Arrested: ଗଞ୍ଜାମରେ ୨୨ଟି ଜୁଆ ଆଡ୍ଡାରେ ଚଢ଼ାଉ: ୧୧୫ ଜଣ ଗିରଫ, ୨ ଲକ୍ଷ ୮ ହଜାର ୩୪୫ ଟଙ୍କା ଜବତ

49 minutes ago 1
ARTICLE AD BOX

ଛତ୍ରପୁର: ପାର୍ବଣ ଋତୁରେ ଜୁଆ ଖେଳ ଉପରେ ଗଞ୍ଜାମ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରି ୨୨ଟି ଜୁଆ ମାମଲା ରୁଜୁ କରାଯାଇଥିବାବେଳେ ମୋଟ ୧୧୫ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଗଞ୍ଜାମ ଏସପି ହରିଶ ବିଶି ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ :India Advisory: ଫ୍ରାନ୍ସରେ ରହୁଥିବା ନାଗରିକଙ୍କ ପାଇଁ ଭାରତ ପକ୍ଷରୁ ପରାମର୍ଶ ଜାରି

ପୁଲିସ ପକ୍ଷରୁ ହୋଇଥିବା ଚଢ଼ାଉରେ ଜୁଆ ଖେଳରେ  ୨ ଲକ୍ଷ ୮ ହଜାର ୩୪୫ ଟଙ୍କା, ୩୬ଟି ମୋବାଇଲ ଫୋନ୍ ଏବଂ ୧୪ଟି ମୋଟରସାଇକେଲ ଜବତ କରାଯାଇଛି। ଏଥିସହ ବହୁ ପରିମାଣର ତାସ ମଧ୍ୟ ଜବତ ହୋଇଛି।

ଆହୁରି ପଢନ୍ତୁ :Murder: ପଶ୍ଚିମବଙ୍ଗରେ ବିଜେପି ସମର୍ଥକଙ୍କୁ ଗୁଳିକରି ହତ୍ୟା: ସଂଘର୍ଷରେ ୬ ଆହତ

କେ.ଏସ୍.ନଗର, ପୋଲସରା, ଆସିକା, ସୋରଡ଼ା, ବଡ଼ଗଡ଼, ଶେରଗଡ଼, ଧରାକୋଟ, ଗଞ୍ଜାମ, ରମ୍ଭା, ଭଞ୍ଜନଗର, ଗାଙ୍ଗପୁର, ଜେ.ଏନ୍.ପ୍ରସାଦ ଓ ତାରସିଂ ଥାନା ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ଜୁଆ ଓ ବେଆଇନ ଗତିବିଧି ବିରୋଧରେ ଆଗାମୀ ଦିନରେ ମଧ୍ୟ ଅଭିଯାନକୁ ଅଧିକ ଜୋରଦାର କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.