ARTICLE AD BOX
ଲୋକପ୍ରିୟ କମେଡି ଫ୍ରାଞ୍ଚାଇଜ୍ ‘ଗୋଲମାଲ୍’ର ୪ଟି ଯାକ ଭାଗକୁ ବକ୍ସ ଅଫିସ୍ରେ ଅଦ୍ଭୂତପୂର୍ବ ସଫଳତା ମିଳିଛି। ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏହାର ପଞ୍ଚମ ଭାଗର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ୨୦୨୭ ଜାନୁଆରି ୮ ତାରିଖରେ ‘ଗୋଲ୍ମାଲ୍-୫’ ପରଦାକୁ ଆସିବ ବୋଲି ଏହାର ନୂଆ ପୋଷ୍ଟର ଜରିଆରେ ଘୋଷଣା କରାଯାଇଛି।
Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା
ଏହି ପୋଷ୍ଟରରେ ଅଜୟ ଦେବଗନ୍ ବାଇକ୍ ଚଲାଉଥିବା ବେଳେ ତାଙ୍କ ପଛରେ ଅର୍ସଦ ୱାର୍ସି, ଶ୍ରେୟସ ତଲପଡେ, ତୁଷାର କପୁର, କୁନାଲ ଖେମ୍ମୁ ଓ ଶର୍ମନ୍ ଜୋଶୀଙ୍କୁ ଦେଖିବାକୁ ମିଳିଛି। ଶର୍ମନ୍ ଜୋଶୀଙ୍କ ଲେଉଟାଣି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ୨୦୦୬ରେ ଆସିଥିବା ପ୍ରଥମ ଫିଲ୍ମ ‘ଗୋଲମାଲ୍: ଫନ୍ ଅନଲିମିଟେଡ୍’ରେ ଶର୍ମନ୍ ଜୋଶୀ ଅଭିନୟ କରିଥିଲେ। ପରବର୍ତ୍ତୀ ଭାଗଗୁଡ଼ିକରେ ତାଙ୍କୁ ଦେଖିବାକୁ ମିଳିନଥିଲା।
Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର
ଏହି ଫିଲ୍ମ ମାଧ୍ୟମରେ ଅକ୍ଷୟ କୁମାର ପ୍ରଥମଥର ପାଇଁ ‘ଗୋଲମାଲ୍’ ଫ୍ରାଞ୍ଚାଇଜ୍ରେ ସାମିଲ ହୋଇଛନ୍ତି। ତେବେ ତାଙ୍କ ଚରିତ୍ର ସଂପର୍କରେ କୌଣସି ସୂଚନା ଏବେ ସୁଦ୍ଧା ହସ୍ତଗତ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ୨୦୦୬ରେ ‘ଗୋଲମାଲ୍: ଫନ୍ ଅନଲିମିଟେଡ୍’ ପରେ ୨୦୦୮ରେ ‘ଗୋଲମାଲ୍ ରିଟର୍ଣ୍ଣସ୍’, ୨୦୧୦ରେ ‘ଗୋଲମାଲ୍ ୩’ ଏବଂ ୨୦୧୭ରେ ‘ଗୋଲମାଲ୍ ଏଗେନ୍’ ମୁକ୍ତିଲାଭ କରିଥିଲା। ପ୍ରାୟ ଦୁଇ ଦଶନ୍ଧି ପରେ ପଞ୍ଚମ ଭାଗ ସହ ପୁଣି ପରଦାକୁ ଫେରୁଛି ଏହି ଲୋକପ୍ରିୟ ଗ୍ୟାଙ୍ଗ୍।

1 day ago
3


