Akhilesh Yadav: ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେବେନି ଅଖିଳେଶ

1 hour ago 1
ARTICLE AD BOX

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭାନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (ସପା) ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣାକୁ ନେଇ ମତଭେଦ ଦେଖାଦେଇଛି। ଏହି ସମୟରେ ସେପ୍ଟେମ୍ବର ୩୦ରେ ନୂଆଦିଲ୍ଲୀରେ ହେବାକୁ ଥିବା ଇଣ୍ଡିମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସପା ମୁଖ୍ୟ ଅଖିଳେଶ ଯାଦବ ନିଜେ ଯୋଗ ଦେବେ ନାହିଁ। ତାଙ୍କ ବଦଳରେ ଦଳର ଜଣେ ବରିଷ୍ଠ ନେତା ବୈଠକରେ ସପାର ପ୍ରତିନିଧିତ୍ବ କରିବେ।

ଆହୁରି ପଢନ୍ତୁ :IIT: ଆଇଆଇଟିରେ ମେଡିକାଲ୍‌ ସ୍କୁଲ୍‌ ନିର୍ମାଣ ଲକ୍ଷ୍ୟ ‘ଫିଜିସିଆନ୍‌-ଇଞ୍ଜିନିୟର’ ତିଆରି

ସପା ପକ୍ଷରୁ କୁହାଯାଇଛି ଯେ ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଚୟନ ଓ ଅନ୍ୟ ଦଳୀୟ କାର୍ଯ୍ୟକ୍ରମରେ ଅଖିଳେଶ ବ୍ୟସ୍ତ ରହିବେ। ତେଣୁ ସେ ବୈଠକରେ ଯୋଗ ଦେଉନାହାନ୍ତି। ତେବେ ଦଳୀୟ ସୂତ୍ରକୁ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି ଯେ କଂଗ୍ରେସର ଶୀର୍ଷ ନେତୃତ୍ବ ସହ ଆସନ ବୁଝାମଣା ଆଲୋଚନାକୁ ଏହି ସମୟରେ ଏଡ଼ାଇବା ମଧ୍ୟ ଏହାର ଏକ କାରଣ ହୋଇପାରେ। କଂଗ୍ରେସ ଚାହୁଛି, ଉତ୍ତରପ୍ରଦେଶରେ ମେଣ୍ଟର ଆସନ ବଣ୍ଟନ ଶୀଘ୍ର ଚୂଡ଼ାନ୍ତ ହେଉ। ଦଳ କେତୋଟି ଆସନରେ ଲଢ଼ିବ ଏବଂ କେଉଁ ଆସନଗୁଡ଼ିକରେ ପ୍ରାର୍ଥୀ ଦେବ, ତାହା ନେଇ ଅକ୍ଟୋବରରେ ଆଲୋଚନା ଶେଷ କରିବାକୁ ଚାହୁଥିବା ରିପୋର୍ଟ ପ୍ରକାଶ ପାଇଛି। କଂଗ୍ରେସ ଅତି କମ୍‌ରେ ୧୫୦ଟି ଆସନରେ ଲଢ଼ିବାକୁ ଚାହୁଥିବା ନେଇ ମଧ୍ୟ ଖବର ଆସିଛି।

ଆହୁରି ପଢନ୍ତୁ :Jewellery Trader Robbed ଗହଣା ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟ୍‌

 ଅନ୍ୟପକ୍ଷରେ ସପା ଆସନ ସଂଖ୍ୟା ଅପେକ୍ଷା ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ଅଧିକ ଗୁରୁତ୍ବ ଦେଉଛି। କଂଗ୍ରେସ କେଉଁ ଆସନରେ ଲଢ଼ିବାକୁ ଚାହୁଛି, ସେହି ଆସନଗୁଡ଼ିକର ତାଲିକା ସହ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଦେବାକୁ ସପା ଚାହୁଛି। ସେହି ଅଞ୍ଚଳରେ କଂଗ୍ରେସର ସାଂଗଠନିକ ଆଧାର ଓ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ମଧ୍ୟ ବିଚାର କରିବାକୁ ସପାର ଆଭିମୁଖ୍ୟ ରହିଛି। ଅଖିଳେଶଙ୍କ କହିବା ଅନୁସାରେ କଂଗ୍ରେସ ଅଧ୍ୟକ୍ଷମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ତାଙ୍କର କଥା ହୋଇଛି। ଅକ୍ଟୋବର ପ୍ରଥମ ସପ୍ତାହରେ ଉଭୟଙ୍କ ମଧ୍ୟରେ ବୈଠକ ହୋଇପାରେ। ଏହି ପରିସ୍ଥିତିରେ ସେପ୍ଟେମ୍ବର ୩୦ର ବୈଠକରେ ଅଖିଳେଶଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଚାଲିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.