Amritpal Singh: ଅମୃତପାଲ ସିଂହଙ୍କୁ ମିଳିଲା ଦିନିକିଆ ପାରୋଲ

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଖଦୁର ସାହେବର ସାଂସଦ ତଥା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହଙ୍କୁ ଗୋଟିଏ ଦିନ ପାଇଁ ପାରୋଲ ମିଳିଯାଇଛି। ୮ ନଭେମ୍ବରରେ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଅମୃତପାଲଙ୍କ ଅପେକ୍ଷାରେ ଜେଜେମା’ଙ୍କର ଅନ୍ତିମ ସଂସ୍କାର କରାଯାଇ ନଥିଲା। ୨୦୨୩ ମସିହାରେ ଅଜନଲା ପୁଲିସ ଷ୍ଟେସନ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଅମୃତପାଲ ସିଂହ ବର୍ତ୍ତମାନ ଆସାମର ଦିବ୍ରୁଗଡ଼ ଜେଲରେ ବନ୍ଦୀ ଅଛନ୍ତି। ଅମୃତପାଲଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ତାଙ୍କୁ ଓ ଅନ୍ୟ ନଅ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅମୃତପାଲ ସିଂହ ଅନେକ ଥର ପାରୋଲ ପାଇଁ ଆବେଦନ କରିଛନ୍ତି। ତିନି ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ ତାଙ୍କୁ ଗୋଟିଏ ଦିନର ଛାଡ ମିଳିଛି।

ଜେଜେମାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ

ଅକାଳି ଦଳ ୱାରିସ୍ ପଞ୍ଜାବ ଦେ ନେତା ମନପ୍ରୀତ ସିଂହ ଆୟାଲି ମଙ୍ଗଳବାର ଜେଲରେ ଥିବା ଖଦୁର ସାହିବ ସାଂସଦ ଅମୃତପାଲ ସିଂହଙ୍କୁ ତାଙ୍କ ଜେଜେମାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ପାରୋଲ୍ ଦାବି କରିଥିଲେ। ସିଂହଙ୍କ ଜେଜେମା ଚରଣ କୌର (୮୪)ଙ୍କର ଦୀର୍ଘ ଅସୁସ୍ଥତା ପରେ ରବିବାର ମୃତ୍ୟୁ ହୋଇଥିଲା। ପରିବାର ସୋମବାର ଅନ୍ତିମ ସଂସ୍କାରକୁ ତିନି ଦିନ ପାଇଁ ସ୍ଥଗିତ ରଖିଥିଲେ ଓ ସମାରୋହରେ ଯୋଗଦେବା ପାଇଁ ସାଂସଦଙ୍କୁ ପାରୋଲ୍ ପ୍ରଦାନ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ।

ପରିବାର ଲୋକ ଅମୃତପାଲ ସିଂହଙ୍କ ସାମୟିକ ମୁକ୍ତି ପାଇଁ ଅମୃତସର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଜେଜେମାଙ୍କ ମୃତଦେହକୁ ଅମୃତସରର ସେମାନଙ୍କ ପୈତୃକ ଗ୍ରାମ ଜଲ୍ଲୁପୁର ଖେଡ଼ାରେ ରଖାଯାଇଛି। ସୂଚନାଯୋଗ୍ୟ, ଜେଲରେ ଥିବା ସମୟରେ ଅମୃତପାଲ ସିଂହ ଖଦୁର ସାହିବରୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିଥିଲେ। ତାଙ୍କୁ ପ୍ରଚାର ପାଇଁ ଜାମିନ ମିଳିନଥିଲା କିମ୍ବା ସଂସଦରେ ଯୋଗଦେବାକୁ ଅନୁମତି ଦିଆଯାଇନଥିଲା। ଅମୃତସର ଜିଲ୍ଲାର ଜଲ୍ଲୁପୁର ଖେଡ଼ା ଗାଁର ବାସିନ୍ଦା ଅମୃତପାଲ ସିଂହ ୨୦୧୨ ମସିହାରେ ଚାକିରି ଖୋଜିବା ପାଇଁ ଦୁବାଇ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ସେ ଖଲିସ୍ତାନୀମାନଙ୍କ ସଂସ୍ପର୍ଶରେ ଆସିଥିଲେ ଓ ଖଲିସ୍ତାନୀ ଭିନ୍ଦ୍ରାନୱାଲେଙ୍କ ଚିନ୍ତାଧାରା ସହିତ ଜଡିତ ହୋଇଥିଲେ।

ତନିଷ୍କ ସୋରୁମ୍‌ରୁ ୫୦ କୋଟିର ଗହଣା ଲୁଟ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.