Accident: ଭଦ୍ରକରେ ସଡ଼କ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

1 hour ago 1
ARTICLE AD BOX

ଭଦ୍ରକ: ଭଦ୍ରକର ୧୬ ନମ୍ୱର ଜାତୀୟ ରାଜପଥର ମହତାବ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେକେ ଦୁଇ ଜଣ ଗୁରୁତ୍ୱର ଭଦ୍ରକ ମେଡିକାଲରେ ଭର୍ତ୍ତ ହୋଇଛନ୍ତି।

Murder: ହତ୍ୟା ପରେ ଅଭିଯୁକ୍ତର ଥାନାରେ ଆତ୍ମ ସମର୍ପଣ

ସୂଚନାରୁ ପ୍ରକାଶ ଯେ, ଜାତୀୟ ରାଜପଥରେ ବାଲେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ କାର୍ ମହତାବ ଛକ ନିକଟରେ ଖରାପ ହୋଇ ଯାଇଥିବାରୁ ଅଟକି ରହିଥିବା ଏକ କଣ୍ଟେନର ଗାଡ଼ି। ଆଜି ସକାଳୁ ସକାଳୁ ମେଘୁଆ ପାଗ ସହ ବର୍ଷା ଲାଗି ରହିଥିବା ଫଳରେ ଦ୍ରୁତ ଗତିରେ ବାଲେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ କାର ଆସି ଛିଡା ହୋଇଥିବା କଣ୍ଟେନର ପଛ ପଟୁ ଧକ୍କା ମାରିଥିଲା। ଧକ୍କା ହେବା ଫଳରେ କାର ଭିତରେ ଥିବା ଦୁଇ ଜଣ ଗୁରୁତର ହେବା ସହ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କର ଶୋଚନୀୟ ମୃତ୍ୟୁ ହୋଇଛି।

ମୃତକଙ୍କ ପରିଚୟ ମିଳିନାହିଁ

ତେବେ କାର ଗାଡ଼ିଟି ବାଲେଶ୍ୱର ନଂ ରହିଥିବାରୁ, ସେମାନେ ବାଲେଶ୍ୱର ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ। ଘଟଣାସ୍ଥଳରେ ଟାଉନ ପୁଲିସ, ସ୍ଥାନୀୟ ଲୋକମାନେ ଓ ଦମକଳ ବାହିନୀ ପହଞ୍ଚି ଆହତ ଲୋକମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଭଦ୍ରକ ମେଡିକାଲକୁ ପଠାଇଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ। ଅନ୍ୟପଟେ ଏହି ଦୁର୍ଘଟଣା ହେବା ଫଳରେ ଶହ ଶହ ଗାଡ଼ି ଜାତୀୟ ରାଜପଥରେ ଅଟକି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.