Appeal withdrawn: ଇମ୍ରାନ ଖାନଙ୍କୁ ହସ୍ପିଟାଲ ପଠାଇବା ରାୟକୁ ଚ୍ୟାଲେଞ୍ଜ କରି କରିଥିବା ଆବେଦନ ପ୍ରତ୍ୟାହାର

55 minutes ago 2
ARTICLE AD BOX

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଚିକିତ୍ସାକୁ ନେଇ ଶେହବାଜ ଶରିଫ ସରକାରକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା ଲାଗିଛି। ଜେଲ୍‌ରେ ଥିବା ଇମ୍ରାନଙ୍କୁ ଇସଲାମାବାଦର ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ସ୍ଥାନାନ୍ତର କରି ଚିକିତ୍ସା କରାଇବା ପାଇଁ ଅଗଷ୍ଟ ୧୮ରେ ସୁପ୍ରିମ୍‌କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସରକାର ଚ୍ୟାଲେଞ୍ଜ କରିଥିଲେ। ତେବେ ସରକାରଙ୍କ ପୁନର୍ବିଚାର ଆବେଦନରେ ବିଭିନ୍ନ ବୈଷୟିକ ତ୍ରୁଟି ଦର୍ଶାଇ ସୁପ୍ରିମ୍‌କୋର୍ଟ ରେଜିଷ୍ଟ୍ରି ଏହାକୁ ଫେରାଇ ଦେଇଛି। ଏହାପରେ ସରକାର ଆବେଦନଟି ଫେରାଇ ନେଇଛନ୍ତି।

ଇମ୍ରାନ ଖାନ ବର୍ତ୍ତମାନ ରାୱଲପିଣ୍ଡିର ଅଦିଆଲା ଜେଲ୍‌ରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପରିବାର ଓ ତାଙ୍କ ଦଳ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (ପିଟିଆଇ) ପକ୍ଷରୁ ଦୀର୍ଘଦିନ ଧରି ଚିନ୍ତା ପ୍ରକାଶ କରାଯାଉଥିଲା। ବିଶେଷକରି ତାଙ୍କ ଦୃଷ୍ଟିଶକ୍ତିକୁ ନେଇ ଚିନ୍ତା ବଢ଼ିଥିଲା। ଏହାକୁ ନେଇ ଦାଏର ଆବେଦନର ଶୁଣାଣି କରି ଅଗଷ୍ଟ ୧୮ରେ ତିନିଜଣିଆ ଖଣ୍ଡପୀଠ ଇମ୍ରାନଙ୍କୁ ତୁରନ୍ତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଇମ୍ରାନଙ୍କ ଚିକିତ୍ସା ପାଇଁ ବିଶେଷଜ୍ଞ ଡାକ୍ତରଙ୍କ ସହ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କୁ ନେଇ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ କୁହାଯାଇଥିଲା। ତାଙ୍କୁ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ହସ୍ପିଟାଲରେ ରହି ଚିକିତ୍ସା କରାଇବାର ଅନୁମତି ମଧ୍ୟ ଦିଆଯାଇଥିଲା। ଏହା ସହ ପରିବାର ସଦସ୍ୟଙ୍କ ସାକ୍ଷାତ୍ ଓ ପୁଅମାନଙ୍କ ସହ ଯୋଗାଯୋଗ ସମ୍ପର୍କରେ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ ଏହି ରାୟ ପରେ ଶେହବାଜ ଶରିଫ ସରକାର ଏହାକୁ ଚ୍ୟାଲେଞ୍ଜ କରିଥିଲେ। ଆଡ୍‌ଭୋକେଟ୍‌ ଜେନେରାଲ୍‌ ନଭିଦ ହୟାତ ମଲିକଙ୍କ ମାଧ୍ୟମରେ ଏହା ଦାଏର କରାଯାଇଥିଲା।

Pakistan Army: ପାକିସ୍ତାନ ସେନା ପକ୍ଷରୁ ସ୍ପଷ୍ଟୀକରଣ ‘ଇମ୍ରାନ ଖାନ ଜୀବିତ ଅଛନ୍ତି’ ମୃତ୍ୟୁ ଗୁଜବକୁ ଖଣ୍ଡନ

ସରକାରଙ୍କ ଯୁକ୍ତି ଥିଲା, ଜେଲ୍‌ ନିୟମ ଅନୁସାରେ କଏଦୀଙ୍କ ଚିକିତ୍ସା ବ୍ୟବସ୍ଥା ହେବା ଉଚିତ। ଜଣେ କଏଦୀଙ୍କୁ ବ୍ୟକ୍ତିଗତ ହସ୍ପିଟାଲରେ ଚିକିତ୍ସାର ସୁବିଧା ଦିଆଗଲେ ଅନ୍ୟ କଏଦୀମାନେ ମଧ୍ୟ ସମାନ ସୁବିଧା ଦାବି କରିପାରନ୍ତି। ତେବେ ରେଜିଷ୍ଟ୍ରି ଆବେଦନରେ ଥିବା କିଛି ତ୍ରୁଟି ଓ ଅସମ୍ପୂର୍ଣ୍ଣ କାଗଜପତ୍ର ନେଇ ଆପତ୍ତି ଉଠାଇଥିଲେ। ଫଳରେ ମୁଖ୍ୟ ଶୁଣାଣି ପୂର୍ବରୁ ହିଁ ଆବେଦନଟି ଫେରିଯାଇଥିଲା। ଏବେ ତ୍ରୁଟିଗୁଡ଼ିକ ସୁଧାରି ସରକାର ପୁଣି ଆବେଦନ କରିପାରନ୍ତି। ଏହି ଘଟଣା ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସାକୁ ନେଇ ପାକିସ୍ତାନରେ ଚାଲିଥିବା ରାଜନୈତିକ ଓ ଆଇନଗତ ବିବାଦକୁ ଆହୁରି ତୀବ୍ର କରିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.