ARTICLE AD BOX
କଟକ: ବିଶିଷ୍ଟ ସର୍ବୋଦୟ ନେତା ତଥା କ୍ଲାପର ପ୍ରତିଷ୍ଠାତା ସଭାପତି ଶ୍ୟାମ ସୁନ୍ଦର ଦାସଙ୍କ ଜନ୍ମ ଶତ ବାର୍ଷିକୀ ଉପଲକ୍ଷେ ଆଜି ମରକତ ନଗର ୯ ନମ୍ବର ସେକ୍ଟର ସ୍ଥିତ ରାଇସିନା ସମ୍ମିଳନୀ କକ୍ଷରେ କ୍ଲାପ ଅନୁଷ୍ଠାନ ପକ୍ଷରୁ ରବିବାର ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି।
ଅନୁଷ୍ଠାନର ସଭାପତି ଡ଼ଃ ବିକାଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟାପକ କର୍ଣ୍ଣାଦେବ ମୁଦୁଲି, କବି ଶୈଳଜା ରବି, ଉତ୍କଳ ଗାନ୍ଧୀ ସ୍ମାରକ ନିଧିର କାର୍ଯ୍ୟକାରୀ ସଭାପତି ଡ଼ଃ ସତ୍ୟ ରାୟ, ସମାଜସେବୀ ମଧୁ ସୂଦନ ଦାସ, ସୁଦର୍ଶନ ଦାସ,ଶୁଭଶ୍ରୀ ଦାସ,ସ୍ନିଗ୍ଧା ପାଣିଗ୍ରାହୀ, ମାନସୀ ପାଢ଼ୀ, ସମ୍ପାଦକ ପୁରୁଷୋତ୍ତମ ସାହୁ, ଭକ୍ତ ବତ୍ସଳ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଦାସ ଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ, ଅବଦାନ ଓ ସମାଜ ସେବା ଉପରେ ଆଲୋକପାତ କରିଥିଲେ।
ସମାଜର ଅବହେଳିତ, ନିଷ୍ପେସିତ ଓ ନିରାଶ୍ରୟ ଲୋକ ମାନଙ୍କୁ ବିନାମୂଲ୍ୟ ରେ ଆଇନ ସହାୟତା ଯୋଗାଇ ଦେବାରେ ଶ୍ୟାମବାବୁ ଙ୍କର ସମଗ୍ର ଜୀବନ ସମର୍ପିତ ଥିଲା ବୋଲି କହିଥଲେ. ଏହି ଅବସରରେ ‘ରାଷ୍ଟ୍ରପିତା’ ପତ୍ରିକା ଉନ୍ମୋଚିତ ହୋଇଥିଲା.ପ୍ରାରମ୍ଭରେ ସର୍ବ ଧର୍ମ ପ୍ରାର୍ଥନା ପରିବେଷଣ କରାଯାଇଥିଲା।

1 hour ago
3


