ARTICLE AD BOX
ଅଭିନୟ କ୍ଷେତ୍ରରେ ସଫଳତା ପାଇବା ପରେ ମଧ୍ୟ ମନପସନ୍ଦ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିବା ସହଜ ନୁହେଁ ବୋଲି ପ୍ରକାଶ କରିଛନ୍ତି ଅଭିନେତ୍ରୀ ଅଦିତି ରାଓ ହୈଦରୀ। ମନଛୁଆଁ ନ ଲାଗିଲେ କୌଣସି ପ୍ରକଳ୍ପରେ ଅଭିନୟ ପାଇଁ ରାଜି ହେବାକୁ ସେ ଚାହାନ୍ତି ନାହିଁ। ତେଣୁ ନିଜ ପସନ୍ଦର କାହାଣୀ ଓ ଚରିତ୍ର ପାଇଁ ସେ ଅପେକ୍ଷା କରିବାକୁ ମଧ୍ୟ ପ୍ରସ୍ତୁତ।
Entertenment: ଆଠଟି ଟେକ୍ରେ ଓକେ ହୋଇଥିଲା ‘ଗୋରୀଲୋ ଗୋରୀ..’
ଏକ ସାକ୍ଷାତ୍କାରରେ ଅଦିତି କହିଛନ୍ତି ଯେ ଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିବା ପାଇଁ ସେ କୌଣସି ଯୋଜନା କରନ୍ତି ନାହିଁ। ଯେଉଁ କାହାଣୀ ଓ ନିର୍ଦ୍ଦେଶକ ତାଙ୍କୁ ଆକର୍ଷିତ କରନ୍ତି, ସେଥିରେ କାମ କରିବାକୁ ଆଗ୍ରହୀ ହୁଅନ୍ତି। ଭଲ ନିର୍ଦ୍ଦେଶକମାନେ ତାଙ୍କୁ ନିଜ ଚଳଚ୍ଚିତ୍ର ପାଇଁ ବାଛନ୍ତୁ ବୋଲି ସେ ସବୁବେଳେ ଚାହି ଆସିଛନ୍ତି, କିନ୍ତୁ ଏହା ସହଜ ନୁହେଁ।
୨୦୦୬ରେ ମାଲୟାଲମ୍ ଚଳଚ୍ଚିତ୍ର ‘ପ୍ରଜାପତି’ ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିଲେ ଅଦିତି।
Films: ଏହି ସପ୍ତାହରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଏସବୁ ଫିଲ୍ମ
‘ଦିଲ୍ଲୀ-୬’, ‘ପଦ୍ମାବତ୍’, ‘କାତ୍ରୁ ଭେଲିୟିଡାଇ’, ‘ସମ୍ମୋହନମ୍’ ଓ ‘ହେ ସିନାମିକା’ ଭଳି ଚଳଚ୍ଚିତ୍ର ସହ ‘ଜୁବିଲି’ ଓ ‘ହୀରାମଣ୍ଡି’ ଭଳି ୱେବ୍ ସିରିଜ୍ରେ ତାଙ୍କ ଅଭିନୟ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ତଥାପି ଚଳଚ୍ଚିତ୍ର ପୃଷ୍ଠଭୂମିରୁ ଆସି ନ ଥିବାରୁ ପ୍ରତ୍ୟେକ ପ୍ରକଳ୍ପରେ ନିଜକୁ ପ୍ରମାଣିତ କରିବାକୁ ପଡୁଛି ବୋଲି ସେ ସ୍ବୀକାର କରିଛନ୍ତି। ଗତ ୧୩ ତାରିଖରେ ତାଙ୍କର ସଦ୍ୟତମ ଚଳଚ୍ଚିତ୍ର ‘ପରିବାରିକ ମନୋରଞ୍ଜନ’ ଓଟିଟି ମଞ୍ଚରେ ମୁକ୍ତିଲାଭ କରିଛି। ଏଥିରେ ଅଦିତି ପ୍ରଥମ ଥର ପାଇଁ ପଙ୍କଜ ତ୍ରିପାଠୀଙ୍କ ସହ କାମ କରିଛନ୍ତି। ଆଗାମୀ ୱେବ୍ ସିରିଜ୍ ‘ଓ ସାଥୀ ରେ’କୁ ନେଇ ସେ ଖୁବ୍ ଆଶାବାଦୀ ଅଛନ୍ତି।

2 hours ago
1


