ARTICLE AD BOX
ଅମୃତସର : ଏକ ଅଚାନକ ଏବଂ ଅପ୍ରତ୍ୟାଶିତ ଘଟଣାକ୍ରମରେ ଅମୃତସର ପୁଲିସ କମିସନର ଗୁରପ୍ରୀତ ସିଂହ ଭୁଲ୍ଲାରଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ନିକଟରେ ଅମୃତସର ବର୍ଡର ରେଞ୍ଜ ଡିଆଇଜି ଭାବେ ଦାୟିତ୍ବ ନେଇଥିବା ହର୍ମନବୀର ସିଂହ ଗିଲ୍ଙ୍କୁ ଅମୃତସର ପୁଲିସ କମିସନର ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ତେବେ ଭୁଲ୍ଲାରଙ୍କୁ ହଠାତ୍ ଦାୟିତ୍ବରୁ ହଟାଇବା କାରଣ ଜଣାପଡ଼ିନଥିଲେ ମଧ୍ୟ ନିକଟରେ ସେ ଦେଇଥିବା ଏକ ବିବାଦୀୟ ବିବୃତି ପାଇଁ ସରକାର ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି ।
ପୁଲିସ କମିସନର ଭୁଲ୍ଲାର ନିକଟରେ ପାକିସ୍ତାନ ସମର୍ଥିତ ଏକ ଟେରର୍ ମଡ୍ୟୁଲ୍ର ପର୍ଦ୍ଦାଫାସ ସଂକ୍ରାନ୍ତରେ ଘୋଷଣା କରିଥଇଲେ । କମିସନର ଘୋଷଣା କରିଥିଲେ ଯେ ୪ ନାବାଳକଙ୍କ ସମେତ ମୋଟ୍ ୯ ଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କଠାରୁ ୩ ପିସ୍ତଲ, ୯ଟି ଗୁଳି ଏବଂ ୪ଟି ପେଟ୍ରୋଲ ବୋମା ଜବତ ହୋଇଛି ।
LAC: ଭାରତ-ଚୀନ୍ ମଧ୍ୟରେ ଏଲ୍ଏସି ସ୍ଥିତିର ସମୀକ୍ଷା; ସୀମା ପରିଚାଳନା ଓ ସହଯୋଗ ଉପରେ ଆଲୋଚନା
ଅଭିଯୁକ୍ତମାନେ ଆଇଏସ୍ଆଇ ପରିଚାଳକଙ୍କ ନିର୍ଦ୍ଦେଶରେ କାମ କରୁଥିଲେ ଏବଂ ସେମାନେ ସୁରକ୍ଷା ପ୍ରତିଷ୍ଠାନ ଗୁଡ଼ିକର ଯାଞ୍ଚ କରୁଥିଲେ । ଅଗଷ୍ଟ ୪ ତାରିଖରେ ଭୁଲ୍ଲାର କରିଥିବା ଘୋଷଣାରେ କହିଥିଲେ ତଦନ୍ତରୁ ଏହା ଜଣାପଡ଼ିଛି ଯେ କିଛି ଗିରଫ ଅଭିଯୁକ୍ତ ଜନ୍ତର ମନ୍ତର ଯାଇଥିଲେ ଏବଂ ପେଟ୍ରୋଲ ବୋମା ଦ୍ବାରା ଲୋକଙ୍କୁ ଟାର୍ଗେଟ୍ କରିବାପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ ।
ତେବେ ପଞ୍ଜାବ ସରକାର ପରେ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ଜନ୍ତର ମନ୍ତର ଆନ୍ଦୋଳନରେ ଅଭିଯୁକ୍ତ ଅଂଶଗ୍ରହଣ କରିଥିଲେ ବା ଅଭିଯୁକ୍ତଙ୍କର ଟେରର୍ ମଡ୍ୟୁଲ୍ ସହ କିଛି ସମ୍ପୃକ୍ତି ଅଛି ବୋଲି ପୁଲିସ କମିସନର କହିନାହାନ୍ତି । ସରକାର କହିଥିଲେ ପୁଲିସ ମୁଖ୍ୟଙ୍କ ଟିପ୍ପଣୀର ଏକ ନିର୍ଦ୍ଦିଷ୍ଟ ଅଂଶକୁ ଏଡିଟ୍ କରି ଗିରଫ ହୋଇଥିବା ବ୍ୟକ୍ତିମାନେ ଆନ୍ଦୋଳନକାରୀଙ୍କ ସହ ଜଡ଼ିତ ବୋଲି ଭୁଲ୍ ବାର୍ତ୍ତା ଦିଆଯାଇଛି । ଭୁଲ୍ଲାରଙ୍କ ଏହି ଟିପ୍ପଣୀ ପରେ ତାଙ୍କୁ ବଦଳି କରାଯାଇଛି ।

2 hours ago
2


