AIIMS doctor's warning: ଦିଲ୍ଲୀର ବିଷାକ୍ତ ବାୟୁକୁ ନେଇ ଏମ୍ସ ଡାକ୍ତରଙ୍କ ଚେତାବନୀ କହିଲେ, ‘ଜୀବିତ ଅଛୁ ଏହା ହିଁ ଆଶ୍ଚର୍ଯ୍ୟ’

2 days ago 2
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର୍‌ରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନେଇ ଏମ୍ସର ଡାକ୍ତର ଗମ୍ଭୀର ଚେତାବନୀ ଦେଇଛନ୍ତି। ପୂର୍ବରୁ ବାୟୁ ଗୁଣବତ୍ତା ସୂଚକାଙ୍କ ତିନି ଅଙ୍କରେ ରହୁଥିବା ବେଳେ ଏବେ ଏହା ଚାରି ଅଙ୍କରେ ପହଞ୍ଚିଛି। ଏଭଳି ସ୍ଥିତିରେ ଆମେ ଏବେ ବି ଜୀବିତ ଅଛୁ, ଏହା ମୋତେ ଆଶ୍ଚର୍ଯ୍ୟ କରୁଛି ବୋଲି ଡାକ୍ତର କହିଛନ୍ତି।

ଡାକ୍ତର ବିଜୟ ହଡ୍ଡା କହିଛନ୍ତି, ସବୁଜ ବାଣ ହେଉ କି ସାଧାରଣ ବାଣ, ଏଥିରୁ ପ୍ରଦୂଷଣ ସୃଷ୍ଟି ହୋଇଥାଏ। ଲୋକମାନେ ପ୍ରତି ନିଃଶ୍ୱାସରେ ବିଷାକ୍ତ ବାୟୁ ଶରୀର ଭିତରକୁ ନେଉଛନ୍ତି। ଗଳା ଖରାପ ହେବା, ଆଖି ପୋଡ଼ିବା ଓ ଶ୍ୱାସକ୍ରିୟାରେ ସମସ୍ୟା ଭଳି ଲକ୍ଷଣ କେବଳ ଆରମ୍ଭ ମାତ୍ର। ଆଗାମୀ ବର୍ଷଗୁଡ଼ିକରେ ଏହାର ଆହୁରି ଗମ୍ଭୀର ପ୍ରଭାବ ଦେଖିବାକୁ ମିଳିପାରେ। ସାଧାରଣ ବାଣ ତୁଳନାରେ ସବୁଜ ବାଣ ମାତ୍ର ୩୦ ପ୍ରତିଶତ ପ୍ରଦୂଷଣ କମ୍ କରିଥାଏ। ଏହା ସତ୍ତ୍ୱେ ଗ୍ୟାସ୍ ଓ ଧୂଳିକଣା ଜନିତ ପ୍ରଦୂଷଣ ପ୍ରାୟ ୭୦ ପ୍ରତିଶତ ରହିଥାଏ। ପୂର୍ବରୁ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ତିନି ଅଙ୍କରେ ରହୁଥିବା ବେଳେ ଏବେ ଚାରି ଅଙ୍କରେ ପହଞ୍ଚିଛି। ଅନ୍ୟ ସହର ତୁଳନାରେ ଦିଲ୍ଲୀର ବାୟୁର ଗୁଣବତ୍ତାରେ ପ୍ରାୟ ୫୦ ପ୍ରତିଶତ ପାର୍ଥକ୍ୟ ରହିଛି। ଏଠାରେ ରହୁଥିବା ଲୋକଙ୍କ ଜୀବନ ଆଗକୁ ଆହୁରି କଷ୍ଟକର ହେବ ବୋଲି ସେ କହିଛନ୍ତି।

ମଣିଷ ରହିବା ପାଇଁ ଉପଯୁକ୍ତ ନୁହେଁ ଏହି ବାୟୁ

ଡାକ୍ତର ହଡ୍ଡା କହିଛନ୍ତି, ଜଣେ ମଣିଷ ପ୍ରତି ମିନିଟ୍‌ରେ ପ୍ରାୟ ୨୦ ଥର ନିଃଶ୍ୱାସ ନେଇଥାଏ। ପ୍ରତ୍ୟେକ ନିଃଶ୍ୱାସରେ ପ୍ରାୟ ଅଧା ଲିଟର ବାୟୁ ଶରୀର ଭିତରକୁ ଯାଇଥାଏ। ଏଭଳି ବିଷାକ୍ତ ବାୟୁରେ ଆମେ କିପରି ଜୀବିତ ଅଛୁ, ତାହା ମୋତେ ଆଶ୍ଚର୍ଯ୍ୟ କରୁଛି। ଏହି ବାୟୁ ମଣିଷ ବଞ୍ଚିବା ପାଇଁ ଆଦୌ ଉପଯୁକ୍ତ ନୁହେଁ। ଲୋକମାନେ ନିରନ୍ତର ବିଷାକ୍ତ ଧୂଆଁ ଶରୀର ଭିତରକୁ ନେଉଛନ୍ତି ଏବଂ ବାହାରକୁ ଛାଡ଼ୁଛନ୍ତି । ସମୟ ବିତିବା ସହ ଏହାର ଗମ୍ଭୀର ସ୍ୱାସ୍ଥ୍ୟଗତ ପ୍ରଭାବ ସାମ୍ନାକୁ ଆସିବ। ଲୋକମାନେ ଏବେଠାରୁ ଏହାର ପ୍ରାରମ୍ଭିକ ଲକ୍ଷଣ ଅନୁଭବ କରୁଛନ୍ତି ବୋଲି ସେ ଚେତାବନୀ ଦେଇଛନ୍ତି।

ସୁସ୍ଥ ଲୋକଙ୍କଠାରେ ବି ଦେଖାଦେଉଛି ପ୍ରଭାବ

ଏମ୍ସର ପ୍ରଫେସର କହିଛନ୍ତି, ତାଙ୍କର ଅନେକ ସହକର୍ମୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସତ୍ତ୍ୱେ ଗଳା ଜଳିବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିକଟରେ ଓପିଡିକୁ ଚିକିତ୍ସା ପାଇଁ ଆସିଥିବା ଅନେକ ରୋଗୀ ପୁଣିଥରେ ଫେରି ଆସୁଛନ୍ତି। ପ୍ରତିବର୍ଷ ଏଭଳି ସ୍ଥିତି ଦେଖାଦେଉଥିଲେ ମଧ୍ୟ କିଛି ଦିନ ପରେ ଲୋକେ ଏହାକୁ ଭୁଲି ଯାଉଛନ୍ତି ବୋଲି ସେ କହିଛନ୍ତି।

ନିଛାଟିଆ ରାସ୍ତାରେ ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା, ମହୁଲ ଗଛ ମୂଳରୁ ମିଳିଲା ମୃତଦେହ

Read Entire Article
LEFT SIDEBAR AD

Hidden in mobile, Best for skyscrapers.