AgriStack Registration Not Mandatory ଧାନ ବିକ୍ରି ପାଇଁ ଏଗ୍ରିଷ୍ଟାକ୍‌ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ: ବିଭାଗୀୟ ମନ୍ତ୍ରୀ

6 hours ago 5
ARTICLE AD BOX

ଭୁବନେଶ୍ବର: ଏଗ୍ରିଷ୍ଟାକ୍‌ ଫାର୍ମର ଆଇଡି ନଥିବା କାରଣରୁ କୌଣସି ଯୋଗ୍ୟ ଚାଷୀ ଧାନ ବିକ୍ରୟରୁ ବଞ୍ଚିତ ହେବେ ନାହିଁ। ଚଳିତ ଖରିଫ ଋତୁରେ ଧାନ ବିକ୍ରୟ ନିମନ୍ତେ ଏହି ପଞ୍ଜୀକରଣ ବାଧ୍ୟତାମୂଳକ ସର୍ତ୍ତ ଭାବେ ରଖାଯାଇ ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି (ବୁଧବାର) ବିଧାନସଭାରେ ସ୍ପଷ୍ଟ କରିଛନ୍ତି। 

AgriStack ID Dispute ଏଗ୍ରିଷ୍ଟାକ୍ ଆଇଡି ବିବାଦ: କୁଲୁଣ୍ଡୀ, ଫାଶୀମାଲ ଓ ଭୋଜପୁର ଲ୍ୟାମ୍ପସ୍‌ରେ ତାଲା ପକାଇଲେ ଚାଷୀ
ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ମନ୍ତ୍ରୀ କହିଥିଲେ, ଚଳିତ ଖରିଫ ଋତୁ ପାଇଁ ୨୨ ଲକ୍ଷ ୨୭ ହଜାର ୭୧୩ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ହୋଇଛନ୍ତି। ଚଳିତ ମାସରୁ ଧାନ ସଂଗ୍ରହ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମଣ୍ଡି ଖୋଲିବା ତାରିଖ ଏକପାଖିଆ ପ୍ରଶାସନିକ ନିଷ୍ପତ୍ତି ନୁହେଁ। ଧାନ ଅମଳର ସ୍ଥିତି, ଚାଷୀଙ୍କ ପ୍ରସ୍ତୁତି ଓ ସ୍ଥାନୀୟ ଆବଶ୍ୟକତାକୁ ବିଚାରକୁ ନେଇ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ଦ୍ବାରା ନିର୍ଦ୍ଧାରଣ କରାଯାଏ।

Agristack Not Mandatory ଭାଗଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରସଙ୍ଗ: ମନ୍ତ୍ରୀଙ୍କୁ ଭେଟିଲେ ପଶ୍ଚିମଓଡ଼ିଶା ବିଧାୟକଗଣ

ଜିଲ୍ଲାୱାରି ତାରିଖ ଭିନ୍ନ ଭିନ୍ନ ରୁହେ। କୌଣସି ସ୍ଥାନରେ ସମସ୍ୟା ଥିଲେ ତାହାର ସମାଧାନ ହେବା ଦରକାର। ତାହାକୁ ରାଜ‌ନୈତିକ ଦୃଷ୍ଟିରେ ନଦେଖି ସରକାରଙ୍କ ସାମ୍ନାକୁ ଅଣାଯାଉ।  କିନ୍ତୁ ସେହି ସମସ୍ୟାକୁ ଆଧାର କରି ସମଗ୍ର ଧାନ ସଂଗ୍ରହ ବ୍ୟବସ୍ଥାକୁ ତ୍ରୁଟିପୂଣ୍ଣ ବୋଲି ଚିତ୍ରଣ କରିବା ଆଦୌ ଯଥାର୍ଥ ନୁହେଁ। ଚାଷୀଙ୍କ ସ୍ବାର୍ଥ ସହ ସରକାର ସାଲିସ କରିବେ ନାହିଁ। ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ବଚ୍ଛ, ତ୍ରୁଟିମୁକ୍ତ ଓ ଚାଷୀ- ଅନୁକୂଳ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। 

AgriStack for Kharif Paddy ଖରିଫ୍‌ ପାଇଁ ଏଗ୍ରିଷ୍ଟାକ୍‌ ଜରିଆରେ ପଞ୍ଜୀକରଣ କଲେଣି ୮୫ହଜାର ଚାଷୀ

ପରେ ବିଜେପି ପକ୍ଷରୁ ଏନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ମୁଖପାତ୍ର ଇରାଶିଷ ଆଚାର୍ଯ୍ୟ କହିଛନ୍ତି, ଏଗ୍ରିଟେକ ଓ ପଞ୍ଜୀକରଣକୁ ବିରୋଧୀ ଦଳର ବକ୍ତବ୍ୟ ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ନିରାଧାର ଅଟେ । ଏଗ୍ରିଟେକ୍ ପଞ୍ଜୀକରଣକୁ ଧାନ ବିକ୍ରୟର ପୂର୍ବ ସର୍ତ କରାଯାଇନାହିଁ ଏକଥା ରାଜ୍ୟ ସରକାର ସ୍ପଷ୍ଟ ଭାବେ କହିସାରିଛନ୍ତି । ଏଗ୍ରିଟେକ୍ ଓ ଧାନ ବିକ୍ରୟ ସମ୍ପୂର୍ଣ୍ଣ ଅଲଗା ଅଲଗା ବିଷୟ । ଏହି ବିଷୟ ପ୍ରସଙ୍ଗରେ ନୀତିଗତ ଭାବେ ନିଷ୍ପତି ନିଆ ସରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ୱାବଧାନରେ ଗତ ଅଗଷ୍ଟ ୧୨ ତାରିଖରେ ୪୬ତମ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ଏଗ୍ରିଟେକ୍ ପଞ୍ଜୀକରଣ ଓ ଧାନ ସଂଗ୍ରହ ପାଇଁ “ପି-ପାସ” ବା “ଧାନ ସଂଗ୍ରହ ସ୍ୱୟଂଚାଳିତ ବ୍ୟବସ୍ଥା” ପଞ୍ଜୀକରଣ ଯେଉଁ କଥା ଅଛି ତାହା ସହ ଜଡିତ ନୁହେଁ କି ତାହାର ଅବିଚ୍ଛେଦ୍ୟ ଅଙ୍ଗ ମଧ୍ୟ ନୁହେଁ । ଏଗ୍ରିଟେକ୍ ପଞ୍ଜୀକରଣକୁ ଧାନ କ୍ରୟର ପୂର୍ବ ସର୍ତ କରାଯିବନାହିଁ । ଏଗ୍ରିଟେକ୍ ଫାର୍ମର ଆଇଡି ନଥିବାରୁ କୌଣସି ଯୋଗ୍ୟ ଚାଷୀ ଧାନ ବିକ୍ରୟ କରିବାରୁ ବଂଚିତ ହେବେ ନାହିଁ ବୋଲି ସ୍ପଷ୍ଟ ଭାବେ ବୈଠକରେ ଉଲ୍ଲେଖିତ କରାଯାଇଥିଲା । ବିରୋଧୀ ଦଳ ଚାଷୀଙ୍କୁ ଭ୍ରମିତ କରିବା ପାଇଁ ଏସବୁ ଅପଚେଷ୍ଟା କରୁଛି  ବୋଲି ଇରାଶିଷ କହିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.