Accident: ବସ୍ ଓ ପିକପ୍ ମୁହାଁମୁହିଁ, ୩୫ରୁ ଊର୍ଦ୍ଧ୍ବ ଯାତ୍ରୀ ସୁରକ୍ଷିତ

49 minutes ago 1
ARTICLE AD BOX

ମୈଦଲପୁର: ସକାଳୁ ସକାଳୁ ବସ୍ ଏବଂ ପିକପ୍ ଗାଡ଼ି ମଧ୍ୟରେ ଭୟଙ୍କର ଦୁର୍ଘଟଣା। ଜଗନ୍ନାଥ ନାମକ ବସ୍ ଟି ଯାତ୍ରାଙ୍କୁ ଧରି ରାଉରକେଲାରୁ ଦାମନଯୋଡ଼ି ଯାଉଥିବା ସମୟରେ ନବରଙ୍ଗପୁରଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଖୋଡକା ଘାଟିରେ ଆଜି ସକାଳ ସାଢ଼େ ୫ଟା ସମୟରେ ପିକପ୍ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ପରେ ପିକପ୍ ଗାଡ଼ି ରାସ୍ତା ପାର୍ଶ୍ୱରେ ଖସି ପଡିଲା। ଦୁଇ ଗାଡ଼ିରେ ଡ୍ରାଇଭରଙ୍କ ସମେତ ୩୫ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ। ମୈଦଲପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ କରି ଅଧିକ ତଦନ୍ତ କରୁଛନ୍ତି।

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ଦୁର୍ଘଟଣା ହୋଇଥିବା ଜଗନ୍ନାଥ ନାମକ ଯାତ୍ରୀବାହୀ ବସ ( OD 02 CU 6413 ) ଟି ରାଉରକେଲା ରୁ ନବରଙ୍ଗପୁର ଦେଇ ଦାମନଯୋଡ଼ି ଯାଉଥିବା ବେଳେ,ପିକପ ଗାଡ଼ି ( OD 01 AH 0273 ) ଟି ପ୍ରଧାନୀଗୁଡାରୁ କଳାହାଣ୍ଡିକୁ କୁଣ୍ଡା ଆଣିବାକୁ ଯାଉଥିବା ବେଳେ ଖୋଡକା ଘାଟି ବୁଲାଣିରେ ଯାତ୍ରୀବାହୀ ବସ ଓ ପିକପ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ବସଟି ରାସ୍ତା ପାର୍ଶ୍ୱରେ ଅଟକି ଯାଇଥିଲା। ଉଭୟ ଗାଡ଼ି ଧକ୍କା ହେବା ଫଳରେ ପିକପ ରାସ୍ତାକଡରେ ଥିବା ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। ମୈଦଲପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଏନେଇ ତଦନ୍ତ ଆରମ୍ଭ କରିଛି।

Award: ମୃତ୍ୟୁ ମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ବଳରାମ: ମିଳିଲା ଜିଲ୍ଲା ସ୍ତରୀୟ ସମ୍ମାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.