ARTICLE AD BOX
ଚଣ୍ଡୀଗଡ଼: ପଞ୍ଜାବରେ ନିଶା କାରବାର ରୋକିବା ଦାୟିତ୍ବରେ ଥିବା କାଉଣ୍ଟର ଇଣ୍ଟେଲିଜେନ୍ସି ୱିଙ୍ଗ ଇନ୍ସପେକ୍ଟରଙ୍କଠାରୁ ୩ କିଲୋରୁ ଅଧିକ ହେରୋଇନ୍ ଓ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ଅଭିଯୁକ୍ତ ୫୬ ବର୍ଷୀୟ ବଲଦେବ ସିଂହଙ୍କ ଗାଡ଼ିକୁ ଫିରୋଜପୁର-ମୋଗା ରୋଡରେ ରୋକାଯିବା ପରେ ତାଙ୍କ ଗାଡ଼ିରୁ ବିପୁଳ ପରିମାଣର ହେରୋଇନ୍ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ସିଂହ ଡ୍ରଗ୍ସ ଚୋରାଚାଲାଣରେ ସାମିଲ ଥିବା ଖବର ମିଳିବା ପରେ ତାଙ୍କୁ ଧରିବାକୁ ଚେକ୍ ପଏଣ୍ଟ କରାଯାଇଥିଲା।
ପୁଲିସ୍ ଇନ୍ସପେକ୍ଟରଙ୍କୁ ଧରିବାକୁ ଚେକ୍ ପଏଣ୍ଟ
ଫିରୋଜପୁର ବରିଷ୍ଠ ପୁଲିସ ଅଧୀକ୍ଷକ ଭୂପିନ୍ଦର ସିଂହ କହିଛନ୍ତି, ପୁଲିସ ସିଂହଙ୍କଠାରୁ ୩ କିଲୋ ୩୫୦ ଗ୍ରାମର ହେରୋଇନ, ମାଗାଜିନ୍ ସହିତ ୬ଟି ପିସ୍ତଲ, ୭ ରାଉଣ୍ଡ ଗୁଳି ଓ ୬ଟି ମୋବାଇଲ ଫୋନ୍ ଜବତ କରିଛି। ପୁଲିସ ଏହି ମାମଲାରେ ତଦନ୍ତ କରୁଛି। ଗିରଫ ପୁଲିସ୍ ଇନ୍ସପେକ୍ଟରଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସେ କେବେଠାରୁ ଡ୍ରଗ୍ସ ଓ ଅସ୍ତ୍ର କାରବାରରେ ସାମିଲ ଅଛନ୍ତି ପୁଲିସ ତା’ର ତଦନ୍ତ କରୁଛି। ପଡ଼ୋଶୀ ଫାଜିଲ୍କା ଜିଲ୍ଲାରେ ପୁଲିସ ୩ ଜଣ ସନ୍ଦିଗ୍ଧ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ଓ ସେମାନଙ୍କଠାରୁ ପାକିସ୍ତାନ ତିଆରି ଡ୍ରୋନ୍ ଓ ୨୭୦ ଗ୍ରାମ ହେରୋଇନ ଜବତ କରିଛି।

1 day ago
2


