Armed Robbers ଫାଙ୍କା ଗୁଳି ଚଳାଇ ସୁନା ବ୍ୟବସାୟୀଙ୍କଠୁ ଲୁଟ୍‌

3 hours ago 1
ARTICLE AD BOX

ଯାଜପୁର (ଅନିଳ କୁମାର ପଣ୍ଡା) : ବିଂଝାରପୁର ଥାନା ଘଣ୍ଟିଆଳି ପଞ୍ଚାୟତ ମଇଁନ୍ଦା ଛକରେ ଥିବା ମା' ତାରିଣୀ ଗହଣା ଦୋକାନ ମାଲିକଙ୍କ ଠାରୁ ବନ୍ଧୁକଧାରୀ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। 

Armed Robbers ମୁଣ୍ଡରେ ବନ୍ଧୁକ ଦେଖାଇ ଘରେ ବୁଲାଇଲେ କଳାକନା, କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଲୁଟ୍‌

ସୂଚନାନୁସାରେ, ଘଣ୍ଟିଆଳି ଗ୍ରାମର ଶରତ ସାହୁଙ୍କ ପୁଅ ଚନ୍ଦନ ସାହୁ ଆଜି (ମଙ୍ଗଳବାର) ରାତି ପ୍ରାୟ ୮. ୪୫ ସମୟରେ ସବୁଦିନ ଭଳି ଦୋକାନ ବନ୍ଦକରିଥିଲେ। ସାଥିରେ ୨୦ ଗ୍ରାମ ସୁନା ଗହଣା, ୨କିଲୋରୁ ଊର୍ଦ୍ଧ୍ବ ରୁପା ଗହଣା ଓ ୭ହଜାର ଟଙ୍କା ନଗଦ ନେଇ ଘରକୁ ଯାଉଥିଲେ।  ଘଣ୍ଟିଆଳି ଗାଁ ପୂର୍ବରୁ ଥିବା ଘୋଷରା ପୋଲ ନିକଟ ନିଛାଟିଆ ଜାଗାରେ ପଛପଟୁ ଏକ କଳା ପଲସର ଗାଡ଼ିରେ ୩ଜଣ ଦୁର୍ବୃତ୍ତ ଆସି ଚନ୍ଦନକୁ ଆଗପଟୁ ଅଟକାଇଥିଲେ।  ତାଙ୍କ ପାଖରେ ଥିବା ଗହଣା ବ୍ୟାଗ ଛଡ଼ାଇଥିଲେ। ଏହାର ପ୍ରତିବାଦ କରିବାକୁ ଚନ୍ଦନ ବ୍ୟାଗ୍‌ ନଦେବାରୁ ଦୁର୍ବୃତ୍ତମାନେ ରଖିଥିବା ପିସ୍ତଲରୁ ଫାଙ୍କା ଗୁଳି ଚଳାଇଥିଲେ। 

Armed Robbers ମୁଣ୍ଡରେ ବନ୍ଧୁକ ଦେଖାଇ ଘରେ ବୁଲାଇଲେ କଳାକନା, କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଲୁଟ୍‌

ଚନ୍ଦନ ଭୟଭୀତ ହୋଇ ସୁନା ଓ ଟଙ୍କା ଦେଇଦେଇଥିଲେ। ଖବର ପାଇ ବିଂଝାରପୁର ପୁଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଏକ ଗୁଳିର ଖୋଖା ଜବତ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.