AI Channel: ଏଆଇ କ୍ଷେତ୍ରରେ ଯୋଗାଯୋଗ ଚ୍ୟାନେଲ ସ୍ଥାପନ କରିବେ ଆମେରିକା, ଚୀନ୍

1 day ago 2
ARTICLE AD BOX

ୱାସିଂଟନ: କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଆମେରିକା ଏବଂ ଚୀନ୍ ଏକ ଯୋଗାଯୋଗ ଚ୍ୟାନେଲ ସ୍ଥାପନ କରିବେ ବୋଲି ହ୍ୱାଇଟ୍ ହାଉସ୍ କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ୍ ପ୍ରତିପକ୍ଷ ସି ଜିନପିଙ୍ଗ ଏକ ଶିଖର ସମ୍ମିଳନୀ ସମାପ୍ତ କରିଛନ୍ତି। ସେମାନଙ୍କର ଆଲୋଚନା ଏଆଇ କ୍ଷେତ୍ରରେ ବଢୁଥିବା ଚ୍ୟାଲେଞ୍ଜ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ କେନ୍ଦ୍ରିତ ଥିଲା।ହ୍ୱାଇଟ୍ ହାଉସ୍ କହିଛି, ଦୁଇ ଦେଶ ଏଆଇର ବିପଦ ଏବଂ ଲାଭ ଉପରେ ମତ ବିନିମୟ କରିବା ପାଇଁ ୟୁଏସ-ଚୀନ୍ ସୁପର ଇଣ୍ଟେଲଜେନ୍ସ(ଏସଆଇ)ସ୍ଥାପନ କରିଛନ୍ତି। ଦୁଇପକ୍ଷ ଏଆଇ ପରିବର୍ତ୍ତେ ଏସଆଇ ବ୍ୟବହାର କରିବାକୁ ରାଜି ହୋଇଛନ୍ତି। ପରବର୍ତ୍ତୀ ପରିବର୍ତ୍ତନ ନଭେମ୍ବର ସୁଦ୍ଧା ହେବ ବୋଲି ଏଥିରେ କୁହାଯାଇଛି।

ଦ୍ୱିପାକ୍ଷିକ ଯୋଗାଯୋଗ ଚ୍ୟାନେଲ ପ୍ରତିଷ୍ଠା କରିବାକୁ ରାଜି

ହ୍ୱାଇଟ୍ ହାଉସ୍ କହିଛି ଯେ, ଆମେରିକା ଏବଂ ଚୀନ୍ ଏନେଇ ଏକ ଦ୍ୱିପାକ୍ଷିକ ଯୋଗାଯୋଗ ଚ୍ୟାନେଲ ପ୍ରତିଷ୍ଠା କରିବାକୁ ମଧ୍ୟ ରାଜି ହୋଇଛନ୍ତି। ଶିଖର ସମ୍ମିଳନୀ ପୂର୍ବରୁ ଟ୍ରମ୍ପ କହିଥିଲେ,ସୁପର ଇଣ୍ଟେଲିଜେନ୍ସ (ଏସଆଇ) ଆଲୋଚନାର ଏକ ବଡ଼ ବିଷୟ ହେବ। ଜିନପିଙ୍ଗ୍ ଆମେରିକା ଏବଂ ଚୀନ୍‌କୁ ସେମାନଙ୍କର ସୁପରପାୱାର ପ୍ରତିଦ୍ୱନ୍ଦ୍ୱିତାକୁ ପରିଚାଳନା କରିବାକୁ ଏବଂ କୃତ୍ରିମ ଶକ୍ତିକୁ ମାନବ ନିୟନ୍ତ୍ରଣରେ ରଖିବାକୁ ଆହ୍ୱାନ କରିଛନ୍ତି।

Water Crisis: ସଂକଟରେ ଦକ୍ଷିଣ ଓ ପଶ୍ଚିମ ଭାରତ: ତାମିଲନାଡୁକୁ ଚେତାବନୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.