ARTICLE AD BOX
ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଭାବରେ ପ୍ରଯୁକ୍ତି ସଂସ୍ଥାଗୁଡ଼ିକରେ ଛଟେଇ ଜାରି ରହିଛି। ୨୦୨୬ରେ ୧,୭୫,୦୦୦ କର୍ମଚାରୀ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ବିଶ୍ବର ପ୍ରମୁଖ ଟେକ୍ କମ୍ପାନି ଆପଲ୍, ମାଇକ୍ରୋସଫ୍ଟ, ଓରାକଲ୍, ଆମାଜନ, ମେଟା, ଟିକ୍ଟକ୍, ଭିସା, ଉବର, ସିସ୍କୋ ଓ ଇଣ୍ଟେଲ ଭଳି ସଂସ୍ଥା କର୍ମଚାରୀ କମ୍ କରିଛନ୍ତି। ଏଆଇ ପ୍ରଭାବରେ ଛଟେଇ ପ୍ରଯୁକ୍ତି, ଗେମିଂ, ଇ-କମର୍ସ, ପେମେଣ୍ଟ୍ ଓ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ଦେଖିବାକୁ ମିଳିଛି।କିଛି ସଂସ୍ଥା ଏଆଇ ଓ ଅଟୋମେସନ ପ୍ରଭାବରେ ଛଟେଇ କରିଥିବା କହିଛନ୍ତି।
ଆହୁରି ପଢନ୍ତୁ :China: ଚୀନ୍ର ହାଇପରସୋନିକ୍ ଏୟାର-ଟୁ-ଏୟାର ଗ୍ଲାଇଡ୍ କ୍ଷେପଣାସ୍ତ୍ର: ଆମେରିକାର ଆକାଶ ମାର୍ଗ ପର୍ଯ୍ୟନ୍ତ କରିବ ଲକ୍ଷ୍ୟଭେଦ
ଅନ୍ୟମାନେ ନିଜକୁ ଅଧିକ ପାରଦର୍ଶୀ କରିବାକୁ ଟିମ୍ ଛୋଟ କରିଛନ୍ତି। ଖର୍ଚ୍ଚ, ବ୍ୟବସାୟ ପ୍ରାଥମିକତାରେ ପରିବର୍ତ୍ତନ ମଧ୍ୟ କିଛି ସଂସ୍ଥାରେ ଛଟେଇର କାରଣ ହୋଇଛି। ‘ଟ୍ରୁଅପ୍’ ତଥ୍ୟ ଅନୁସାରେ ଆପଲ୍ ୬୦, ଟିକ୍ଟକ୍ ୨୫୦, ଜିଲୋ ୫୦୦ ଓ ଏଟ୍ସି ୨୨୦ କର୍ମଚାରୀ ଛଟେଇ କରିଥିଲେ। ମାଇକ୍ରୋସଫ୍ଟ ୪୮୦୦, ଭିସା ୨୬୦୦, ମଣ୍ଡେ ଡଟ୍ କମ୍ ୬୩୦, ପାଟ୍ରିଅନ ୯୩, ଉବର୍ ୧୦ ପ୍ରତିଶତ ଓ ସାମସଙ୍ଗ ୭୩୯ କର୍ମଚାରୀଙ୍କୁ ବିଦା କରିଥିଲେ। ଇଭି ନିର୍ମାତା ଲୁସିଡ୍ ୧୮ ପ୍ରତିଶତ, ବୁଙ୍ଗି, କ୍ଲାଉଡ୍ କମ୍ପାନି ରୢାକ୍ସ୍ପେସ୍ ୭୫୦, ଇଭି ନିର୍ମାତା ରିଭିଆନ୍ ୨ ପ୍ରତିଶତ, ଟ୍ରେଡିଂ ପ୍ଲାଟଫର୍ମ ରବିନ୍ହୁଡ୍ ୨୯୦ ଓ ସେଲ୍ସଫୋର୍ସ ୯୩ ଜଣ କର୍ମଚାରୀଙ୍କୁ ଛଟେଇ କରିଛନ୍ତି।
ଆହୁରି ପଢନ୍ତୁ :Bharat Electronics Limited: ବେଲରେ ଚାକିରି ସୁଯୋଗ: ୧୦ମ ପାସ ପ୍ରାର୍ଥୀ ବି କରି ପାରିବେ ଆବେଦନ
ଏହା ବ୍ୟତୀତ ମେଟାରେ ୮୦୦୦, ସିସ୍କୋରେ ୪୦୦୦, ଲିଙ୍କଡ୍ଇନ୍ରେ ୮୭୫, ଜେନେରାଲ୍ ମୋଟର୍ସରେ ୬୦୦, କ୍ଲିକ୍ଅପ୍ରେ ୨୨ ପ୍ରତିଶତ, କ୍ଲାଉଡ୍ଫ୍ଲେୟାର୍ରେ ୧୧୦୦, ପେପାଲ୍ରେ ୪୮୦୦, କଏନ୍ବେସ୍ରେ ୭୦୦, ନାଇକ୍ରେ ୧୪୦୦, ଆମାଜନରେ ୬୦୦, ଡିଜ୍ନିରେ ୧୦୦୦, ସ୍ନାପ୍ରେ ୧୦୦୦, ଗୋପ୍ରୋରେ ୧୪୫, ମେଟାରେ ୨୦୦, ଓରାକଲ୍ରେ ୨୧,୦୦୦, ଇଡିଅସ୍-ମଣ୍ଟ୍ରିୟଲ୍ରେ ୧୨୪, ଏପିକ୍ ଗେମ୍ସରେ ୧୦୦୦, ୟୁବିସଫ୍ଟରେ ୧୦୫ ଓ ଆଟ୍ଲାସିଆନ୍ରେ ୧୬୦୦ ଛଟେଇ ହୋଇଛି।

56 minutes ago
2


