Arrested: କୋଲକାତା ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା ଘଟଣାରେ ୭ ଗିରଫ

1 hour ago 1
ARTICLE AD BOX

କୋଲକାତା:ମହାସପ୍ତମୀ ସନ୍ଧ୍ୟାରେ ଉତ୍ତର କୋଲକାତାର ପ୍ରସିଦ୍ଧ ଚୋରବାଗାନ ଦୁର୍ଗାପୂଜା ମଣ୍ଡପରେ ଘଟିଥିବା ଦଳାଚକଟାରେ ୧୯ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ କୋଲକାତା ପୁଲିସ ଏକ ମାମଲା ରୁଜୁ କରି ପୂଜା କମିଟିର କର୍ମକର୍ତ୍ତାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କମିଟି ସମ୍ପାଦକ ରାଜ କୁମାର ସେୱଡ଼ା, ଉପସଭାପତି ଶାନ୍ତନୁ ଦୁବେ, ବାଉଁଶ ମଣ୍ଡପ ନିର୍ମାତା ବିପ୍ଳବ ମୁଖାର୍ଜୀ, ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଥିବା କୌଶିକ ସାହା ଓ ପିଣ୍ଟୁ ଦେ ଏବଂ ବେସରକାରୀ ସୁରକ୍ଷା କର୍ମୀ ସୁମନ ଚକ୍ରବର୍ତ୍ତୀ ଓ ରାଜେଶ ପାଲ୍ ସାମିଲ ଅଛନ୍ତି।

ଶନିବାର ସନ୍ଧ୍ୟା ପ୍ରାୟ ୭ଟା ୪୦ ମିନିଟରେ ପ୍ରବଳ ବର୍ଷା ସମୟରେ ମଣ୍ଡପରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା। ସ୍ଥିତି ଅନୁଧ୍ୟାନ କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ଆୟୋଜକମାନଙ୍କ ଦ୍ୱାରା ମାଇକରେ କରାଯାଇଥିବା ଏକ ଘୋଷଣା ଏବଂ ବେସରକାରୀ ସୁରକ୍ଷା କର୍ମୀଙ୍କ ସିଟି ବଜାଇବା କାରଣରୁ ଭୟଭୀତ ହୋଇ ଲୋକମାନେ ଆଗକୁ ମାଡ଼ିଯିବାରୁ ଏହି ଦୁଃଖଦ ଦଳାଚକଟା ସୃଷ୍ଟି ହୋଇଥିଲା।

ମଣ୍ଡପଗୁଡ଼ିକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି

ଥିମ୍ ପୂଜା ଅପେକ୍ଷା ମାନବ ଜୀବନର ମୂଲ୍ୟ ଅଧିକ ବୋଲି କହି ମୁଖ୍ୟମନ୍ତ୍ରୀ ସମସ୍ତ ପୂଜା କମିଟିକୁ ପର୍ଯ୍ୟାପ୍ତ ଆଲୋକ ଓ ପ୍ରସ୍ଥାନ ଦ୍ୱାର ବ୍ୟବସ୍ଥା କରିବାକୁ ଆଦେଶ ଦେଇଛନ୍ତି। ଘଟଣାର ତଦନ୍ତ ଭାର ଫରେନସିକ୍ ଟିମ୍, ପୁଲିସ ଏସ୍ଟିଏଫ୍ ଏବଂ ଅଗ୍ନିଶମ ବାହିନୀକୁ ହସ୍ତାନ୍ତର କରାଯାଇଛି। ଏହି ଶୋକାକୁଳ ପରିସ୍ଥିତି ଯୋଗୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କୋଲକାତା ଗସ୍ତର ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ସେହିପରି ସୁରକ୍ଷା ଦୃଷ୍ଟିରୁ କୋଲକାତାର ପ୍ରମୁଖ ''ଥିମ୍ ପୂଜା'' ଯଥା ଟାଲା ପ୍ରତ୍ୟୟ, ଆଲିପୁର ସାର୍ବଜନୀନ, ଚେତଲା ଅଗ୍ରଣୀ ଏବଂ ବାଲିଗଞ୍ଜ ସାର୍ବଜନୀନ ମଣ୍ଡପଗୁଡ଼ିକୁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି।

Navratri Accidents: ନବରାତ୍ରୀର ୨୪ ଘଣ୍ଟାରେ ୪ ସହରରେ ୪ ମର୍ମନ୍ତୁଦ ଦୁର୍ଘଟଣା: ସାରା ଦେଶରେ ଶୋକର ଲହରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.