିବା ଭିଜିଲାନ୍ସ ଟିମ୍ ଜାଣିବାକୁ ପାଇଛି।
CJP: ସେପ୍ଟେମ୍ବର ୫ରେ ସିଜେପିର ପଦଯାତ୍ରା ଘୋଷଣା ସରକାର ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ
ଉଲ୍ଲେଖଯୋଗ୍ୟ ତିର୍ତ୍ତୋଲ ବ୍ଲକରେ ପୂର୍ବରୁ ବରିଷ୍ଠ ରାଜସ୍ବ ସହାୟକ ଭାବେ କାମ କରୁଥିବା ଶ୍ରୀ ବେହେରା ଏଷ୍ଟାବ୍ଲିସମେଣ୍ଟ ଦାୟିତ୍ୱରେ ଥିବା ବେଳେ ସହକାରୀ ଯନ୍ତ୍ରୀ ରାଜଦୀପ ହାଁସଦା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ ମଲ୍ଲିକଙ୍କ ନାମରେ ଆର୍ଥିକ ହେରଫେର କରିଥିଲେ। ବାର୍ଷିକ ଅଡିଟ୍ ସମୟରେ ଏହି ତଥ୍ୟ ଜଣାପଡ଼ିବା ପରେ ବିଡିଓ ଥାନାରେ ଏତଲା ଦେଇଥିଲେ। ପରବର୍ତ୍ତୀ ସମୟରେ ଯନ୍ତ୍ରୀ ହାଁସଦାଙ୍କର ମୃତ୍ୟୁ ଘଟି ଥିବାବେଳେ ପ୍ରଦୀପ୍ତ ମଲ୍ଲିକ ଅବସର ନେଇଥିଲେ। ଶ୍ରୀ ବେହେରାଙ୍କର ନାଉଗାଁ ବ୍ଲକକୁ ବଦଳି ହୋଇଥିଲା। ଏହି ଆର୍ଥିକ ହେରଫେର ଘଟଣା ଭିଜିଲାନ୍ସ ବିଭାଗକୁ ଯିବାପରେ ଭିଜିଲାନ୍ସ ଭଞ୍ଜ କିଶୋର ବେହେରା ଓ ପ୍ରଦୀପ୍ତ ମଲ୍ଲିକଙ୍କୁ ଗିରଫ କରିଥିଲା।

1 hour ago
1


