ARTICLE AD BOX
ଅହମ୍ମଦାବାଦ:ଗୁଜୁରାଟର ଆନନ୍ଦ ଜିଲ୍ଲା ଦେଇ ଯାଇଥିବା ଅହମ୍ମଦାବାଦ-ବଡୋଦରା ଏକ୍ସପ୍ରେସୱେରେ ବୁଧବାର ଭୋରରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସୁରଟରୁ ରାଜସ୍ଥାନ ଯାଉଥିବା ଏକ ଲଗଜରୀ ବସ୍ ଏକ ଟ୍ରକ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର
ସୂଚନା ଅନୁଯାୟୀ, ସାଇ ଦର୍ଶନ ଟ୍ରାଭେଲ୍ସର ଏହି ଲଗଜରୀ ବସ୍ଟି ସୁରଟରୁ ଯାତ୍ରୀମାନଙ୍କୁ ନେଇ ରାଜସ୍ଥାନ ଯାଉଥିଲା। ବୁଧବାର ଭୋର ପ୍ରାୟ ୪ଟା ସମୟରେ ବସ୍ ଆନନ୍ଦରୁ ନାଦିଆଦ ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ ବସ୍ ର ଅଧିକାଂଶ ଯାତ୍ରୀ ଗଭୀର ନିଦ୍ରାରେ ଥିଲେ। ଧକ୍କା ଏତେ ଜୋରଦାର ଥିଲା ଯେ ବସ୍ ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଆମ୍ବୁଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା।
Houthi Rebels: ଲାଡେନକୁ ଯୋଦ୍ଧା କହିଥିବା ପାକିସ୍ତାନୀ ଧର୍ମଗୁରୁ ହୁତିଙ୍କୁ କହିଲେ ଆତଙ୍କବାଦୀ
ଗୁରୁତର ଆହତ ୫ ଜଣଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି। ସେହିପରି ମୃତକଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଦୁର୍ଘଟଣାର କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି।

1 hour ago
1


